Advertisment

ଚିତ୍କାର କରିବାରୁ ଦୁଇ ଭଉଣୀଙ୍କୁ ୮ ମହଲାରୁ ଫିଙ୍ଗି ଦେଲେ

ମସ୍କୋ: ପିଶାଚ ପାଲଟିଗଲା ପଡୋଶୀ। ଦୁଇ ନାବାଳିକା ଭଉଣୀଙ୍କୁ ୮ ମହଲା ବିଲ୍ଡିଂରୁ ଫିଙ୍ଗି ଦେଲା। ତାଙ୍କର କେବଳ ଏତିକି ଦୋଷ ଥିଲା ଯେ, ସେମାନେ ଚିତ୍କାର କରୁଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଋଷରେ। ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଡେଲି ମେଲ୍‌ର ରିପୋର୍ଟ ମୁତାବକ, ହାଲୋୱିନ୍‌ ଅବସରରେ ଏକ ଆବାସିକ ବିଲ୍ଡିଂରୁ ଖସି ଦୁଇ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ନାବାଳିକାଙ୍କ ବୟସ ୯ ବର୍ଷ ଓ ୧୪ […]

author-image
Madhupriya Mistry
ଚିତ୍କାର କରିବାରୁ ଦୁଇ ଭଉଣୀଙ୍କୁ ୮ ମହଲାରୁ ଫିଙ୍ଗି ଦେଲେ

man throws two girls

ମସ୍କୋ: ପିଶାଚ ପାଲଟିଗଲା ପଡୋଶୀ। ଦୁଇ ନାବାଳିକା ଭଉଣୀଙ୍କୁ ୮ ମହଲା ବିଲ୍ଡିଂରୁ ଫିଙ୍ଗି ଦେଲା। ତାଙ୍କର କେବଳ ଏତିକି ଦୋଷ ଥିଲା ଯେ, ସେମାନେ ଚିତ୍କାର କରୁଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଋଷରେ। ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

Advertisment

ଡେଲି ମେଲ୍‌ର ରିପୋର୍ଟ ମୁତାବକ, ହାଲୋୱିନ୍‌ ଅବସରରେ ଏକ ଆବାସିକ ବିଲ୍ଡିଂରୁ ଖସି ଦୁଇ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ନାବାଳିକାଙ୍କ ବୟସ ୯ ବର୍ଷ ଓ ୧୪ ବର୍ଷ ବୋଲି ଜଣାପଡିଛି। ଏହି ମୃତ୍ୟୁ ଘଟଣାରେ ଉକ୍ତ ଫ୍ଲାଟରେ ଭଡାରେ ରହୁଥିବା ଓଚୁର ସ୍ୟାଞ୍ଚୁଟ ନାମକ ଜଣେ ୨୩ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି।

କୁହାଯାଉଛି ଯେ, ଏହି ଦୁଇ ନାବାଳିକା ଭଉଣୀ ଫ୍ଲାଟର 'ଅଧିକ ଜୋରରେ ଚିତ୍କାର' କରୁଥିଲେ। ଏହାକୁ ନେଇ ଅଭିଯୁକ୍ତ ଜଣକ ରାଗିଯାଇଥିଲା। ଏହାପରେ ଦୁଇ ଭଉଣୀଙ୍କୁ ୮ ମହଲା ବିଲ୍ଡିଂର ଝରକାରୁ ଫିଙ୍ଗି ଦେଇଥିଲା। ଜଣେ ଭଉଣୀଙ୍କ ୮୦ ଫୁଟ ଉଚ୍ଚରୁ ତଳକୁ ଖସିବା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ପୁଲିସ ଅନୁସାରେ ଅଭିଯୁକ୍ତ ଜଣକ ଦୁଇ ଭଉଣୀଙ୍କୁ ୮ ମହଲାରୁ ତଳକୁ ଫିଙ୍ଗି ହତ୍ୟା କରିବା କଥା ସ୍ୱୀକାର କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ସୂଚନା ମୁତାବକ, ଋଷ କାଇଜିଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଘଟଣା ଘଟିବା ବେଳେ ଅନ୍ୟ ପଡୋଶୀମାନେ ଭୟାନକ ଚିତ୍କାର ଶୁଣିଥିବା କହିଛନ୍ତି। ମୃତ ଦୁଇ ନାବାଳିକାଙ୍କ ମା' ଘଟଣା ଦିନ ଘରେ ନଥିଲେ। ସେ ନାଇଟ୍‌ ସିଫ୍ଟରେ କାମ କରୁଥିଲେ।