Advertisment

କରାେନା ଭାଇରସ୍ ବାଣ୍ଟୁଥିଲେ, ମିଳିଲା ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: କୋଭିଡ୍-୧୯ ନିୟମ ଭାଙ୍ଗିବା ମହଙ୍ଗା ପଡ଼ିଲା। କୋଭିଡ୍ ନିୟମ ଭାଙ୍ଗିବାରୁ ଭିଏତନାମର ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ବ୍ୟକ୍ତି ଜଣକ କୋଭିଡ୍-୧୯ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଙ୍ଘନ କରିବା ସହ ଅନ୍ୟମାନଙ୍କୁ ଭାଇରସ୍ ବାଣ୍ଟିଥିଲେ। ଯେଉଁ କାରଣରୁ ତାଙ୍କ ଉପରେ ଏହି ଦଣ୍ଡାଦେଶ ଲଗାଯାଇଛି। ରାଜ୍ୟ ଦ୍ୱାରା ପରିଚାଳିତ ଭିଏତନାମ ନ୍ୟୁଜ୍ ଏଜେନ୍ସି (ଭିଏନଏ) ଭିଏତନାମର ୨୮ ବର୍ଷୀୟ ଲି ଭାନ୍ ଟ୍ରାଇଙ୍କୁ ‘ବିପଜ୍ଜନକ ସଂକ୍ରାମକ ରୋଗ ବିସ୍ତାର’ ଅପରାଧ ଆଧାରରେ ଦୋଷୀ […]

କରାେନା ଭାଇରସ୍ ବାଣ୍ଟୁଥିଲେ, ମିଳିଲା ୫ ବର୍ଷ ଜେଲ୍

vietnam

Advertisment

ନୂଆଦିଲ୍ଲୀ: କୋଭିଡ୍-୧୯ ନିୟମ ଭାଙ୍ଗିବା ମହଙ୍ଗା ପଡ଼ିଲା। କୋଭିଡ୍ ନିୟମ ଭାଙ୍ଗିବାରୁ ଭିଏତନାମର ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ବ୍ୟକ୍ତି ଜଣକ କୋଭିଡ୍-୧୯ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଙ୍ଘନ କରିବା ସହ ଅନ୍ୟମାନଙ୍କୁ ଭାଇରସ୍ ବାଣ୍ଟିଥିଲେ। ଯେଉଁ କାରଣରୁ ତାଙ୍କ ଉପରେ ଏହି ଦଣ୍ଡାଦେଶ ଲଗାଯାଇଛି।

Advertisment

ରାଜ୍ୟ ଦ୍ୱାରା ପରିଚାଳିତ ଭିଏତନାମ ନ୍ୟୁଜ୍ ଏଜେନ୍ସି (ଭିଏନଏ) ଭିଏତନାମର ୨୮ ବର୍ଷୀୟ ଲି ଭାନ୍ ଟ୍ରାଇଙ୍କୁ ‘ବିପଜ୍ଜନକ ସଂକ୍ରାମକ ରୋଗ ବିସ୍ତାର’ ଅପରାଧ ଆଧାରରେ ଦୋଷୀ ସାବ୍ୟସ୍ତ କରିଛି। ସାମୂହିକ ପରୀକ୍ଷଣ, କଣ୍ଟାକ୍ଟ ଟ୍ରେସିଂ, ସୀମା ସୁରକ୍ଷା କଡ଼ାକଡ଼ି ନିୟନ୍ତ୍ରଣ ଓ କଠୋର କ୍ୱାରେଣ୍ଟାଇନ୍ କାରଣରୁ ଭିଏତନାମ ସାରା ଦୁନିଆରେ କରୋନା ଭାଇରସର ପ୍ରଥମ ଲହରରେ ସଫଳତାର ଗାଥା ଗାଇଥିଲା। କିନ୍ତୁ ଏପ୍ରିଲ୍ ଶେଷ ଆଡ଼କୁ ନୂଆ ମହାମାରୀ ଭିଏତନାମର ଏହି ରେକର୍ଡକୁ ଭାଙ୍ଗି ଦେଇଥିଲା।

ଭିଏନଏ କହିଛି, ‘ଟ୍ରାଇ ଡଙ୍ଗ୍ ହୋ ଚି ମିନ୍ ସିଟିରୁ କଙ୍ଗ ମାଓ ଫେରିଆସିବା ପରେ ୨୧ ଦିନିଆ କ୍ୱାରେଣ୍ଟାଇନ୍ ଅବଧିର ଉଲ୍ଲଙ୍ଘନ କରିଥିଲେ। ସେ ୮ଜଣ ଲୋକଙ୍କୁ ସଂକ୍ରମିତ କରିଛନ୍ତି, ଯେଉଁଥିରୁ ଜଣଙ୍କର ଗୋଟିଏ ମାସର ଚିକିତ୍ସା ପରେ ମୃତ୍ୟୁ ହୋଇଥିଲା।’

Advertisment

ଭିଏତନାମର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ସିଏ ମାଉରେ କରୋନା ପ୍ରାରମ୍ଭିକ ସମୟରେ ମାତ୍ର ୧୯୧ ମାମଲା ଓ ୨ ମୃତ୍ୟୁ ରେକର୍ଡ କରାଯାଇଥିଲା। ତେବେ ହୋ ଚି ମିନ୍ ସିଟିରେ କରୋନା ମାମଲା ୨,୬୦,୦୦୦ରେ ପହଞ୍ଚିଥିବା ବେଳେ ୧୦,୬୮୫ ଜଣଙ୍କର ମୃତ୍ୟୁ ହୋଇଛି। ଭିଏତନାମରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୫୩୬,୦୦୦ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩,୩୮୫ଙ୍କର ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe