/odisha-reporter/media/post_attachments/uploads/2022/05/shoot.jpg)
Firing
ନ୍ୟୁୟର୍କ: ଆମେରିକାର ବଫେଲୋ ସହରର ଏକ ସୁପର ମାର୍କେଟରେ ହୋଇଛି ଗଣହତ୍ୟା। ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ଯୁବକ ଏହି କାଣ୍ଡ ଭିଆଇଛି। ପୁଲିସ୍ ତାକୁ ଗିରଫ କରିଛି। ତା’ ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି।
Advertisment
ଏହି ୧୮ ବର୍ଷୀୟ ଯୁବକ ଜଣକ ଆମେରିକା ସେନା ପୋଷାକ ପରିଧାନ କରି ଏହି ଗଣହତ୍ୟା କରିଛି। ପୁଲିସର ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣକ ସରେଣ୍ଡର କରିବା ପୂର୍ବରୁ ୧୨ ଜଣଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଆମେରିକାରେ ହେଟ୍ କ୍ରାଇମ୍ ହାର ବଢ଼ୁଥିବା ବେଳେ ଏହା ଦିନକୁ ଦିନ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
