Advertisment

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨୨ ଯାତ୍ରୀ। ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଇଜିପ୍ଟରେ। ସୂଚନା ମୁତାବକ, ଇଜିପ୍ଟର ଉତ୍ତର ଦକାହଲିଆ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା। ଫଳରେ ଏଥିରେ ୨୨ ଜଣ ଯାତ୍ରିଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ […]

author-image
Madhupriya Mistry
କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ମୃତ

Bus Accident

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨୨ ଯାତ୍ରୀ। ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଇଜିପ୍ଟରେ।

Advertisment

ସୂଚନା ମୁତାବକ, ଇଜିପ୍ଟର ଉତ୍ତର ଦକାହଲିଆ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା। ଫଳରେ ଏଥିରେ ୨୨ ଜଣ ଯାତ୍ରିଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଆହତଙ୍କ ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଇଜିପ୍ଟ ସ୍ୱାସ୍ଥ୍ୟବିଭାଗ କହିଛି।

ଏହି ବାସ୍‌ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଏକ ଟିମ୍ ମଧ୍ୟ ସାମିଲ ଥିଲା। ବସ୍‌ଟି ସମସ୍ତ ଯାତ୍ରୀଙ୍କୁ ନେଇ ଉତ୍ତର ଦକାହଲିଆ ଯାଉଥିଲା। ତେବେ ଅଧ ରାସ୍ତାରେ ଭାରସାମ୍ୟ ହରାଇ ଏହା କେନାଲକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ବେଳେ ୩ ଜଣ ଛୋଟ ପିଲା ଥିବା ଜଣାପଡିଛି।

Advertisment

ଏହି ଦୁର୍ଘଟଣାକୁ ନେଇ ଇଜିପ୍ଟ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ଏକ ଲକ୍ଷ ପାଉଣ୍ଡ ଓ ଗୁରୁତର ୨୫ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ପାଉଣ୍ଡ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସରକାର।