Advertisment

ପ୍ରମୋସନ ନ ମିଳିବାରୁ ବସ୍‌ଙ୍କ ସମେତ ପୂରା ପରିବାରକୁ ହତ୍ୟା, ୮ ବର୍ଷ ପରେ ଧରାପଡ଼ିଲା

ୱାଶିଂଟନ: ବସ୍‌ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଗିରଫ କରାଯାଇଛି। ୮ ବର୍ଷ ତଳେ ଆମେରିକାର ହୋଷ୍ଟନରେ କର୍ମଚାରୀ ଜଣଙ୍କ ଚାକିରିରେ ପ୍ରମୋସନ ନ ମିଳିବାରୁ ଏପରି କାଣ୍ଡ ଘଟାଇଥିଲେ। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫାଙ୍ଗ ଲୁ। ତାଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ସେ ଚାଇନାରୁ ଫେରିବା କ୍ଷଣି ପୁଲିସ ତାଙ୍କୁ ଗିରଫ କରିଛି। ଏହି ଲୋମହର୍ଷଣକାରୀ ଘଟଣା ୨୦୧୪ ମସିହା ଜାନୁଆରୀ ୩୦ରେ ଘଟିଥିଲା। […]

author-image
Hemant Lenka
ପ୍ରମୋସନ ନ ମିଳିବାରୁ ବସ୍‌ଙ୍କ ସମେତ ପୂରା ପରିବାରକୁ ହତ୍ୟା, ୮ ବର୍ଷ ପରେ ଧରାପଡ଼ିଲା

arrest

ୱାଶିଂଟନ: ବସ୍‌ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଗିରଫ କରାଯାଇଛି। ୮ ବର୍ଷ ତଳେ ଆମେରିକାର ହୋଷ୍ଟନରେ କର୍ମଚାରୀ ଜଣଙ୍କ ଚାକିରିରେ ପ୍ରମୋସନ ନ ମିଳିବାରୁ ଏପରି କାଣ୍ଡ ଘଟାଇଥିଲେ। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫାଙ୍ଗ ଲୁ। ତାଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ସେ ଚାଇନାରୁ ଫେରିବା କ୍ଷଣି ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ଏହି ଲୋମହର୍ଷଣକାରୀ ଘଟଣା ୨୦୧୪ ମସିହା ଜାନୁଆରୀ ୩୦ରେ ଘଟିଥିଲା। ପୁଲିସ୍‌ ମାୱେ ସନ(୫୦), ମେକ୍ସି ସନ(୪୯), ଟିମୋଥୟ ସନ(୯) ଓ ଟିଟୁସ ସନ(୭)ଙ୍କ ଗୁଳିବିଦ୍ଧ ମୃତଦେହ ସେମାନଙ୍କ ବେଡ ରୁମରୁ ଜବତ କରିଥିଲା। ଏବେ ପୁଲିସ୍‌ ପାଙ୍ଗ ଲୁଙ୍କୁ ଗିରଫ କରିବା ପରେ ହତ୍ୟା ପଛର କାରଣ ସାର୍ବଜନୀନ କରିଛି।

ପୁଲିସ କହିଛି ଯେ ୫୮ ବର୍ଷୀୟ ଲୁ ତାଙ୍କ ବସ୍‌ ମାୱେ ସନଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ସଦସ୍ୟଙ୍କୁ ହତ୍ୟା କରିଥିଲେ। ମାୱେ ସନ୍‌ ପ୍ରମୋସନ ପାଇଁ ଲୁଙ୍କ ନାଁ ସୁପାରିସ ନ କରିବାରୁ ସେ ଏତେ ବଡ଼ କାଣ୍ଡ ଘଟାଇଛନ୍ତି। ଫାଙ୍ଗ ଲୁ କମ୍ପାନୀର ରିସର୍ଚ୍ଚ ଓ ଡେଭଲପମେଣ୍ଟ ସେକସନକୁ ପ୍ରମୋସନରେ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ସନ୍‌ଙ୍କୁ ପ୍ରମୋସନ ଚିଠିରେ ଭଲ ଶବ୍ଦ ଉଲ୍ଲେଖ କରିବାକୁ କହିଥିଲେ।

Advertisment

ହେଲେ ଯେତେବେଳେ ଫାଙ୍ଗ ଲୁ ଅଫିସରେ ପହଞ୍ଚିଥିଲେ ସେତେବଳେ ତାଙ୍କ ସହକର୍ମୀମାନେ ତାଙ୍କୁ ଅଲଗା ଦୃଷ୍ଟିରେ ଦେଖିଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ସନ୍‌ ତାଙ୍କ ବିରୋଧରେ କର୍ମଚାରୀମାନଙ୍କୁ କିଛି କହିଥିବା ଭାବି ନେଇଥିଲେ। ତାଙ୍କୁ ପ୍ରମୋସନ ମଧ୍ୟ ମିଳି ନଥିଲା।

ଏହାକୁ ନେଇ ସନଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଶେଷରେ ସେ ୨୦୧୪ ଜାନୁଆରୀ ୩୦ରେ ସନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ ଓ ୨ ପିଲାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସନ ମଧ୍ୟ ଲୁଙ୍କ ଗୁଳିରେ ଆଖି ବୁଜିଥିଲେ। ତଦନ୍ତ ବେଳେ ପୁଲିସ୍‌ ଲୁ ଓ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଜେରା କରିଥିଲା। ହେଲେ କୌଣସି ପ୍ରମାଣ ମିଳି ନଥିଲା।

ତଦନ୍ତ ଜାରି ରହିଥିବା ବେଳେ ସନଙ୍କ ଘରୁ ଗୋଟିଏ କୋଚ ପର୍ସ ମିଳିଥିଲା। ଏଥିରେ ଥିବା ନମୁନା ସହ ଲୁଙ୍କ ଡିଏନଏ ମ୍ୟାଚ୍‌ କରାଯାଇଥିଲା। ଡିଏନଏ ରିପୋର୍ଟ ମ୍ୟାଚ୍‌ ମଧ୍ୟ ହୋଇ ଯାଇଥିଲା। କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଲୁ ତାଙ୍କ ଦେଶ ଚାଇନା ଚାଲି ଯାଇଥିଲେ। ଏବେ ସେ ସେପ୍ଟେମ୍ବର ୧୧ରେ ଆମେରିକାର କାର୍ଲିଫର୍ଣ୍ଣିଆ ଫେରିବାରୁ ତାଙ୍କୁ ଗିରଫ କରାଯାଇଛି।