Advertisment

ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି। ଏହି ସାକ୍ଷାତକାର ଅନେକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। କରୋନା, ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦି ଓ ବାଇଡେନ୍। ଏହି ବୈଠକ ପୂର୍ବରୁ ବାଇଡେନ୍ ଟ୍ୱିଟ୍ କରି […]

ଅଦ୍ୟତନ ହୋଇଛି
ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

modi-and-biden

Advertisment

ନୂଆଦିଲ୍ଲୀ: ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି। ଏହି ସାକ୍ଷାତକାର ଅନେକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Advertisment

ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। କରୋନା, ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦି ଓ ବାଇଡେନ୍। ଏହି ବୈଠକ ପୂର୍ବରୁ ବାଇଡେନ୍ ଟ୍ୱିଟ୍ କରି କହିଥିଲେ ଯେ ସେ ଭାରତ ସହ ମଜଭୁଜ୍ ସମ୍ପର୍କ ପାଇଁ ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ହେବା ପରେ ବାଇଡେନ୍ ଓ ମୋଦିଙ୍କ ମଧ୍ୟରେ ଅନେକଥର ଫୋନରେ କଥାବାର୍ତ୍ତା ହୋଇଛି। କିନ୍ତୁ ବାଇଡେନ ଓ ମୋଦି ପ୍ରଥମଥର ମୁହାଁମୁହିଁ ପରସ୍ପରକୁ ସାକ୍ଷାତ କରିଛନ୍ତି।

https://twitter.com/ANI/status/1441418902605418497?s=20

ଏହି ସାକ୍ଷାତକାର ପୂର୍ବରୁ ଆମେରିକୀୟ ପ୍ରଶାସନର ଜଣେ ଅଧିକାରୀ କହିଥିଲେ ଯେ ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକର ପ୍ରତୀକ୍ଷା କରିଛନ୍ତି।

Advertisment

ଆମେରିକା ଗସ୍ତର ପ୍ରଥମ ଦିନରେ ମୋଦି ପାଞ୍ଚଟି କମ୍ପାନୀର ସିଇଓ, ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହାସହ ମୋଦି ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ମଧ୍ୟ ଭେଟିଥିଲେ। କରୋନାର ଦ୍ୱିତୀୟ ୱେଭ ସମୟରେ ଭାରତକୁ ଆମେରକା ସହଯୋଗର ହାତ ବଢ଼ାଇଥିବାରୁ ମୋଦି ଉପ ରାଷ୍ଟ୍ରପତି ହ୍ୟାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ହ୍ୟାରିସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହାବାଦ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଆଗକୁ ସୁସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଉଭୟ ନେତା ଏହି ବୈଠକ ପରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଉଭୟ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ଆତଙ୍କବାଦ ଓ କୋଭିଡ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଭାରତ ଓ ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ତେବେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ହଠାତ୍‌ କମଳା ହ୍ୟାରିସ ନିଜ ଆଡ଼ୁ ପାକିସ୍ତାନର ଆତଙ୍କବାଦ ପ୍ରୀତି କଥା ଉଠାଇଛନ୍ତି। ପାକିସ୍ତାନରେ ଆତଙ୍କୀ ଗ୍ରୁପ୍‌ ବେଧଡ଼କ କାର୍ଯ୍ୟ କରୁଥିବା ସେ କହିବା ସହ ଇସଲାମାବାଦକୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପାକିସ୍ତାନ ସହ ତାଲିବାନଙ୍କ ସମ୍ପର୍କ କଥା ମଧ୍ୟ ଏହି ବୈଠକରେ ଉଠିଛି।

Joe Biden Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe