Advertisment

ସଙ୍କଟ ବେଳେ ବିରୋଧୀଙ୍କୁ ମନ୍ତ୍ରୀ ପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ଖାଦ୍ୟାଭାବ ଠାରୁ ଆରମ୍ଭ କରି ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିବାରେ ଲାଗିଛି। ସ୍ଥିତିକୁ ଦେଖି ଦେଶରେ ୩୬ ଘଣ୍ଟା ପାଇଁ ଶନିବାର ଠାରୁ କର୍ଫ୍ୟୁ ଲାଗୁ ହୋଇଥିଲା। ଆଜି ସକାଳୁ କର୍ଫ୍ୟୁ ଉଠିବା ମାତ୍ରେ ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସେମାନେ ପୋଡ଼ାଜଳା ଆରମ୍ଭ କରିଦେଇଛନ୍ତି। ଏସବୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

Srilanka1

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ଖାଦ୍ୟାଭାବ ଠାରୁ ଆରମ୍ଭ କରି ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିବାରେ ଲାଗିଛି। ସ୍ଥିତିକୁ ଦେଖି ଦେଶରେ ୩୬ ଘଣ୍ଟା ପାଇଁ ଶନିବାର ଠାରୁ କର୍ଫ୍ୟୁ ଲାଗୁ ହୋଇଥିଲା। ଆଜି ସକାଳୁ କର୍ଫ୍ୟୁ ଉଠିବା ମାତ୍ରେ ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସେମାନେ ପୋଡ଼ାଜଳା ଆରମ୍ଭ କରିଦେଇଛନ୍ତି।

Advertisment

ଏସବୁ ଭିତରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ବିରୋଧୀ ଦଳଗୁଡ଼ିକୁ ସରକାରରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ରବିବାର ଶ୍ରୀଲଙ୍କାର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। କେବଳ ରାଷ୍ଟ୍ରପତି ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇନାହାନ୍ତି। କ୍ୟାବିନେଟ ସଦସ୍ୟ ଇସ୍ତଫା ଦେଇଥିବାରୁ ଆଜି ରାଷ୍ଟ୍ରପତି ରାଜପକ୍ଷ ବିରୋଧୀଙ୍କୁ ସରକାରରେ ସାମିଲ ହୋଇ ମନ୍ତ୍ରୀ ପଦ ଗ୍ରହଣ କରିବାକୁ କହିଛନ୍ତି।

ଶ୍ରୀଲଙ୍କା ବର୍ତ୍ତମାନ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏପରି ସ୍ଥିତିରେ ଗୋଟିଏ ମିଳିତ ସରକାରର ଆବଶ୍ୟକ ରହିଛି। ତେଣୁ ସବୁ ବିରୋଧୀ ସରକାରରେ ସାମିଲ ହୋଇ ବିଭିନ୍ନ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିଅନ୍ତୁ ବୋଲି ରାଷ୍ଟ୍ରପତି ରାଜପକ୍ଷ କହିଛନ୍ତି।

Advertisment

ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ବିବୃତି ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ “ରାଷ୍ଟ୍ରପତି ସଂସଦରେ ଥିବା ସମସ୍ତ ବିରୋଧୀ ଦଳ ସଦସ୍ୟଙ୍କୁ କ୍ୟାବିନେଟ ପଦବୀ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଜାତୀୟ ବିପତ୍ତିର ମୁକାବିଲା ପାଇଁ ଚାଲିଥିବା ପ୍ରୟାସରେ ବିରୋଧୀ ନିଜକୁ ସାମିଲ କରନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।”

ଅନ୍ୟପକ୍ଷରେ ଶ୍ରୀଲଙ୍କା ଷ୍ଟକ ଏକ୍ସଚେଞ୍ଜ ଆଜି ଖୋଲିବା ମାତ୍ରେ ବନ୍ଦ ହୋଇଯାଇଛି। ଷ୍ଟକ ମାର୍କେଟ ଉପରେ ଶ୍ରୀଲଙ୍କା ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର ପ୍ରଭାବ ପଡ଼ିଥିଲା। ଏଥିଯୋଗୁ blue-chip index ୫.୯୨% ହ୍ରାସ ପାଇଥିଲା। ତେଣୁ କାରବାର ଆରମ୍ଭ ହେବାର କିଛି ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା।

ଶ୍ରୀଲଙ୍କାର ୨୬ ଜଣ ମନ୍ତ୍ରୀ ରବିବାର ବିଳମ୍ବିତ ରାତିରେ ଇସ୍ତଫା ଦେଇଥିଲେ। ଆଜି ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଅଜିତ ନିଭାର୍ଡ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Price Hike Sri Lanka