Advertisment

ଶ୍ରୀଲଙ୍କାରେ ଗ୍ୟାସ, ତେଲ ସଙ୍କଟ: ସବୁ ପେଟ୍ରୋଲ ଷ୍ଟେସନରେ ସେନା ମୁତୟନ

କଲମ୍ବୋ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶରେ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ ଖାଦ୍ୟ ପଦାର୍ଥର ଘୋର ଅଭାବ ଦେଖାଦେଇଛି। ସେହିପରି ପେଟ୍ରୋଲ ଓ ଡିଜେଲର ମଧ୍ୟ ଅଭାବ ଦେଖାଦେଥିବା ବେଳେ ଶ୍ରୀଲଙ୍କା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଆର୍ଥିକ ସଙ୍କଟର ସୁଯୋଗ ନେଇ ତେଲ ଯୋଗାଣରେ କଳାବଜାରୀ ହୋଇଥିବାରୁ ଶ୍ରଲଙ୍କା ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି।  ବିଶେଷ କରି ତେଲ ଯୋଗାଣରେ କଳାବଜାରୀକୁ ରୋକିବା […]

author-image
Tapas Behera
ଅଦ୍ୟତନ ହୋଇଛି
ଶ୍ରୀଲଙ୍କାରେ ଗ୍ୟାସ, ତେଲ ସଙ୍କଟ: ସବୁ ପେଟ୍ରୋଲ ଷ୍ଟେସନରେ ସେନା ମୁତୟନ  

srilanka

କଲମ୍ବୋ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶରେ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ ଖାଦ୍ୟ ପଦାର୍ଥର ଘୋର ଅଭାବ ଦେଖାଦେଇଛି। ସେହିପରି ପେଟ୍ରୋଲ ଓ ଡିଜେଲର ମଧ୍ୟ ଅଭାବ ଦେଖାଦେଥିବା ବେଳେ ଶ୍ରୀଲଙ୍କା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଆର୍ଥିକ ସଙ୍କଟର ସୁଯୋଗ ନେଇ ତେଲ ଯୋଗାଣରେ କଳାବଜାରୀ ହୋଇଥିବାରୁ ଶ୍ରଲଙ୍କା ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି।  ବିଶେଷ କରି ତେଲ ଯୋଗାଣରେ କଳାବଜାରୀକୁ ରୋକିବା ପାଇଁ ଶ୍ରୀଲଙ୍କା ସରକାର ସେନାର ସହାୟତା ନେଇଛିନ୍ତି। ଦେଶର ବିଭିନ୍ନ ପେଟ୍ରୋଲ ଷ୍ଟେସନରେ ଶ୍ରୀଲଙ୍କାର ସୈନ୍ୟମାନଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଏଠାରେ ପେଟ୍ରୋଲ ଲିଟର ଶ୍ରୀଲଙ୍କା ମୁଦ୍ରାରେ ୨୫୦ ଛୁଁଇଛି।  ଗତ ୭ ବର୍ଷ ମଧ୍ୟରେ ଦଣିଣ ଏସିଆର ଦ୍ୱୀପଭିତ୍ତିକ ଦେଶ ଶ୍ରୀଲଙ୍କା ସବୁଠଶରୁ ବଡ଼ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି। ଦେଶରେ ଖାଦ୍ୟ ସାମଗ୍ରୀ ଏବଂ ରନ୍ଧନ ଗ୍ୟାସ ସମସ୍ୟା ଜଟିଳ ହୋଇଛି। ଜାଳେଣି ପାଇଁ ତେଲ ଓ କିରୋସିନି ନମିଳିବାରୁ ଦେଶ ବ୍ୟାପୀ ଆନ୍ଦୋଳନ ହୋଇଛି। ସୋମବାର ରାଜଧାନୀ କଲମ୍ବୋର ମୁଖ୍ୟ ରାସ୍ତା ଗୁଡ଼ିକୁ ଲୋକେ ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଶ୍ରୀଳଙ୍କା ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ  କରିଛନ୍ତି। ପ୍ରତି ତୈଳ ଷ୍ଟେସନରେ ସେନା ନିୟୋଜନ କରି ତୈଳ ପରିବହନ ଉପରେ ନିଘା ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ତୈଳ କଳାବାଜରୀ କରୁଥିବା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ  ନିର୍ଦ୍ଦେଶ ଜାରି କରାଯାଇଛି।

ଏନେଇ ଶ୍ରୀ ଲଙ୍କା ସରକାରଙ୍କ ମୁଖପାତ୍ର ରମେଶ ପାଠିରାଣା କହିଛନ୍ତି। ରୋଷେଇ କରିବାରକୁ ଗ୍ୟାସ ଏବଂ କିରୋସିନି  ଅଭାବ ଥିବାରୁ ମହିଳାମାନେ ଏକ ଟୁରିଷ୍ଟ କୋଚ ବସକୁ ଅଟକାଇ ଆନ୍ଦୋଳନ କରିଥିବା ଦେଖାଦେଛି।  ରାଜ୍ୟ ଦ୍ୱାରା ପରିଚାଳିତ ପେଟ୍ରୋଲ ସେୟଲୋନ୍‌ ପେଟ୍ରୋଲିୟମ କର୍ପୋରେସ୍‌ର ଡିପୋରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।

Advertisment

ଦେଶର ୨୨ ମିଲିଅନ ଲୋକଙ୍କୁ ସବସିଡ୍‌ରେ ତୈଳ ଯୋଗା ଯାଇଥାଏ। ଦେଶର ଅର୍ଥନୈତିକ ସଙ୍କଟ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ଏହି ବୈଠକକୁ ବିରୋଧୀ ଦଳ ନେତା ବର୍ଜନ କାରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ବିଦେଶରୁ ଇନ୍ଧନ, ଔଷଧ, ଖାଦ୍ୟ ଓ କାଗଜ ଆମଦାନୀ କରିପାରୁ ନାହାନ୍ତି। ଦେଶରେ କାଗଜର ଅଭାବ ଯୋଗୁଁ ମୁଦ୍ରଣ କାମ ବନ୍ଦ ହୋଇଯାଇଛି। ଏପରିକି ପିଲାଙ୍କ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ମୁଦ୍ରଣ କରିବା ଅସମ୍ଭବ ହୋଇପଡିଛି। ଫଳରେ କିଛି ଦିନ ପୂର୍ବେ ଶ୍ରୀଲଙ୍କାର ପଶ୍ଚିମାଞ୍ଚଳ ରାଜ୍ୟରେ ସ୍କୁଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

Price Hike Sri Lanka Inflation Rate