Advertisment

ହାରିଗଲେ ଋଷି, ଲିଜ୍‌ ଟ୍ରସ୍‌ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍‌ ଟ୍ରସ୍‌। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍‌। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସାର୍ ଗ୍ରାହାମ୍ ବ୍ରାଡିଙ୍କ ଦ୍ୱାରା ବ୍ରିଟେନ୍‌ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଋଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ର ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ […]

ଅଦ୍ୟତନ ହୋଇଛି
ହାରିଗଲେ ଋଷି, ଲିଜ୍‌ ଟ୍ରସ୍‌ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

liz-truss-new-uk-pm

Advertisment

ନୂଆଦିଲ୍ଲୀ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍‌ ଟ୍ରସ୍‌। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍‌। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସାର୍ ଗ୍ରାହାମ୍ ବ୍ରାଡିଙ୍କ ଦ୍ୱାରା ବ୍ରିଟେନ୍‌ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।

Advertisment

ଋଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ର ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡ଼ା ଟକ୍କର।

Liz Truss to become UK's new prime minister, Conservative leader | News | Al Jazeera

ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷୀୟା ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଲିଜ୍‌ଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି।

Advertisment

ଏହି ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ। ନିର୍ବାଚନ ପୂର୍ବରୁ ଆସୁଥିବା ସର୍ଭେରେ ଋଷି ସୁନକ ରେସ୍‌ରେ ପଛରେ ପଡ଼ିଥିବା କୁହାଯାଇଥିଲା। ନିର୍ବାଚନ ପ୍ରଚାର ବେଳେ ଋଷି ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେ ଜିତନ୍ତି, ତେବେ ସେ ଦର ଦାମ୍‌ ବୃଦ୍ଧି ଉପରେ ଲଗାମ ଲଗାଇବେ। ଅନ୍ୟପକ୍ଷରେ ଲିଜ୍‌ ଟ୍ରସ୍ ଟିକସ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Will Rishi Sunak or Liz Truss Be Britain's Next Prime Minister? | Vogue

ଲିଜ୍ ଟ୍ରସଙ୍କ ପୂରା ନାଁ ହେଉଛି ମେରି ଏଲିଜାବେଥ ଟ୍ରସ୍। ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମ ଗ୍ରହଣ କରିଥିବା ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଟ୍ରସ ପୂର୍ବରୁ ତୈଳ କମ୍ପାନି ସେଲରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ।

ଗତ ୧୭ ଜୁଲାଇରେ ବୋରିସ ଜନସନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

https://twitter.com/ANI/status/1566752656127041536?s=20&t=LsBXEAZqneXn_8VLC1RkTw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe