Advertisment

ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ଆମେରିକା ସଂସଦରେ ପ୍ରସ୍ତାବ

ୱାଶିଂଟନ: ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ ହାଉସ ଅଫ ରିପ୍ରେଜନଟେଟିଭ ବା ପ୍ରତିନିଧି ସଭାରେ ଆଗତ କରାଯାଇଛି। ନ୍ୟୁୟର୍କର ଜଣେ ସାଂସଦ ଏପରି ପ୍ରସ୍ତାବ ଆଗତ କରିଛନ୍ତି। ଗାନ୍ଧିଜୀ ସାରା ଜୀବନ ଶାନ୍ତି ଓ ଅହିଂସା ଉପରେ କାମ କରୁଥିବାରୁ ତାଙ୍କୁ ଆମେରିକା ସର୍ବୋଚ୍ଚ ବେସାମରିକ ସମ୍ମାନ Congressional Gold Medalରେ ସମ୍ମାନିତ କରିବାକୁ ସାଂସଦ ଜଣଙ୍କ ପ୍ରସ୍ତାବ ରଖିଛନ୍ତି। ଆମେରିକାର ପ୍ରତିନିଧି ସଭାରେ ନ୍ୟୁୟର୍କର କଂଗ୍ରେସ […]

author-image
Hemant Lenka
ଗାନ୍ଧିଜୀଙ୍କ ସ୍ୱଦେଶୀ ଓ ସରଳ ଜୀବନଶୈଳୀ ଅନୁସରଣ କରୁ ଓଡ଼ିଶା

Mahatma

ୱାଶିଂଟନ: ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ ହାଉସ ଅଫ ରିପ୍ରେଜନଟେଟିଭ ବା ପ୍ରତିନିଧି ସଭାରେ ଆଗତ କରାଯାଇଛି। ନ୍ୟୁୟର୍କର ଜଣେ ସାଂସଦ ଏପରି ପ୍ରସ୍ତାବ ଆଗତ କରିଛନ୍ତି। ଗାନ୍ଧିଜୀ ସାରା ଜୀବନ ଶାନ୍ତି ଓ ଅହିଂସା ଉପରେ କାମ କରୁଥିବାରୁ ତାଙ୍କୁ ଆମେରିକା ସର୍ବୋଚ୍ଚ ବେସାମରିକ ସମ୍ମାନ Congressional Gold Medalରେ ସମ୍ମାନିତ କରିବାକୁ ସାଂସଦ ଜଣଙ୍କ ପ୍ରସ୍ତାବ ରଖିଛନ୍ତି।

Advertisment

ଆମେରିକାର ପ୍ରତିନିଧି ସଭାରେ ନ୍ୟୁୟର୍କର କଂଗ୍ରେସ ସଦସ୍ୟ କାରୋଲିନ ବି ମେଲୋନି ପ୍ରସ୍ତାବ ଆଗତ କରି କହିଛନ୍ତି, “ମହାତ୍ମା ଗାନ୍ଧିଙ୍କ ଐତିହାସିକ ସତ୍ୟାଗ୍ରହ ଗୋଟିଏ ଦେଶ ଓ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି। ତାଙ୍କର ଏହି ପଦକ୍ଷେପ ଆମକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇ ଥାଏ। ଜାତିଗତ ସମାନତା ପାଇଁ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଅଭିଯାନ ହେଉ କିମ୍ବା ନେଲସନ ମଣ୍ଡେଲାଙ୍କ ବର୍ଣ୍ଣବୈଷମ୍ୟ ଲଢ଼େଇ ହେଉ, ସାରା ବିଶ୍ୱ ଗାନ୍ଧିଙ୍କ ଠାରୁ ପ୍ରେରଣା ପାଇଛି।

ଜଣେ ସରକାରୀ କର୍ମଚାରୀ ହିସାବରେ ମୁଁ ସବୁଦିନ ଗାନ୍ଧିଙ୍କ କାମରୁ ପ୍ରେରଣା ପାଇଛି। ଆମେ ସମସ୍ତେ ଗାନ୍ଧିଙ୍କ ପଥକୁ ଅନୁସରଣ କରିବା।”

Advertisment

ଯଦି ଏହି ପ୍ରସ୍ତାବ ପାରିତ ହେବ, ତା’ହେଲେ ମହାତ୍ମା ଗାନ୍ଧି ପ୍ରଥମ ଭାରତୀୟ ଭାବେ Congressional Gold Medal ପାଇବାର ରେକର୍ଡ କରିବେ। ଏହାପୂର୍ବରୁ ଆମେରିକା ପକ୍ଷରୁ ଜର୍ଜ ୱାଶିଂଟନ, ନେଲସନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ ଜୁନିୟର, ମଦର ଟେରେସା ଓ ରୋସା ପାର୍କସଙ୍କୁ ଏହି ମେଡାଲ ମିଳିଥିଲା।