ଦେଶ ଛାଡି ପଳାଉଥିଲେ ସାଂସଦ, ମାଡି ବସିଲା ୟୁକ୍ରେନ ସେନା

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି ଯୁଦ୍ଧ। ଦୀର୍ଘ ୧୨ ଦିନ ହେବ ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ସଙ୍କଟଗ୍ରସ୍ତ ଦେଶର ରାଷ୍ଟ୍ରପତି ଜେଲେନସ୍କି କୌଣସି ବି ପ୍ରକାରର ବୁଝାମଣା କରିବାକୁ ରାଜି ନାହାନ୍ତି। ସେ ଖୋଦ ନିଜ ସୈନିକମାନଙ୍କ ମନୋବଳ ବଢ଼ାଉଛନ୍ତି। ଦେଶ ଛାଡି ବାହାରକୁ ଚାଲିଯାଉଥିବା ୟୁକ୍ରେନ ନାଗରିକମାନଙ୍କୁ ଦେଶ ଭିତରେ ରହି ଯୁଦ୍ଧ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏହାରି ଭିତରେ […]

mp-yevhen-shevchenko

Madhupriya Mistry
  • Published: Tuesday, 08 March 2022
  • , Updated: 08 March 2022, 11:12 AM IST

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି ଯୁଦ୍ଧ। ଦୀର୍ଘ ୧୨ ଦିନ ହେବ ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ସଙ୍କଟଗ୍ରସ୍ତ ଦେଶର ରାଷ୍ଟ୍ରପତି ଜେଲେନସ୍କି କୌଣସି ବି ପ୍ରକାରର ବୁଝାମଣା କରିବାକୁ ରାଜି ନାହାନ୍ତି। ସେ ଖୋଦ ନିଜ ସୈନିକମାନଙ୍କ ମନୋବଳ ବଢ଼ାଉଛନ୍ତି। ଦେଶ ଛାଡି ବାହାରକୁ ଚାଲିଯାଉଥିବା ୟୁକ୍ରେନ ନାଗରିକମାନଙ୍କୁ ଦେଶ ଭିତରେ ରହି ଯୁଦ୍ଧ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏହାରି ଭିତରେ ଦେଶ ଛାଡି ପଳାଉଥିବା ଜଣେ ସାଂସଦଙ୍କୁ ମାଡି ବସିଛି ୟୁକ୍ରେନ୍‌ ସେନା। ୟୁକ୍ରେନ୍‌ ସାଂସଦ ୟେଭେନ୍‌ ଶେଭେଞ୍ଚକୋଙ୍କୁ ଗିରଫ କରାଯାଇଛି।

ପୂର୍ବ ୟୁରୋପୀୟ ମିଡିଆ NEXTA ମୁତାବକ, ୟୁକ୍ରେନ୍‌ ସାଂସଦ ୟେଭେନ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ୟୁକ୍ରେନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟେଭେନଙ୍କ ଦେଶ ଛାଡି ପାରିବେ ନାହିଁ। ତାଙ୍କର ଦେଶ ଛାଡିବା ନେଇ କୌଣସି ଅଧିକାର ନାହିଁ, କାରଣ ବାଧ୍ୟତାମୂଳକ ସାମରିକ ସେବା ଅନୁଯାୟୀ ସେ ଯୁଦ୍ଧ କରିବାକୁ ସକ୍ଷମ ଅଟନ୍ତି।

ଗତ ବର୍ଷ ଏପ୍ରିଲରେ, ୩୪ ବର୍ଷିୟ ୟେଭେନ ରୁଷର ସହଯୋଗୀ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ଭେଟିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ, ୟେଭେନଙ୍କୁ ଶାସକ ଦଳ 'ସର୍ଭଣ୍ଟ ଅଫ ଦି ପିପୁଲ'ରୁ ବହିଷ୍କାର କରାଯାଇଥିଲା। ଏହି ଦଳର ସାଂସଦ ଜେଲେନସ୍କି ୟୁକ୍ରେନର ରାଷ୍ଟ୍ରପତି ଅଟନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୨୪ରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଦୁଇ ଦେଶ ମଧ୍ୟ ତିନି ତିନି ଥର ଶାନ୍ତି ଆଲୋଚନା ପାଇଁ ବୈଠକ ବସି ସାରିଲାଣି କିନ୍ତୁ ସମାଧାନର କୌଣସି ବାଟ ବାହାରିପାରୁନି। ରୁଷ ଲଗାତର ବୋମା ମାଡ ସାଙ୍ଗକୁ ରକେଟ ଓ ମିସାଇଲ ମାଡ କରି ୟୁକ୍ରେନ୍‌ର ଅନେକ ସହରକୁ ଧ୍ୱଂସ କରିସାରିଲାଣି। ଏପରିକି ୟୁକ୍ରେନ୍‌ର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ମଧ୍ୟ ନିଜ କବ୍‌ଜାକୁ ଆଣିସାରିଲାଣି ରୁଷ। ଏବେ କେବଳ ଗୋଟିଏ ଲକ୍ଷ୍ୟ କିଭ୍‌କୁ ଦଖଲ କରିବ।

Related story