Advertisment

ରିପୋର୍ଟିଂ ବେଳେ ସାମ୍ବାଦିକମାନଙ୍କୁ ତାଲିବାନୀଙ୍କ ଆକ୍ରମଣ, ଭିଡିଓ ଭାଇରାଲ

କାବୁଲ: ତାଲିବାନର ଶୀର୍ଷ ସ୍ତରୀୟ ନେତାମାନେ ଗୋଟିଏ କଥା କହୁଥିବା ବେଳେ ଆଫଗାନିସ୍ତାନରେ କିନ୍ତୁ ଓଲଟ ସବୁ ଘଟିବାରେ ଲାଗିଛି। ତାଲିବାନ ନେତା ସମସ୍ତଙ୍କୁ ସର୍ବକ୍ଷମା ଦେଇଥିବା ବେଳେ ମହିଳାଙ୍କୁ କାମ କରିବାରୁ ଅନୁମତି ରହିଥିବା କହୁଛନ୍ତି। କିନ୍ତୁ ଏବେ କାବୁଲ ଓ ଜଲାଲାବାଦରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ତାଲିବାନୀମାନେ କେମିତି ଆକ୍ରମଣ କରୁଛନ୍ତି, ତା’ର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନୀମାନେ ଜଣେ ମହିଳା ସାମ୍ବାଦିକ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ କେମିତି ଆକ୍ରମଣ କରି ରିପୋର୍ଟିଂରେ ବାଧା […]

ରିପୋର୍ଟିଂ ବେଳେ ସାମ୍ବାଦିକମାନଙ୍କୁ ତାଲିବାନୀଙ୍କ ଆକ୍ରମଣ, ଭିଡିଓ ଭାଇରାଲ

Taliban

Advertisment

କାବୁଲ: ତାଲିବାନର ଶୀର୍ଷ ସ୍ତରୀୟ ନେତାମାନେ ଗୋଟିଏ କଥା କହୁଥିବା ବେଳେ ଆଫଗାନିସ୍ତାନରେ କିନ୍ତୁ ଓଲଟ ସବୁ ଘଟିବାରେ ଲାଗିଛି। ତାଲିବାନ ନେତା ସମସ୍ତଙ୍କୁ ସର୍ବକ୍ଷମା ଦେଇଥିବା ବେଳେ ମହିଳାଙ୍କୁ କାମ କରିବାରୁ ଅନୁମତି ରହିଥିବା କହୁଛନ୍ତି। କିନ୍ତୁ ଏବେ କାବୁଲ ଓ ଜଲାଲାବାଦରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ତାଲିବାନୀମାନେ କେମିତି ଆକ୍ରମଣ କରୁଛନ୍ତି, ତା’ର ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ତାଲିବାନୀମାନେ ଜଣେ ମହିଳା ସାମ୍ବାଦିକ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ କେମିତି ଆକ୍ରମଣ କରି ରିପୋର୍ଟିଂରେ ବାଧା ସୃଷ୍ଟି କରୁଛନ୍ତି, ତା’ର ଦୃଶ୍ୟ ସିଏନଏନର ଗୋଟିଏ ଭିଡିଓରୁ ସ୍ପଷ୍ଟ ହୋଇଛି। ସିଏନଏନର ଏହି ମହିଳା ସାମ୍ବାଦିକ ଜଣଙ୍କ କାବୁଲରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରୁଥିଲେ।

ହେଲେ ତାଙ୍କୁ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ତାଲିବାନୀମାନେ ବନ୍ଧୁକ ଦେଖାଇ ଭୟଭୀତ କରିଛନ୍ତି ଓ ମାଡ଼ ମଧ୍ୟ ମାରିଛନ୍ତି। ଏହି ମହିଳା ସାମ୍ବାଦିକ ଜଣଙ୍କ ରାସ୍ତାରେ ଚାଲିଚାଲି ଯିବା ବେଳେ ତାଲିବାନୀ ନିୟମ ଅନୁସାରେ ବ୍ଲାକ ହିଜାବ ପିନ୍ଧିବା ସହ ମୁହଁ ମଧ୍ୟ ଘୋଡ଼ାଇ ରଖିଥିଲେ। ତେବେ ସେ ରିପୋର୍ଟିଂ କରିବା ପରେ ନିଜର ମୁହଁରୁ କପଡ଼ା ଖୋଲିଥିଲେ।

Advertisment

କିନ୍ତୁ ତାଲିବାନୀମାନେ ତାଙ୍କ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିବା ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏପରି କି ବନ୍ଧୁକର ପଛ ପାଖରେ କ୍ୟାମେରାକୁ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଠେଲାପେଲାରୁ ବର୍ତ୍ତିବା ପାଇଁ ସିଏନଏନକୁ ରିପୋର୍ଟିଂ ପାଇଁ ତାଲିବାନର ଶୀର୍ଷ ସ୍ତରୀୟ ନେତା ଅନୁମତି ଦେଇଥିବା ପାସ୍‌ ଦେଖାଇବା ପରେ ସଂଗଠନର ସଦସ୍ୟମାନେ ପଛକୁ ହଟିଥିଲେ।

View this post on Instagram

A post shared by CNN (@cnn)


ଏହାପୂର୍ବରୁ ଜଲାଲାବାଦରେ ଜଣେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ତାଲିବାନୀମାନେ ମାଡ଼ ମାରିଥିଲେ। ଆକ୍ରମଣରେ ସାମ୍ବାଦିକମାନେ ଆହତ ହୋଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଜଲାଲାବାଦରେ ବୁଧବାର ଆଫଗାନୀମାନେ ବିକ୍ଷୋଭ କରିବା ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ।

ଏହି ବିକ୍ଷୋଭକାରୀଙ୍କ ଉପରକୁ ତାଲିବାନୀମାନେ ଗୁଳିମାଡ଼ କରୁଥିବା ବେଳେ ସାମ୍ବାଦିକମାନେ ଏହାର ରିପୋର୍ଟ କରିଥିଲେ। ଏହାକୁ ବିରୋଧ କରି ତାଲିବାନୀମାନେ କିଛି ସ୍ଥାନୀୟ ସାମ୍ବାଦିକମାନଙ୍କୁ ମାଡ଼ ମାରିଥିଲେ। ବାବରକ ଆମୀରଜାଦା ନାମକ ଜଣେ ସାମ୍ବାଦିକ ଓ ଆଉ ଜଣେ କ୍ୟାମେରାମ୍ୟାନ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe