Advertisment

ଗୋଟିଏ ମିନିଟ୍‌ରେ ୧୭ଟି ‘ରାଜା ଲଙ୍କା’ ଖାଇ ୱାର୍ଲ୍ଡ ରେକର୍ଡ

ନ୍ୟୁୟର୍କ: ଗୋଟିଏ ମିନିଟ୍‌ରେ ୧୭ଟି ‘ରାଜା ଲଙ୍କା’ ଖାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆମେରିକାର ଜଣେ ଯୁବକ। ସେ ହେଉଛନ୍ତି କାଲିଫର୍ଣ୍ଣିଆର ଗ୍ରେଗୋରୀ ଫୋଷ୍ଟର। ରାଗ ଖାଇବାକୁ ବେଶ୍ ପସନ୍ଦ କରୁଥିବା ଗ୍ରେଗୋରୀ ୨୦୨୧ ମସିହା ନଭେମ୍ୱର ମାସରେ କାଲିଫର୍ଣ୍ଣିଆର ସାନ ଡିଏଗୋ(San Diego)ରେ ସେ ଏହି ରେକର୍ଡ କରିଥିଲେ। ତେବେ ଗତ ସୋମବାର ଦିନ ତାଙ୍କର ଏହି ରେକର୍ଡକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ମିଳିଛି ବୋଲି ଗିନିଜ୍ ବୁକ୍ ଅଫ […]

ଅଦ୍ୟତନ ହୋଇଛି
ଗୋଟିଏ ମିନିଟ୍‌ରେ ୧୭ଟି ‘ରାଜା ଲଙ୍କା’ ଖାଇ ୱାର୍ଲ୍ଡ ରେକର୍ଡ

Gregory

Advertisment

ନ୍ୟୁୟର୍କ: ଗୋଟିଏ ମିନିଟ୍‌ରେ ୧୭ଟି ‘ରାଜା ଲଙ୍କା’ ଖାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆମେରିକାର ଜଣେ ଯୁବକ। ସେ ହେଉଛନ୍ତି କାଲିଫର୍ଣ୍ଣିଆର ଗ୍ରେଗୋରୀ ଫୋଷ୍ଟର।

Advertisment

ରାଗ ଖାଇବାକୁ ବେଶ୍ ପସନ୍ଦ କରୁଥିବା ଗ୍ରେଗୋରୀ ୨୦୨୧ ମସିହା ନଭେମ୍ୱର ମାସରେ କାଲିଫର୍ଣ୍ଣିଆର ସାନ ଡିଏଗୋ(San Diego)ରେ ସେ ଏହି ରେକର୍ଡ କରିଥିଲେ। ତେବେ ଗତ ସୋମବାର ଦିନ ତାଙ୍କର ଏହି ରେକର୍ଡକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ମିଳିଛି ବୋଲି ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ (GWR) ତରଫରୁ କୁହାଯାଇଛି।

‘ରାଜା ଲଙ୍କା’ ବିଶ୍ୱର ସବୁଠୁ ଅଧିକ ରାଗ ଲଙ୍କା। ରାଗକୁ Scoville Heat Unit ବା SHU ଦ୍ୱାରା ମପାଯାଏ। ‘ରାଜା ଲଙ୍କା’ କ୍ଷେତ୍ରରେ ଏହାର ମାନ ୧ ଲକ୍ଷରୁ ବି ଅଧିକ। ସେହି ହିସାବରେ ଗ୍ରେଗୋରୀ ଫୋଷ୍ଟର ୧୭ ଲକ୍ଷ ସ୍କୋଭିଲ୍ ହିଟ୍ ୟୁନିଟର ରାଗର ଲଙ୍କାକୁ ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ଖାଇଥିଲେ ବୋଲି GWR ପକ୍ଷରୁ କୁହାଯାଇଛି।

Advertisment

ଗ୍ରେଗୋରୀ କହିଛନ୍ତି, ମୁଁ ଲଙ୍କା ଖାଇବାକୁ ପସନ୍ଦ କରେ। ତେଣୁ ‘ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ’ରେ ସ୍ଥାନ ପାଇବାକୁ ମୁଁ ଏହି ପ୍ରୟାସ କରିଥିଲି।

‘ରାଜା ଲଙ୍କା’ ସଂପର୍କରେ ଆଉ କିଛି କଥା
ଭାରତରେ ମିଳୁଥିବା ସବୁ ପ୍ରକାରର ଲଙ୍କା ମଧ୍ୟରୁ ଏହି ଲଙ୍କା ସବୁଠାରୁ ଅଧିକ ରାଗ ବୋଲି କୁହାଯାଏ। ଏମିତିକି ମେକ୍ସିକୋର ପ୍ରସିଦ୍ଧ ରାଗ ଶସ୍ ଟାବାସ୍କୋଠାରୁ ଏହା ୪୦୦ ଗୁଣ ଅଧିକ ରାଗ। ଏହି ଲଙ୍କା ମୁଖ୍ୟତଃ ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲ୍ୟାଣ୍ଡ ଓ ମଣିପୁର ଇତ୍ୟାଦି ରାଜ୍ୟମାନଙ୍କରେ ଚାଷ କରାଯାଏ। ୨୦୦୭ ମସିହାରେ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡରେ ‘ରାଜା ଲଙ୍କା’କୁ ବିଶ୍ୱର ସବୁଠାରୁ ରାଗ ଲଙ୍କାର ମାନ୍ୟତା ଦିଆଯାଇଥିଲା। ଏହା ରାଜା ମିରଚା ବା ରାଜା ମରିଚ ନାଁରେ ବି ଲୋକପ୍ରିୟ। ସେହିପରି ମଣିପୁରରେ ଏହି ଲଙ୍କାକୁ ମୋରକ ବୋଲି ମଧ୍ୟ କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe