Advertisment

ଯୁଦ୍ଧ ଯୋଗୁ ୟୁକ୍ରେନ ଛାଡ଼ିଲେଣି ୩୦ ଲକ୍ଷରୁ ଅଧିକ ଲୋକ

ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ତମ ଦିନରେ ପହଞ୍ଚିଛି। ଏହି ୨୦ ଦିନ ମଧ୍ୟରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି। ଏ ସମ୍ପର୍କରେ ଆଜି ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ଇମିଗ୍ରାଣ୍ଟ(ଆଇଓଏମ)ର ମୁଖପାତ୍ର ପଲ ଡିଲନ କହିଛନ୍ତି,“ ଆମେ ବର୍ତ୍ତମାନ ୩୦ ଲକ୍ଷ ଶରଣାର୍ଥୀ ସଂଖ୍ୟାକୁ ଛୁଇଁଛୁ। ଏହାର ଅର୍ଥ ୩୦ ଲକ୍ଷ ଲୋକ ୟୁକ୍ରେନ […]

author-image
Hemant Lenka
ଯୁଦ୍ଧ ଯୋଗୁ ୟୁକ୍ରେନ ଛାଡ଼ିଲେଣି ୩୦ ଲକ୍ଷରୁ ଅଧିକ ଲୋକ

Ukraine.jpg1

ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ତମ ଦିନରେ ପହଞ୍ଚିଛି। ଏହି ୨୦ ଦିନ ମଧ୍ୟରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି। ଏ ସମ୍ପର୍କରେ ଆଜି ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ଇମିଗ୍ରାଣ୍ଟ(ଆଇଓଏମ)ର ମୁଖପାତ୍ର ପଲ ଡିଲନ କହିଛନ୍ତି,“ ଆମେ ବର୍ତ୍ତମାନ ୩୦ ଲକ୍ଷ ଶରଣାର୍ଥୀ ସଂଖ୍ୟାକୁ ଛୁଇଁଛୁ। ଏହାର ଅର୍ଥ ୩୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ଅନ୍ୟ ଦେଶଗୁଡ଼ିକୁ ଚାଲି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଣ ୟୁକ୍ରେନ ନାଗରିକଙ୍କ ସଂଖ୍ୟା ୧୫,୭୦୦୦।”

ସେହିପରି ଏହି ୨୦ ଦିନ ମଧ୍ୟରେ ଦୈନିକ ୭୫ ହଜାର ୟୁକ୍ରେନିଆନ ପିଲା ଶରଣାର୍ଥୀ ପାଲଟୁ ଥିବା ୟୁନିସେଫ ପକ୍ଷରୁ କୁହାଯାଇଛି। ୟୁନିସେଫର ମୁଖପାତ୍ର ଜେମ୍ସ ଏଲଡର କହିଛନ୍ତି, “ଫେବୃଆରୀ ୨୪ ଠାରୁ ଅନେକ ପିଲା ୟୁକ୍ରେନରେ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଆହତ ମଧ୍ୟ ହୋଇଛନ୍ତି। ଏଯାଏ ୧୫ ଲକ୍ଷ ଛୋଟ ପିଲା ୟୁକ୍ରେନ ଛାଡ଼ି ସାରିଲେଣି। ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଦୈନିକ ହାରାହାରି ୭୫ ହଜାର ପିଲା ଶରଣାର୍ଥୀ ପାଲଟୁଛନ୍ତି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରତି ମିନିଟରେ ୫୫ ଜଣ ଛୋଟ ପିଲା ୟୁକ୍ରେନ ଛାଡ଼ୁଛନ୍ତି। ଯୁଦ୍ଧ ଆରମ୍ଭ ପରଠାରୁ ପ୍ରତି ସେକେଣ୍ଡରେ ଜଣେ ୟୁକ୍ରେନିଆନ ପିଲା ଦେଶରୁ ପଳାୟନ କରୁଛନ୍ତି।”

ଜାତିସଂଘ ଶରଣାର୍ଥୀ ଏଜେନ୍ସି କହିଛି, ୟୁକ୍ରେନ ଛାଡ଼ି ୧୮ ଲକ୍ଷ ଲୋକ ପୋଲାଣ୍ଡ ଯାଇଥିବା ବେଳେ ୪,୫୩,୦୦୦ରୁ ଅଧିକ ଲୋକ ରୋମାନିଆ, ୩,୩୭,୦୦୦ରୁ ଅଧିକ ଲୋକ ମୋଲଡୋଭା, ୨,୬୩,୦୦୦ରୁ ଅଧିକ ଲୋକ ହଙ୍ଗେରୀ ଓ ୨,୧୩,୦୦୦ରୁ ଅଧିକ ଲୋକ ସ୍ଲୋଭାକିଆ ଚାଲି ଯାଇଛନ୍ତି।

ସେହିପରି ରୁଷ ଯାଇଥିବା ଲୋକଙ୍କ ସଂଖ୍ୟା ୧,୪୩,୦୦୦ ରହିଛି। ଏବେ ବି ଲକ୍ଷାଧିକ ଲୋକ ୟୁକ୍ରେନ ଛାଡ଼ିବା ଅପେକ୍ଷାରେ ରହିଥିବା ଏଜେନ୍ସି ସୂଚନା ଦେଇଛି।

Russia-Ukraine War