Advertisment

ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ

କିଭ୍‌: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସୂଚନା ଦେଇଛନ୍ତି। ୟୁକ୍ରେନର ସଂସଦ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ସହରକୁ କବଜା କରିବା ପରେ ୧୦ ଜଣିଆ ଦଖଲକାରୀ ଗ୍ରୁପ ମେଲିଟୋପୋଲର ମେୟର ଇଭାନ […]

ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ

Russia

Advertisment

କିଭ୍‌: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସୂଚନା ଦେଇଛନ୍ତି।

Advertisment

ୟୁକ୍ରେନର ସଂସଦ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ସହରକୁ କବଜା କରିବା ପରେ ୧୦ ଜଣିଆ ଦଖଲକାରୀ ଗ୍ରୁପ ମେଲିଟୋପୋଲର ମେୟର ଇଭାନ ଫେଡୋରୋଭଙ୍କୁ ଅପହରଣ କରି ନେଇଛନ୍ତି। ସେ ଶତ୍ରୁଙ୍କ ସହ ବୁଝାମଣା କରିବାକୁ ମନା କରିଥିଲେ। ଏହାପରେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନିଆଯାଇଛି।

ଅପହରଣ ବେଳେ ସେ ସହରର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ଥିଲେ। ଯୁଦ୍ଧ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟାର ସମାଧାନ କରିବା ସହ ସପ୍ଲାଏ ଚେନ୍‌କୁ ତ୍ୱାରାନ୍ୱିତ କରିବା ପାଇଁ ସେ ପ୍ରୟାସ କରୁଥିଲେ। ଏହି ସମୟରେ ହିଁ ତାଙ୍କୁ ଅପହରଣ କରାଯାଇଛି।”

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ଜେଲେନସ୍କି ମଧ୍ୟ ଗୋଟିଏ ଭିଡିଓ ଜାରି କରି ମେୟର ଇଭାନଙ୍କୁ ଅପହରଣ କରାଯାଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ ଇଭାନଙ୍କୁ ଜଣେ ସାହାସୀ ମେୟରର ଆଖ୍ୟା ମଧ୍ୟ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, “ଏହା ଆକ୍ରମଣକାରୀଙ୍କ ଦୁର୍ବଳତାର ସଙ୍କେତ। ସେମାନେ ଏବେ ଆତଙ୍କବାଦର ନୂଆ ଷ୍ଟେଜରେ ପହଞ୍ଚି ଯାଇଛନ୍ତି। ସେମାନେ ୟୁକ୍ରେନର ପ୍ରତିନିଧିମାନଙ୍କୁ ଶାରୀରିକ ଭାବେ ଖତମ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।”

ଏହାପୂର୍ବରୁ ୟୁକ୍ରେନ ପ୍ରଶାସନ ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ରୁଷ ସୈନ୍ୟମାନେ ଗୋଟିଏ ବିଲଡିଂ ମଧ୍ୟରୁ କଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ବାହାରକୁ ଆଣୁଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ମୁହଁ କଳା ରଙ୍ଗାର କପଡ଼ାରେ ଘୋଡ଼ାଇ ଦିଆଯାଇଥିଲା। ସମ୍ଭବତଃ ମେୟର ଇଭାନଙ୍କୁ ସେମାନେ ଏପରି ଅବସ୍ଥାରେ ଅପହରଣ କରିଥିବା କୁହାଯାଉଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe