ସ୍କ୍ୱିଡ ଗେମ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ, କିଣିଥିବା ପିଲାକୁ ଆଜୀବନ

ସିଓଲ: ନେଟଫ୍ଲିକ୍ସର ହିଟ୍ ୱେବ ସିରିଜ୍‌ର ସ୍କ୍ୱିଡ ଗେମ କପିକୁ ବିକ୍ରି କରିଥିବା ଉତ୍ତର କୋରିଆର ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଗୁଳିକରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଶୋ’କୁ କିଣିଥିବା ଜଣେ ସ୍କୁଲ ପିଲାକୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିଛି। ସେହିପରି ବେଆଇନ ଭାବେ ଏହାକୁ ଦେଖିଥିବା ଅନ୍ୟମାନଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ରେଡିଓ ଫ୍ରି […]

squid-Game

squid-Game

Hemant Lenka
  • Published: Thursday, 25 November 2021
  • Updated: 25 November 2021, 05:35 PM IST

ସିଓଲ: ନେଟଫ୍ଲିକ୍ସର ହିଟ୍ ୱେବ ସିରିଜ୍‌ର ସ୍କ୍ୱିଡ ଗେମ କପିକୁ ବିକ୍ରି କରିଥିବା ଉତ୍ତର କୋରିଆର ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଗୁଳିକରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଶୋ’କୁ କିଣିଥିବା ଜଣେ ସ୍କୁଲ ପିଲାକୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିଛି। ସେହିପରି ବେଆଇନ ଭାବେ ଏହାକୁ ଦେଖିଥିବା ଅନ୍ୟମାନଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

ରେଡିଓ ଫ୍ରି ଏସିଆର ରିପୋର୍ଟ ଅନୁଯାୟୀ, ଏହି ସ୍କ୍ୱିଡ ଗେମ୍‌ ଶୋ’ ଗୋଟିଏ କପି ସ୍ମଗଲରମାନେ ଚାଇନାରୁ ପାଇଥିଲେ। ଏହାପରେ ଏହାକୁ ଚୋରାରେ ଉତ୍ତର କୋରିଆକୁ ଅଣାଯାଇଥିଲା। ଏଠାରେ ଜଣେ ବ୍ୟକ୍ତି ୟୁଏସ୍‌ବି ଫ୍ଲାଶ ଡ୍ରାଇଭ ଦ୍ୱାରା ଶୋ’ର କପି ଗୁଡ଼ିକ ଲୋକଙ୍କୁ ବିକ୍ରି କରିଥିଲେ।

୯ଟି ଭାଗରେ ବିଭକ୍ତ ଏହି ଶୋ’ରେ ବିପୁଳ ପରିମାଣର ଟଙ୍କା ପାଇବାକୁ କେମିତି ଗୋଟିଏ ଗ୍ରୁପ୍‌ର ଲୋକମାନେ ସାଇନ ଅପ କରି ରହସ୍ୟଜନକ ଛୋଟ ପିଲାମାନଙ୍କ ଗେମ ଖେଳୁଛନ୍ତି, ସେ ବିଷୟରେ କୁହାଯାଇଛି। ଏହାକୁ ଉତ୍ତର କୋରିଆ ସରକାର ବେଆଇନ ଘୋଷଣା କରିଥିଲେ ମଧ୍ୟ ଚୋରାରେ ଏହାକୁ ବିକ୍ରି କରାଯାଇଥିଲା।

ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଠାରୁ ଫ୍ଲାଶ ଡ୍ରାଇଭ କିଣିଥିବା ଜଣେ ସ୍କୁଲ ପିଲାଙ୍କୁ ଆଜୀବନ ଜେଳଦଣ୍ଡ ମିଳିଥିବା ବେଳେ ଅନ୍ୟ ୬ ଜଣଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ପ୍ରଦାନ କରାଯାଇଛି। ଯେଉଁ ସ୍କୁଲର ପିଲାମାନେ ଏହି ଶୋ’କୁ ଦେଖିଥିଲେ ସେଠାକାର ଶିକ୍ଷକ ଓ କର୍ତ୍ତୃପକ୍ଷଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ସେମାନଙ୍କୁ ଦଣ୍ଡ ସ୍ୱରୂପ ଖଣିରେ କାମ କରିବାକୁ କୁହାଯାଇଛି।

ଏସବୁ ଘଟଣା ଗତ ସପ୍ତାହରେ ହିଁ ଆରମ୍ଭ ହୋଇଥିଲା। ଜଣେ ହାଇସ୍କୁଲ ଛାତ୍ର ଦକ୍ଷିଣ କୋରିଆ ଡ୍ରାମା ସ୍କ୍ୱିଡ ଗେମ ଶୋ’ ରହିଥିବା ୟୁଏସ୍‌ବି ଫ୍ଲାଶ ଡ୍ରାଇଭ ଗୁପ୍ତ ଭାବେ ଆଣିଥିଲେ। ସେ କ୍ଲାସରେ ତାଙ୍କର ବେଷ୍ଟ ଫ୍ରେଣ୍ଡଙ୍କ ସହ ଏହାକୁ ଦେଖିଥିଲେ। ବନ୍ଧୁ ଜଣଙ୍କ ସ୍କୁଲର ଅନ୍ୟମାନଙ୍କୁ ଏ ସମ୍ପର୍କରେ କହିଥିଲେ।

ଏହାକୁ ଶୁଣି ସେମାନେ ମଧ୍ୟ ଶୋ’ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାପରେ ୟୁଏସ୍‌ବି ଫ୍ଲାଶ ଡ୍ରାଇଭକୁ ସେମାନେ ନିଜ ନିଜ ମଧ୍ୟରେ ବାଣ୍ଟି ଦେଇଥିଲେ। ତେବେ ସେମାନେ ୧୦୯ ସାଙ୍ଗମୁ ଠାରେ ଲାଗିଥିବା ସେନସର ଦ୍ୱାରା ଧରାପଡ଼ି ଯାଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଉତ୍ତର କୋରିଆର ନୂଆ ଆଇନ Elimination of Reactionary Thought and Culture ଦ୍ୱାରା ଅଟକ ରଖାଯାଇଥିଲା।

ଏହି ଆଇନରେ ଆମେରିକା ଓ ଦକ୍ଷିଣ କୋରିଆ ଭଳି ଦେଶର କଣ୍ଟେଣ୍ଟକୁ ଦେଖିଲେ, ନିଜ ପାଖରେ ରଖିଲେ କିମ୍ବା ଏହାକୁ ବିତରଣ କଲେ, ଜଣଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦେବାକୁ ବ୍ୟବାସ୍ଥା ରହିଛି।

ଅଭିଯୁକ୍ତ ପିଲାମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଦୀର୍ଘ ସମୟ ଧରି ଏହି ଶୋ’ର କପି କେଉଁଠୁ ପାଇଲେ ବୋଲି ପଚାରିଥିଲେ। ଦୀର୍ଘ ସମୟର ଜେରା ଓ ଅନ୍ୟାନ୍ୟ ଦଣ୍ଡ ପରେ ଅଧିକାରୀମାନେ ପ୍ରଥମେ ଦେଶକୁ ସ୍କ୍ୱିଡ ଗେମର କପି ଆଣିଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇଥିଲେ। ତା’ପରେ ତାଙ୍କୁ ଧରିବା ସହ ଏହି ଶୋ’ ସହ ଜଡ଼ିତ ଲୋକଙ୍କୁ ଦଣ୍ଡ ଦିଆଯାଇଛି।

ସୂଚନା ଅନୁଯାୟୀ, ସ୍କ୍ୱିଡ ଗେମ ନେଟଫ୍ଲିକ୍ସର ସବୁଠାରୁ ବଡ଼ ହିଟ ସିରିଜ୍‌। ଦକ୍ଷିଣ କୋରିଆର ଏହି ଡ୍ରାମା ଶୋ’ ସେପ୍ଟେମ୍ବର ୧୭ରେ ରିଲିଜ ହୋଇଥିଲା। ଏବେ ଏହାକୁ ୧୧୧ ମିଲିୟନ ଲୋକ ଦେଖି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story