Advertisment

ଥମୁନି ହିଜାବ ବିରୋଧୀ ନିଆଁ, ବିକ୍ଷୋଭକାରୀଙ୍କ ଉପରେ ମିସାଇଲ ମାଡ଼

ତେହରାନ୍‌: ହିଜାବକୁ ନେଇ ଥମୁନି ବିରୋଧ। ଏହା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ମହସା ଅମିନିଙ୍କ ମୃତ୍ୟୁ ପରେ ଏହି ହିଜାବ ବିରୋଧୀ ନିଆଁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ୧୨ ଦିନ ପରେ ବିତିଯାଇଥିଲେ ବି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି। ଏହା ମଧ୍ୟରେ କ୍ରୁରତା ଦେଖାଇଛି ଇରାନ୍ ସେନା। ବିକ୍ଷୋଭକାରୀଙ୍କ ଉପରେ କରିଛି ସିରିଏଲ ମିସାଇଲ ମାଡ। ଇରାନ୍‌ ଷ୍ଟେଟ୍‌ ମିଡିଆ ରିପୋର୍ଟ ଅନୁସାରେ ଇସଲାମିକ୍‌ ରିଭୋଲ୍ୟୁସନ ଗାର୍ଡସ କର୍ପ୍ସ […]

ଅଦ୍ୟତନ ହୋଇଛି
ଥମୁନି ହିଜାବ ବିରୋଧୀ ନିଆଁ, ବିକ୍ଷୋଭକାରୀଙ୍କ ଉପରେ ମିସାଇଲ ମାଡ଼

ballistic-missile-attack

Advertisment

ତେହରାନ୍‌: ହିଜାବକୁ ନେଇ ଥମୁନି ବିରୋଧ। ଏହା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ମହସା ଅମିନିଙ୍କ ମୃତ୍ୟୁ ପରେ ଏହି ହିଜାବ ବିରୋଧୀ ନିଆଁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ୧୨ ଦିନ ପରେ ବିତିଯାଇଥିଲେ ବି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି। ଏହା ମଧ୍ୟରେ କ୍ରୁରତା ଦେଖାଇଛି ଇରାନ୍ ସେନା। ବିକ୍ଷୋଭକାରୀଙ୍କ ଉପରେ କରିଛି ସିରିଏଲ ମିସାଇଲ ମାଡ।

Advertisment

ଇରାନ୍‌ ଷ୍ଟେଟ୍‌ ମିଡିଆ ରିପୋର୍ଟ ଅନୁସାରେ ଇସଲାମିକ୍‌ ରିଭୋଲ୍ୟୁସନ ଗାର୍ଡସ କର୍ପ୍ସ ଗ୍ରାଉଣ୍ଡ ଫୋର୍ସ(IRGC) କୁର୍ଦିସ୍ତାନରେ ଲଗାତର ୭୩ ବାଲାଷ୍ଟିକ ମିସାଇଲ ମାଡ କରିଛି। ଏଥିସହ ହିଜାବ ବିରୋଧୀ ବିକ୍ଷୋଭକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ସେନା ୧୨ରୁ ଅଧିକ ଆତ୍ମଘାତୀ ଡ୍ରୋନ୍‌ ଆକ୍ରମଣ କରିଛି।

କୁର୍ଦ ଅଞ୍ଚଳର ଭିନ୍ନ ଭିନ୍ନ ୪୨ଟି ପଏଣ୍ଟରେ ଏହି ଆକ୍ରମଣ ହୋଇଛି। କୁର୍ଦିସ୍ତାନର କୋମଲା ଦଳ ଦେଶରେ ଜାରି ରହିଥିବା ହିଜାବ ବିରୋଧୀ ହିଂସକ ପ୍ରର୍ଶଦନକୁ ନିଜ ସମର୍ଥନ ଦେଉଥିବା ସେନା ଅଭିଯୋଗ କରିଛି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଆଇଆରଜିସି କହିଛି ଯେ, ହିଜାବକୁ ବିରୋଧ କରି ୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କ ମୃତ୍ୟୁ ପରେ ପରିସ୍ଥିତି ଉତ୍କଟ ରୂପ ଧାରଣ କରିଥିଲା। ଏହାପରେ ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପ୍ରଶାସନ ବାରମ୍ବାର ସେନାକୁ ଅନୁରୋଧ କରିବା ପରେ ଏପରି ମିସାଇଲ ଓ ଡ୍ରୋନ୍ ଆକ୍ରମଣ ହୋଇଛି। ଦେଶରେ ଜାରି ରହିଥିବା ଅଶାନ୍ତି ଭିତରେ କୁର୍ଦ ସମୂହ ଇରାନରେ ହତିଆର ତସ୍କରୀ କରୁଥିଲେ। ତେଣୁ ସେନା ଏପରି ଆକ୍ରମଣ ପଦକ୍ଷେପ ନେଇଥିବା କହିଛି ଆରଜିସି। ତେବେ ଏହି ଆକ୍ରମଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।

ପ୍ରାକ୍ ସୂଚନା ମୁତାବକ, ହିଜାବକୁ ବିରୋଧ କରି ଇରାନରେ ଉଗ୍ର ରୂପ ଧାରଣ କରିଛି ବିରୋଧ। ଏହି ଘଟଣାରେ ଏଯାଏଁ ୭୫ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଶହଶହ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe