Advertisment

ଆରମ୍ଭ ହେବା ମାତ୍ରେ ମୁଲତବୀ ହେଲା ପାକିସ୍ତାନ ସଂସଦ, ଝୁଲିଲା ଇମ୍ରାନ ଖାନଙ୍କ ଭାଗ୍ୟ

ଇସଲାମାବାଦ: ଅନାସ୍ଥା ପ୍ରସ୍ତାବ ଭିତରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ତାରିଖ ଯାଏ ଆଶ୍ୱସ୍ତି ମିଳିଛି। ଆଜି ପାକିସ୍ତାନ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମାତ୍ର କିଛି ମିନିଟରେ ଏହାକୁ ରବିବାର ଯାଏ ମୁଲତବୀ ଘୋଷଣା କରାଯାଇଛି। ଫଳରେ ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ପ୍ରକାରର ଆଲୋଚନା ହୋଇପାରିନାହିଁ। ଆଜି ଠାରୁ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା। ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ଇମ୍ରାନ ଏହି ବିତର୍କ […]

ଆରମ୍ଭ ହେବା ମାତ୍ରେ ମୁଲତବୀ ହେଲା ପାକିସ୍ତାନ ସଂସଦ, ଝୁଲିଲା ଇମ୍ରାନ ଖାନଙ୍କ ଭାଗ୍ୟ

Pakistan

Advertisment

ଇସଲାମାବାଦ: ଅନାସ୍ଥା ପ୍ରସ୍ତାବ ଭିତରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ତାରିଖ ଯାଏ ଆଶ୍ୱସ୍ତି ମିଳିଛି। ଆଜି ପାକିସ୍ତାନ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମାତ୍ର କିଛି ମିନିଟରେ ଏହାକୁ ରବିବାର ଯାଏ ମୁଲତବୀ ଘୋଷଣା କରାଯାଇଛି। ଫଳରେ ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ପ୍ରକାରର ଆଲୋଚନା ହୋଇପାରିନାହିଁ।

Advertisment

ଆଜି ଠାରୁ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା। ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ଇମ୍ରାନ ଏହି ବିତର୍କ ପରେ ଗାଦିଚ୍ୟୁତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତଥାପି ସଂସଦର ଉପ ବାଚସ୍ପତି କ୍ୱାସିମ ସୁରୀ ଗୃହକୁ ରବିବାର ଦିନ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଗୃହ ନ ଚାଲିପାରିବା ପାଇଁ ସେ ବିରୋଧୀଙ୍କୁ ମଧ୍ୟ ଦାୟୀ କରିଛନ୍ତି।

ଆଜି ଗୃହ କାର୍ଯ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଯୋଗଦେଇଥିଲେ। ପ୍ରଶ୍ନକାଳ ପରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ମଧ୍ୟ ଆରମ୍ଭ ହୋଇଥାଆନ୍ତା। କିନ୍ତୁ ବିରୋଧୀ ସଦସ୍ୟମାନେ ତୁରନ୍ତ ଅନାସ୍ଥା ଭୋଟ ପ୍ରସ୍ତାବ ଉପରେ ଆଲୋଚନା ସହ ଭୋଟିଂ ଦାବି କରିଥିଲେ।

Advertisment

ପ୍ରାୟ ୧୦ ମିନିଟ ଧରି ହଙ୍ଗାମା ଚାଲିବା ପରେ ଉପ ବାଚସ୍ପତି ସୁରୀ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜିର ଗୃହ କାର୍ଯ୍ୟରେ ବିରୋଧୀ ଗୋଷ୍ଠୀର ପ୍ରାୟ ୧୭୨ ଜଣ ସଦସ୍ୟ ଯୋଗଦେଇଛନ୍ତି। ତେଣୁ ଇମ୍ରାନଙ୍କ ପକ୍ଷରେ ଆସ୍ଥା ଜିତିବା ସମ୍ଭବପର ନୁହେଁ।

ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକ ଇମ୍ରାନ ଖାନଙ୍କୁ ଆଜି ହିଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ଗୃହ ମୁଲତବୀ ହୋଇଥିବାରୁ ବିରୋଧୀ ଜାତୀୟ ସଂସଦରେ ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ବାଚନ କରିବାକୁ ଗୋଟିଏ ଆବେଦନ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀଙ୍କ ସହ ବୁଝାମଣା କରିବାକୁ ମଧ୍ୟ ପଛ ଦ୍ୱାରରେ ଇମ୍ରାନ ଖାନଙ୍କ ପାର୍ଟି ପ୍ରୟାସ କରୁଛି। ପିଟିଆର ମିଳିତ ବିରୋଧୀ ମେଣ୍ଟକୁ ବୁଝାଇ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିବାକୁ କହିଛି। ଯଦି ବରୋଧୀ ପ୍ରସ୍ତାବ ପ୍ରତ୍ୟାହାର କରନ୍ତି, ତା’ହେଲେ ଇମ୍ରାନ ଖାନ ଜାତୀୟ ସଂସଦକୁ ଭଙ୍ଗ କରିବେ। ଏହାଦ୍ୱାରା ଦେଶରେ ନୂଆ ସରକାର ଗଠନ ପାଇଁ ପୁନଃ ନିର୍ବାଚନ ହେବ।

ଯଦି ବିରୋଧୀ ଏଥିରେ ରାଜି ହେବେ, ତା’ହେଲେ ଅଗଷ୍ଟ ମାସରେ ହିଁ ଦେଶରେ ନିର୍ବାଚନ ହେବ। ବିରୋଧୀ ଦଳର କିଛି ନେତା ଏହି ପ୍ରସ୍ତାବରେ ରାଜି ଅଛନ୍ତି। ହେଲେ ଆଉ କିଛି ସଦସ୍ୟ ଇମ୍ରାନ ଖାନଙ୍କ ଉପରେ ଭରସା କରୁନାହାନ୍ତି। ତେଣୁ ସେମାନେ ଏହା ଉପରେ ବିଚାର କରି ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe