Advertisment

ମିସାଇଲ ଟେଷ୍ଟ ବେଳେ ବିଶ୍ୱ ସାମ୍ନାକୁ ଆସିଲେ କିମ ଜଙ୍ଗ ଉନ୍‌ଙ୍କ ଝିଅ

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ପ୍ରଥମଥର ପାଇଁ ନିଜ ଝିଅର ଚେହେରା ଓ ମୁହଁ ପୂରା ବିଶ୍ୱକୁ ଶନିବାର ଦିନ ଦେଖାଇଛନ୍ତି। କିଛି ଫଟୋ ଦ୍ୱାରା କିମ ଜଙ୍ଗ ଉନଙ୍କ ଝିଅଙ୍କୁ ସମସ୍ତେ ଦେଖିବାକୁ ପାଇଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ କିମ ଜଙ୍ଗ ଉନ ଝିଅର ହାତରେ ହାତ ରଖି ଚାଲୁଛନ୍ତି। ଉଭୟ ଦେଶର ସର୍ବବୃହତ୍ତ ବଲାଷ୍ଟିକ ମିଜାଇଲ୍‌ ପରୀକ୍ଷଣର ତଦାରଖ କରୁଥିବା ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଶୁକ୍ରବାର ଉତ୍ତର […]

author-image
Hemant Lenka
ଅଦ୍ୟତନ ହୋଇଛି
ମିସାଇଲ ଟେଷ୍ଟ ବେଳେ ବିଶ୍ୱ ସାମ୍ନାକୁ ଆସିଲେ କିମ ଜଙ୍ଗ ଉନ୍‌ଙ୍କ ଝିଅ

kim-jung-un

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ପ୍ରଥମଥର ପାଇଁ ନିଜ ଝିଅର ଚେହେରା ଓ ମୁହଁ ପୂରା ବିଶ୍ୱକୁ ଶନିବାର ଦିନ ଦେଖାଇଛନ୍ତି। କିଛି ଫଟୋ ଦ୍ୱାରା କିମ ଜଙ୍ଗ ଉନଙ୍କ ଝିଅଙ୍କୁ ସମସ୍ତେ ଦେଖିବାକୁ ପାଇଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ କିମ ଜଙ୍ଗ ଉନ ଝିଅର ହାତରେ ହାତ ରଖି ଚାଲୁଛନ୍ତି। ଉଭୟ ଦେଶର ସର୍ବବୃହତ୍ତ ବଲାଷ୍ଟିକ ମିଜାଇଲ୍‌ ପରୀକ୍ଷଣର ତଦାରଖ କରୁଥିବା ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି।

Advertisment

ଶୁକ୍ରବାର ଉତ୍ତର କୋରିଆ ହୱାସଙ୍ଗ-୧୯ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ(ଆଇସିବିଏମ) ପରୀକ୍ଷଣ କରିଥିଲା। ଏହାର ପରୀକ୍ଷଣ ସ୍ଥଳକୁ କିମ ନିଜ ଝିଅ ସହ ଆସିଥିଲେ। ପୂର୍ବରୁ କିମଙ୍କ ଝିଅଙ୍କ ମୁହଁ କେହି ବି ସର୍ବସାଧାରଣରେ ଦେଖି ନଥିଲେ। ହେଲେ ମିସାଇଲ ପରୀକ୍ଷଣ ବେଳେ ସେ ବାପାଙ୍କ ସହ ସାମ୍ନାକୁ ଆସିଛନ୍ତି।

Kim Jong Un Reveals Daughter To World For 1st Time At Missile Test
ସ୍ଥାନୀୟ ଗଣମାଧ୍ୟମ କିମଙ୍କ ଝିଅ ନାଁ ସାର୍ବଜନୀନ କରିନି। କିନ୍ତୁ ଫଟୋକୁ ପବ୍ଲିଶ କରିଛି। ସେ ଗୋଟିଏ ଧଳା ରଙ୍ଗ କୋଟ ପରିଧାନ କରି ବାପା(କିମ ଜଙ୍ଗ ଉନ)ଙ୍କ ହାତରେ ହାତ ରଖି ଚାଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ଉଭୟ ମିସାଇଲ ଟେଷ୍ଟ କେନ୍ଦ୍ରରେ ଚାଲିଚାଲି ଯାଉଥିବା ବେଳେ ଆଉ ଗୋଟିଏ ଫଟୋରେ ପରୀକ୍ଷଣର ଦୃଶ୍ୟକୁ ଦେଖୁଛନ୍ତି।

Advertisment

ବିଶେଷଜ୍ଞମାନେ କହିଛନ୍ତି, କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ କିମଙ୍କ ଝିଅଙ୍କୁ ଦେଖିବାକୁ ମିଳିଛି। ମସାଇଲ ଟେଷ୍ଟ ବେଳେ ଝିଅଙ୍କୁ ସାମ୍ନାକୁ ଆଣି କିମ ପୂରା ବିଶ୍ୱକୁ ଚକିତ କରିଛନ୍ତି। ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ସେପ୍ଟେମ୍ବର ମାସରେ ଜାତୀୟ ଛୁଟି ଦିବସ ଉତ୍ସବରେ କିମ ଜଙ୍ଗ ଉନଙ୍କ ପିଲାମାନଙ୍କୁ ପ୍ରଥମଥର ଦେଖିବାକୁ ମିଳିତିଲା। ହେଲେ ପ୍ରଥମଥର ପାଇଁ କିମ ନିଜ ଝିଅର ହାତ ଧରି ସର୍ବସମ୍ମୁଖକୁ ଆଣିଛନ୍ତି।

୨୦୧୩ରେ ଆମେରିକାନ ବାସ୍କେଟ ବଲ ଷ୍ଟାର ଡେନ୍ନିସ ରୋଡମାନ କହିଥିଲେ କିମ୍‌ଙ୍କର  ଶିଶୁକନ୍ୟା ଜନ୍ମ ହୋଇଛନ୍ତି। ତାଙ୍କ ନେଁ ଜୁ ଏ। ସେହି ବର୍ଷ ଡେନ୍ନିସ ଉତ୍ତର କୋରିଆ ଯାଇଥିବା ବେଳେ କିମ ଓ ତାଙ୍କ ପରିବାର ଲୋକଙ୍କ ସମୟ ବିତାଇଥିଲେ। ସେ ଛୋଟ ଶିଶୁ କନ୍ୟା ଜୁଙ୍କୁ ମଧ୍ୟ ଧରିଥିଲେ। ତେଣୁ ଏବେ ତାଙ୍କୁ ୧୨ରୁ ୧୩ ବର୍ଷ ହୋଇଥିବା କୁହାଯାଉଛି। ଆସନ୍ତା ୪ରୁ ୫ ବର୍ଷ ପରେ କିମଙ୍କ ଝିଅ ବିଶ୍ୱବିଦ୍ୟାଳୟ କିମ୍ବା ମିଲିଟାରୀ ସର୍ଭିସରେ ଯୋଗ ଦେଇପାରିବେ।

oi7e31bg