ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଜୋହାନ୍ସବର୍ଗ: ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହାତ୍ମା ଗାନ୍ଧିଙ୍କୁ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। […]

MAHATMA-GANDHI

MAHATMA-GANDHI

Ranjit Kumar Jena
  • Published: Tuesday, 08 June 2021
  • Updated: 08 June 2021, 04:27 PM IST

Sports

Latest News

ଜୋହାନ୍ସବର୍ଗ: ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମହାତ୍ମା ଗାନ୍ଧିଙ୍କୁ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଦିଆଯାଇଛି। ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବିରୋଧରେ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ୍ ପ୍ରୋସିକ୍ୟୁଟିଙ୍ଗ୍ ଅଫରିଟି (ଏନପିଏ) ବ୍ରିଗେଡିୟର୍ ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ ସମ୍ଭାବ୍ୟ ନିବେଶକଙ୍କୁ ମନାଇବା ପାଇଁ ସେ କଥିତ ଭାବେ ଫର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ।

Mahatma Gandhi's great-granddaughter Ashish Lata Ramgobin sentenced to 7 years of jail in South Africa

ସେହି ସମୟରେ ଲତା ରାମଗୋବିନଙ୍କୁ ୫୦ହଜାର ରାଣ୍ଡ୍ ସହ ଜାମିନ୍ ମିଳିଥିଲା। ସୋମବାର ଶୁଣାଶି ବେଳେ କୋର୍ଟ କହିଛନ୍ତି ଯେ ଲତା ରାମଗୋବିନ୍ ନ୍ୟୁ ଆଫ୍ରିକା ଆଲିଆନ୍ସ ଫୁଟୱେର୍ ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ମହାରାଜଙ୍କ ସହ ୨୦୧୫, ଅଗଷ୍ଟରେ ସାକ୍ଷାତ କରିଥିଲେ। ଏହି କମ୍ପାନୀ କପଡା, ଲିନେନ୍ ଓ ଜୋତାର ଆମଦାନୀ ଓ ନିର୍ମାଣ ଏବଂ ବିକ୍ରି କରେ।

ମହାରାଜଙ୍କ କମ୍ପାନୀ ଅନ୍ୟ କମ୍ପାନୀକୁ ଲାଭାଂଶ ଆଧାରରେ ଅର୍ଥ ଦିଅନ୍ତି। ରାମଗୋବିନଙ୍କ ପରିବାର ଓ ନେଟ୍ କେୟାର୍ ଡକ୍ୟୁମେଣ୍ଟ କାରଣରୁ ମହାରାଜ କରଜ ପାଇଁ ଲତାଙ୍କ ସହ ଏକ ଲିଖିତ ଚୁକ୍ତି କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ଏହି ଠକେଇ ବିଷୟରେ ଜାଣିବାକୁ ପାଇଲେ, ସେ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos