Advertisment

୭.୭ର ଭୟଙ୍କର ଭୂମିକମ୍ପ, ସୁନାମୀ ଆଲର୍ଟ

ଜାକର୍ତ୍ତା: ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ବିଳମ୍ବିତ ରାତିରେ ଦୋହଲିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି। ଆଇଏମ୍‌ଏସ୍‌ସିର କହିବା ମୁତାବକ, ଭୂମିକମ୍ପ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୭.୭ର ଭୟଙ୍କର ଭୂମିକମ୍ପ, ସୁନାମୀ ଆଲର୍ଟ

earthquake-strikes-indonesia

ଜାକର୍ତ୍ତା: ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ବିଳମ୍ବିତ ରାତିରେ ଦୋହଲିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି।

Advertisment

ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି।

ଆଇଏମ୍‌ଏସ୍‌ସିର କହିବା ମୁତାବକ, ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ୨୦୦୦ କିଲୋମିଟରରୁ ବି ଅଧିକ ଦୂରତା ଯାଏଁ ଅନୁଭବ ହୋଇଥିଲା। ଅଷ୍ଟ୍ରେଲିଆ, ଇଷ୍ଟ ତିମୋର ଲେସ୍ତୋ ଓ ଇଣ୍ଡୋନେସିଆର ପ୍ରାୟ ୧.୪ କୋଟି ଲୋକ ଭୂମିକମ୍ପର ଝଟ୍‌କା ଅନୁଭବ କରିଛନ୍ତି। ଏହାପରେ ଲୋକଙ୍କ ଆତଙ୍କ ଖେଳିଯାଇଛି । ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲିଆସିଛନ୍ତି।

Advertisment

୭.୭ ତୀବ୍ରତାର ଏହି ଭୂମିକମ୍ପକୁ ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଲାଗି କେତେ କ୍ଷୟକ୍ଷତି ହୋଇଛି ସେ ନେଇ ସଠିକ୍ ଆକଳନ କରାଯାଇନାହିଁ।