Advertisment

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌ ପାଇଁ ସହାୟତା ମାଗିଲେ ଜେଲେନସ୍କି

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ପ୍ରାୟ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଥମୁନି ରୁଷର ହମଲା। ୟୁକ୍ରେନ୍‌ ଉପରେ ବାରମ୍ବାର ମାଡ କରି ଚାଲିଛି ମିସାଇଲ ସାଙ୍ଗକୁ ପ୍ରାଣଘାତି ରକେଟ୍‌। ଆକଶ ମାର୍ଗରୁ ରୁଷ ବର୍ଷାଉଛି ବୋମା। ତେବେ ୟୁକ୍ରେନ୍‌ ମଧ୍ୟ ରୁଷକୁ କଡା ଜବାବ ଦେଉଛି। ରୁଷର ବାରମ୍ବାରରେ ରକେଟ୍‌ ମାଡରେ ୟୁକ୍ରେନ୍‌ର ଅନେକ ସହର ଛାରଖାର ହୋଇଗଲାଣି। ଗତକାଲି ୟୁକ୍ରେନର ଚର୍ନିହବ୍‌ ସହରକୁ ଧ୍ୱଂସ କରିବା ପରେ […]

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌ ପାଇଁ ସହାୟତା ମାଗିଲେ ଜେଲେନସ୍କି

rockets-hit-lviv

Advertisment

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ପ୍ରାୟ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଥମୁନି ରୁଷର ହମଲା। ୟୁକ୍ରେନ୍‌ ଉପରେ ବାରମ୍ବାର ମାଡ କରି ଚାଲିଛି ମିସାଇଲ ସାଙ୍ଗକୁ ପ୍ରାଣଘାତି ରକେଟ୍‌। ଆକଶ ମାର୍ଗରୁ ରୁଷ ବର୍ଷାଉଛି ବୋମା। ତେବେ ୟୁକ୍ରେନ୍‌ ମଧ୍ୟ ରୁଷକୁ କଡା ଜବାବ ଦେଉଛି। ରୁଷର ବାରମ୍ବାରରେ ରକେଟ୍‌ ମାଡରେ ୟୁକ୍ରେନ୍‌ର ଅନେକ ସହର ଛାରଖାର ହୋଇଗଲାଣି। ଗତକାଲି ୟୁକ୍ରେନର ଚର୍ନିହବ୍‌ ସହରକୁ ଧ୍ୱଂସ କରିବା ପରେ ଆଜି ରୁଷ ଲଭିଭ ସହର ଉପରକୁ ଟାର୍ଗେଟ୍‌ କରିଛି।

Advertisment

ରୁଷର ରକେଟ୍‌ ମାଡରେ ଦୋହଲି ଯାଇଛି ୟୁକ୍ରେନ୍‌ର ଲଭିଭ ସହର। ରୁଷର ଏହି ରକେଟ୍‌ ଆକ୍ରମଣରେ ସେଠାରେ ଅତି କମ୍‌ରେ ୫ ଜଣ ଆହତ ହୋଇଛନ୍ତି। ସେପଟେ ଅଧିକାରୀମାନେ ଲୋକଙ୍କୁ କିଛି ସ୍ଥାନରେ ଆଶ୍ରୟ ନେବାକୁ ଅପିଲ କରିଛନ୍ତି। ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ ସାମ୍ନାକୁ ଆସିଛି। ସେ ମାରିୟୁପୋଲକୁ ରକ୍ଷା କରିବା ପାଇଁ ସହାୟତା ଲୋଡିଛନ୍ତି।

ବିନା ଟ୍ୟାଙ୍କ  ଓ ତୋପ ସାହଯ୍ୟରେ ମାରିୟୁପୋଲକୁ ରକ୍ଷା କରିବା ଅସମ୍ଭବ ବୋଲି ସେ କହିଛନ୍ତି। କେବଳ ଗନ୍ ଓ ମେସିନଗନରେ ରୁଷର ମିସାଇଲକୁ ସାମ୍ନା କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Advertisment

ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜେଜ୍ ଡୁଡାଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଜେଲେନସ୍କି କହିଛନ୍ତି ଯେ, ସେ ନିରାଶ ଅଛନ୍ତି। ପୋଲାଣ୍ଡ ତାଙ୍କୁ ମିଗ୍ ୨୯ ଜେଟ୍ ଦେଉ ନାହିଁ। ତାଙ୍କ କଥା କେହି ଶୁଣୁ ନାହାଁନ୍ତି। ଶାନ୍ତି ଉପରେ ସମସ୍ତେ ଆଲୋଚନା କରିବା ଦରକାର। ୟୁକ୍ରେନର ଅଖଣ୍ଡତାକୁ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ। ନଚେତ ରୁଷର ମଧ୍ୟ ଭୟଙ୍କର କ୍ଷତି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଆମେରିକାର ଧମକ ସତ୍ତ୍ୱେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି  ଦୁଇ ସପ୍ତାହ ହେଲା ରୁଷ ୟୁକ୍ରେନର ବିଭିନ୍ନ ଥିଏଟର ଓ ସପିଂ ମଲ୍‌ ଉପରେ ବୋମାମାଡ କରୁଛି। ଯେଉଁଥିରେ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି। ଯେଉଁ ନାଗରିକମାନେ ଜୀବିତ ଅଛନ୍ତି ସେମାନେ ପାଣି ଟିକେ ବି ପିଇବାକୁ ପାଉ ନାହାନ୍ତି। ଖାଦ୍ୟ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଛି। ଯୁଦ୍ଧ ଭିତରେ ମଧ୍ୟ ସେମାନେ ରାସ୍ତା ଉପରୁ ଆସି ଖାଦ୍ୟ ଖୋଜିବାକୁ ବାଧ୍ୟ ହେଉଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe