Advertisment

ନିଆଁ ଯୋଗୁ ୧୦ ଜଣଙ୍କ ଜୀବନ ଗଲା: ଚାଇନାରେ ତେଜିଲା ଜିରୋ କୋଭିଡ ନୀତି ବିରୋଧୀ ଆନ୍ଦୋଳନ

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଜିରୋ କୋଭିଡ୍‌ ନୀତି ବିରୋଧରେ ତେଜୁଛି ପ୍ରତିବାଦର ନିଆଁ। ଚାଇନା ସରକାରଙ୍କ ଜିରୋ କୋଭିଡ୍ ପଲିସିକୁ ନେଇ ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଛନ୍ତି ଲୋକେ। ଚାଇନାର ଉତ୍ତର ପଶ୍ଟିମରେ ଥିବା ଜିନଜିଆଙ୍ଗ ପ୍ରଦେଶରେ ଉଗ୍ର ରୂପ ଧାରଣ କରିଛି ଆନ୍ଦୋଳନ। ଶତାଧିକ ରାଜରାସ୍ତାକୁ ଓହ୍ଲାଇ ଜିନପିଙ୍ଗଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୋଟିଏ ଆପାର୍ଟମେଣ୍ଟରେ ଆଶିଂକ ଲକଡାଉନ ଯୋଗୁ ନିଆଁ ଲାଗି ୧୦ ଜଣ ପ୍ରାଣ ହରାଇବା ପରେ ଆନ୍ଦୋଳନ […]

ନିଆଁ ଯୋଗୁ ୧୦ ଜଣଙ୍କ ଜୀବନ ଗଲା: ଚାଇନାରେ ତେଜିଲା ଜିରୋ କୋଭିଡ ନୀତି ବିରୋଧୀ ଆନ୍ଦୋଳନ

china

Advertisment

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଜିରୋ କୋଭିଡ୍‌ ନୀତି ବିରୋଧରେ ତେଜୁଛି ପ୍ରତିବାଦର ନିଆଁ। ଚାଇନା ସରକାରଙ୍କ ଜିରୋ କୋଭିଡ୍ ପଲିସିକୁ ନେଇ ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଛନ୍ତି ଲୋକେ। ଚାଇନାର ଉତ୍ତର ପଶ୍ଟିମରେ ଥିବା ଜିନଜିଆଙ୍ଗ ପ୍ରଦେଶରେ ଉଗ୍ର ରୂପ ଧାରଣ କରିଛି ଆନ୍ଦୋଳନ।

Advertisment

ଶତାଧିକ ରାଜରାସ୍ତାକୁ ଓହ୍ଲାଇ ଜିନପିଙ୍ଗଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୋଟିଏ ଆପାର୍ଟମେଣ୍ଟରେ ଆଶିଂକ ଲକଡାଉନ ଯୋଗୁ ନିଆଁ ଲାଗି ୧୦ ଜଣ ପ୍ରାଣ ହରାଇବା ପରେ ଆନ୍ଦୋଳନ ଜୋରଦାର ହୋଇଛି। ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ କରୋନା କଟକଣା ପାଇଁ ଜରୁରୀ ସହାୟତା ଠିକଣା ସମୟରେ ପହଞ୍ଚି ପାରି ନଥିଲା। ଏଥିପାଇଁ ୧୦ ଜଣ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ସଂକ୍ରମଣ ବଢ଼ୁଥିବାରୁ ଚାଇନାର ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ଏହା ବିରୋଧରେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଜିନଜିଆଙ୍ଗର ରାଜଧାନୀ ଉରୁମକ୍ୟିରେ ରାସ୍ତାରେ ଚାଲିଚାଲି ଜିନପିଙ୍ଗଙ୍କ ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି।

Advertisment

ଏଥିସହ ସେମାନେ ଲକଡାଉନ ହଟାଇବାକୁ ଦାବି କରିଛନ୍ତି। ଦୀର୍ଘ ଦିନ ହେଲା ଉରୁମକ୍ୟି ସମେତ ଜିନଜିଆଙ୍ଗର ଏକାଧିକ ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ଏହି ଲକଡାଉନ ଯୋଗୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନେକ ଲୋକ ୧୦୦ ଦିନ ହେଲା ଘର ଭିତରେ ବନ୍ଦୀ ହୋଇ ରହିଥିବାରୁ ଏବେ ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ବସିଲାଣି। ୨ ଦିନରେ ସହରରୁ ୨୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମଧ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ସରକାର ଲକଡାଉନ ଲାଗୁ କରୁଛନ୍ତି। ଅନ୍ୟପକ୍ଷରେ ଆଜି କ୍ରମାଗତ ତୃତୀୟ ଦିନ ଚାଇନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe