Advertisment

ସରକାର ଗଠନ କଲା ତାଲିବାନ, ମୁଲ୍ଲା ହସନ ଅଖୁନ୍ଦଙ୍କୁ ମିଳିଲା ଶାସନର କମାଣ

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ପଞ୍ଜଶିର ଲଢ଼େଇ ଭିତରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ। କାବୁଲ ଦଖଲର ୩ ସପ୍ତାହ ପରେ ଆଜି ବିଧିବଦ୍ଧ ଭାବେ ସଂଗଠନ ପକ୍ଷରୁ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଆଫଗାନରେ ଆରମ୍ଭ ହୋଇଥିବା ତାଲିବାନୀ ଶାସନର କମାଣ ସଂଗଠନ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ଦେଇଛି। ସେ ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ। ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର […]

ଅଦ୍ୟତନ ହୋଇଛି
ସରକାର ଗଠନ କଲା ତାଲିବାନ, ମୁଲ୍ଲା ହସନ ଅଖୁନ୍ଦଙ୍କୁ ମିଳିଲା ଶାସନର କମାଣ

Taliban

Advertisment

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ପଞ୍ଜଶିର ଲଢ଼େଇ ଭିତରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ। କାବୁଲ ଦଖଲର ୩ ସପ୍ତାହ ପରେ ଆଜି ବିଧିବଦ୍ଧ ଭାବେ ସଂଗଠନ ପକ୍ଷରୁ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଆଫଗାନରେ ଆରମ୍ଭ ହୋଇଥିବା ତାଲିବାନୀ ଶାସନର କମାଣ ସଂଗଠନ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ଦେଇଛି। ସେ ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ। ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀ ନିଯୁକ୍ତି ପାଇଥିବା ତାଲିବାନ ମୁଖପାତ୍ର ହବିବୁଲ୍ଲା ମୁଜାହିଦ ଘୋଷଣା କରିଛନ୍ତି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଜାହିଦ ତାଲିବାନୀ ସରକାରର ମନ୍ତ୍ରିମଣ୍ଡଳ କେମିତି ହେବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କାମ ଚଳା ସରକାର ଗଠନ କରାଯାଇଛି। ଏହା ସ୍ଥାୟୀ ସରକାର ନୁହେଁ। ସେହିପରି ତାଲିବାନ ସରକାରରେ ମନ୍ତ୍ରୀ ହେଉଥିବା ସବୁ ସଦସ୍ୟଙ୍କୁ ସହଯୋଗ କରିବା ପାଇଁ  ଦୁଇ ଜଣ ଲେଖାଏ ଡେପୁଟି ରହିବେ ବୋଲି ସେ କହିଛନ୍ତି।

ତାଙ୍କ ଘୋଷଣା ଅନୁଯାୟୀ, ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଚାଲିଥିବା ବୈଠକ ବେଳେ ଅମୀରୁଲ ମୋଇନୀ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦା ହିଁ ପ୍ରଥମେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦାଙ୍କ ନାଁ ଦେଶର ମୁଖ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ଏହାପରେ ସର୍ବସମ୍ମତିକ୍ରମେ ତାଙ୍କ ନାଁ ଉପରେ ମୋହର ବାଜିଛି। ତାଙ୍କ ଡେପୁଟି ଭାବେ ମୁଲ୍ଲା ବରାଦର କାମ କରିବେ। ହସନ ଅଖୁନ୍ଦ ଏବେ ତାଲିବାନର ନିଷ୍ପତ୍ତି ନେଉଥିବା ପ୍ୟାନେଲ ରେହବରି ଶୁରା ବା ନେତୃତ୍ୱ ପରିଷଦର ମୁଖ୍ୟ ଭାବେ କାମ କରୁଛନ୍ତି। ସେ ଦୀର୍ଘ ୨୦ ବର୍ଷ ହେଲାଣି ରେହବରି ଶୁରାର ମୁଖ୍ୟ ଭାବେ କାମ କରିଛନ୍ତି ଓ ନିଜର ସ୍ୱତନ୍ତ୍ର ସ୍ଥାନ ସଂଗଠନରେ ତିଆରି କରିଛନ୍ତି।

ସେ ଜଣେ ଧାର୍ମିକ ନେତା। ସେ ତାଙ୍କର ଚରିତ୍ର ଓ ନିଷ୍ଠାପର ପାଇଁ ବେଶ ଜଣାଶୁଣା। ହସନ ଅଖୁନ୍ଦ ସଂଗଠନର ଶୀର୍ଷନେତା ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଘନିଷ୍ଠ ଭାବେ ୨୦ ବର୍ଷ ହେଲା କାମ କରି ଆସିଛନ୍ତି। ପୂର୍ବରୁ ଯେତେବେଳେ ତାଲିବାନ ଆଫଗାନରେ ଶାସନ କରୁଥିଲା ସେତେବେଳେ ହସନ ଅଖୁନ୍ଦ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଦେଶର ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ।

ତାଲିବାନ ସରକାରରେ ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେହିପରି ଆଫଗାନର ପ୍ରତିରକ୍ଷା ମନ୍ତ୍ରୀ ହେବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ। ସେ ମୁଲ୍ଲା ହିବାତୁଲ୍ଲାଙ୍କ ମାଦ୍ରାସାରେ ପାଠପଢ଼ୁଥିଲେ।

ମୁଲ୍ଲା ଆମୀର ଖାନ ମୁତ୍ତାକି ତାଲିବାନୀ ଶାସନର ବୈଦେଶିକ ମନ୍ତ୍ରୀ ହେବେ। ତାଙ୍କ ଡେପୁଟି ଭାବେ ସଂଗଠନର ରାଜନୀତିକ ଅଫିସର ମୁଖ୍ୟ ଶେର ଆବ୍ବାସ ଷ୍ଟାନିକଜାଇ କାର୍ଯ୍ୟ କରିବେ। ମୁଜାହିଦ ଆହୁରି କହିଛନ୍ତି, ତାଲିବାନ ସରକାରରେ ନ୍ୟାୟ ମନ୍ତ୍ରୀ ଭାବେ ଅବଦୁଲ ହକିମ। ସୂଚନା ମନ୍ତ୍ରୀ ଭାବେ ଖୈରୁଲ୍ଲା ଖାଇରଖୱା ଓ ତାଙ୍କ ଡେପୁଟି ଭାବେ ନିଜେ ଜବିଉଲ୍ଲା ମୁଜାହିଦ କାମ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe