Advertisment

ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ: ୧୬ ମୃତ, ବର ବି ଆହତ

ଢାକା: ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟଣା ଘଟିଛି। ସୂଚନା ଅନୁସାରେ, ବାହାଘର ପାର୍ଟିରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ। ତେବେ […]

ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ: ୧୬ ମୃତ, ବର ବି ଆହତ

Light

Advertisment

ଢାକା: ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ବାହାଘର ପାର୍ଟିରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ। ତେବେ ଏହି ସମୟରେ ଏକାଧିକ ବିଜୁଳି ମାଡ଼ ହୋଇଥିଲା। ଏହି କାରଣରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଘର ପାର୍ଟିରେ ଥିବା ବର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ପାର୍ଟିରେ କନ୍ୟା ଜଣଙ୍କ ସାମିଲ ହୋଇ ନଥିଲେ। ତେଣୁ ସେ ବିଜୁଳି ମାଡ଼ରୁ ବର୍ତ୍ତି ଯାଇଛନ୍ତି।

ଗୋଟିଏ ସପ୍ତାହ ହେଲାଣି ବାଂଲାଦେଶରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ବିଜୁଳି ମାଡ଼ ହେବାରୁ କୋକ୍ସ ବଜାରରେ ୨୦ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଏମାନଙ୍କ ମଧ୍ୟରେ ୬ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ମଧ୍ୟ ରହିଥିଲେ। ଏବେ ପୁଣି ଶିବଗଞ୍ଜରେ ବିଜୁଳି ମାଡ଼ ୧୬ ଜଣଙ୍କ ଜୀବନ ନେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe