Advertisment

ମୌଲାନା ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି !

କାବୁଲ: ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ମୌଲାନା ଅବଦୁଲ ଘନି। ପାକିସ୍ତାନର ଏକ ଓ୍ୱେବସାଇଟ୍ ‘ଦ ନେସନ’ରେ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ଏ ନେଇ ତାଲିବାନ ବିବୃତ୍ତି ରଖିନାହିଁ। କହିରଖୁଛୁ ଆଫଗାନିସ୍ତାନର ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ବୋଲି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ନିକଟରେ କହିଥିଲେ। ଯିଏକି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜର ରାଜନୀତିକ ଟିମ୍ ସହିତ କାଜାକାସ୍ତାନ ପଳାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୌଲାନା ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି !

Mullah-Abdul-Ghani

କାବୁଲ: ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ମୌଲାନା ଅବଦୁଲ ଘନି। ପାକିସ୍ତାନର ଏକ ଓ୍ୱେବସାଇଟ୍ 'ଦ ନେସନ'ରେ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ଏ ନେଇ ତାଲିବାନ ବିବୃତ୍ତି ରଖିନାହିଁ। କହିରଖୁଛୁ ଆଫଗାନିସ୍ତାନର ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ବୋଲି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ନିକଟରେ କହିଥିଲେ। ଯିଏକି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜର ରାଜନୀତିକ ଟିମ୍ ସହିତ କାଜାକାସ୍ତାନ ପଳାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଆଫଗାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି।

Advertisment

ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସ୍ୱାଭାବିକ ଭାବରେ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ତାଲିବାନ। ଏକ ବିବୃତ୍ତି ଜାରି କରି ତାଲିବାନ କହିଛି ଯେ ଦେଶରେ ଯେଉଁଭଳି ସରକାରୀ ପ୍ରଥା ଚାଲିଥିଲା ଏବେ ସମାନ ନିୟମ ରହିବ। କୌଣସି ସଂସ୍ଥା ପାଖରୁ ତାଲିବାନ ପ୍ରତିଶୋଧ ନେବ ନାହିଁ।

1994ରେ ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ଆନ୍ଦୋଳନ ଆରମ୍ଭ କରିଥିଲା ସେତେବେଳେ ମୌଲାନା ଅବଦୁଲ ନେତୃତ୍ୱ ନେଇଥିଲେ ବୋଲି ଜଣାପଡ଼ିଛି। ତାଲିବାନ କ୍ୟାମ୍ପର ସେ ଜଣେ ଦ୍ୱିତୀୟ ଶୀର୍ଷ କମାଣ୍ଡର ବୋଲି ସୂଚନା ରହିଛି।

Advertisment

ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ତାଲିବାନ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନକୁ ଇସଲାମିକ୍ ଏମିରେଟ୍ (Islamic Emirate) ବୋଲି ଘୋଷଣା କରିପାରନ୍ତି। ସେପ୍ଟେମ୍ବର 11, 2001ର ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ହଟାଇବା ପାଇଁ ଆମେରିକା ସେନା ବାହିନୀକୁ ଏଠାରେ ନିୟୋଜିତ କରି ନିୟନ୍ତ୍ରଣରେ ରଖିଥିଲା। ଏହା ପୂର୍ବରୁ ଆଫଗାନିସ୍ତାନର ନାମ 'ଇସଲାମିକ ଏମିରେଟ୍ ଆଫଗାନିସ୍ତାନ' ଥିଲା।

Afganistan Taliban Recapture Afghanistan Taliban Attack