Advertisment

ରୁଷର ହମଲା ଜାରି, ୨୦୦୦ରୁ ଅଧିକ ଲୋକଙ୍କୁ ହରାଇଲାଣି ୟୁକ୍ରେନ

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାକୁ ଆଜି ୭ ଦିନ ପୂରିଛି। ଏହି ୭ ଦିନର ଯୁଦ୍ଧ ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ଏବେ ମିସାଇଲ ମାଡ଼ରେ ଭଗ୍ନ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ରୁଷ ଜାରି ରଖିଥିବା ଆକ୍ରମଣରେ ୟୁକ୍ରେନ ଏଯାବତ ୨୦୦୦ରୁ ଅଧିକ ସାଧାରଣ ଲୋକଙ୍କୁ ହରାଇ ସାରିଛି। ଏମାନଙ୍କ ବ୍ୟତୀତ ଶତାଧିକ ସୈନ୍ୟ ମଧ୍ୟ ଦେଶ ପାଇଁ ଜୀବନ ଦେଇଛନ୍ତି। ଏ […]

ରୁଷର ହମଲା ଜାରି, ୨୦୦୦ରୁ ଅଧିକ ଲୋକଙ୍କୁ ହରାଇଲାଣି ୟୁକ୍ରେନ

Ukraine.jpg1

Advertisment

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାକୁ ଆଜି ୭ ଦିନ ପୂରିଛି। ଏହି ୭ ଦିନର ଯୁଦ୍ଧ ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ଏବେ ମିସାଇଲ ମାଡ଼ରେ ଭଗ୍ନ ଧ୍ୱଂସସ୍ତୁପରେ ପରିଣତ ହୋଇଛି।

Advertisment

ରୁଷ ଜାରି ରଖିଥିବା ଆକ୍ରମଣରେ ୟୁକ୍ରେନ ଏଯାବତ ୨୦୦୦ରୁ ଅଧିକ ସାଧାରଣ ଲୋକଙ୍କୁ ହରାଇ ସାରିଛି। ଏମାନଙ୍କ ବ୍ୟତୀତ ଶତାଧିକ ସୈନ୍ୟ ମଧ୍ୟ ଦେଶ ପାଇଁ ଜୀବନ ଦେଇଛନ୍ତି। ଏ ସମ୍ପର୍କରେ ଆଜି ୟୁକ୍ରେନ ସରକାର ସୂଚନା ଦେଇଛନ୍ତି।

ୟୁକ୍ରେନର ଏମର୍ଜେନ୍ସି ସର୍ଭିସ ପକ୍ଷରୁ କୁହାଯାଇଛି ଯେ ରୁଷ ସହ ଗୋଟିଏ ସପ୍ତାହ ହେଲାଣି ଲଢ଼େଇ ଜାରି ରହିଛି। ରୁଷ ଯବାନମାନେ ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ ମଧ୍ୟ ହମଲା କରିବାକୁ ପଛାଇ ନାହାନ୍ତି। ଏହି ୭ ଦିନର ଲଢ଼େଇ ଭିତରେ ୨୦୦୦ରୁ ଅଧିକ ସାଧାରଣ ଲୋକ ରୁଷ ଗୁଳିର ଶିକାର ହୋଇଛନ୍ତି।

Advertisment

ଏହବାଦ ଶତାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ପରିବହନ ବ୍ୟବସ୍ଥା, ହସ୍ପିଟାଲ, ଆଶ୍ରୟସ୍ଥଳ ଓ ସାଧାରଣ ଲୋକଙ୍କ ଘର ମଧ୍ୟ ମାଟିରେ ମିଶି ଯାଇଛି। ରାସ୍ତା ଘାଟ ମିସାଇଲ ମାଡ଼ରେ ଛିନଛତ୍ର ହୋଇ ଯାଇଛି। ଟିଭି ଟାୱାରକୁ ରୁଷ ଉଡ଼ାଇ ଦେଇଥିବାରୁ ଅନେକ ସ୍ଥାନରେ ଚ୍ୟାନେଲ ଗୁଡ଼ିକ ବନ୍ଦ ହୋଇଯାଇଛି। ଏକାଧିକ ତୈଳ ଡିପୋ ଓ ବିଜୁଳି ଷ୍ଟେସନ ମଧ୍ୟ ରୁଷର ବୋମା ବର୍ଷଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ରୁଷର ଆକ୍ରମଣ ଯୋଗୁ ପ୍ରତି ମୁହୂର୍ତ୍ତରେ ଶିଶୁ, ମହିଳା ଓ ଦେଶର ଯବାନମାନେ ପ୍ରାଣ ହରାଉଛନ୍ତି। ରାଜଧାନୀ କିଭ୍‌କୁ ସଂଯୋଗ କରୁଥିବା ଏକାଧିକ ବ୍ରିଜକୁ ଉଡ଼ାଇ ଦିଆଯାଇଛି। ରୁଷ ହମଲା ଜାରି ରଖିଥିଲେ ମଧ୍ୟ କିଭ୍‌ରେ ପ୍ରବେଶ କରିବାକୁ ସକ୍ଷମ ହୋଇନାହିଁ। ଦେଶର ଯବାନମାନେ ରୁଷର ସବୁ ଉଦ୍ୟମକୁ ପଣ୍ଡ କରିଦେଇଥିବା ଏମର୍ଜେନ୍ସି ସର୍ଭିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଯୁଦ୍ଧରେ ରୁଷ ୬ ହଜାରରୁ ଅଧିକ ଯବାନ ହରାଇଥିବା ଦାବି କରିଛନ୍ତି। ୟୁକ୍ରେନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୪ ଫେବ୍ରୁଆରୀରୁ ମାର୍ଚ୍ଚ ୨ ମଧ୍ୟରେ ରୁଷର ୨୧୧ଟି ଟ୍ୟାଙ୍କ ନଷ୍ଟ ହୋଇଛି। ସେହିପରି ୮୬୨ ଯୁଦ୍ଧ ବାହାନ, ୮୫ଟି ତୋପ, ୪୦ଏମ୍‌ଏଲ୍‌ଆର୍‌ଏସ୍‌କୁ ୟୁକ୍ରେନ ସେନା ଉଡ଼ାଇ ଦେଇଛନ୍ତି।

ରୁଷର ୩୦ଟି ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇଛି। ଏହାବାଦ ୩୩୫ ଗାଡ଼ି, ୬୦ଟି ଫୁଏଲ ଟ୍ୟାଙ୍କ ଓ ତିନୋଟି ୟୁଏଭିକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe