Advertisment

ଆସ୍ଥା ଭୋଟରେ ହାରିଲେ ପ୍ରଧାନମନ୍ତ୍ରୀ ଓଲି, ଦେବେ ଇସ୍ତଫା

କାଠମାଣ୍ତୁ: ନେପାଳ ସଂସଦରେ ଆସ୍ଥା ହରାଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଆଜି ସେ ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ହେଁ ଏଥିରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ୯୩ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୨୪ ଭୋଟ ପଡ଼ିଛି। ୧୫ ଜଣ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ। ନେପାଳ ସଂସଦର ୨୭୧ ସଦସ୍ୟଙ୍କ ମଧ୍ୟରୁ ଆସ୍ଥା ଭୋଟ ବେଳେ ୨୩୨ ଜଣ ଉପସ୍ଥିତ ଥିଲେ। ଯେଉଁ ୨୮ ଜଣ […]

ଆସ୍ଥା ଭୋଟରେ ହାରିଲେ ପ୍ରଧାନମନ୍ତ୍ରୀ ଓଲି, ଦେବେ ଇସ୍ତଫା

KP-Oli

Advertisment

କାଠମାଣ୍ତୁ: ନେପାଳ ସଂସଦରେ ଆସ୍ଥା ହରାଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଆଜି ସେ ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ହେଁ ଏଥିରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ୯୩ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୨୪ ଭୋଟ ପଡ଼ିଛି। ୧୫ ଜଣ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ।

Advertisment

ନେପାଳ ସଂସଦର ୨୭୧ ସଦସ୍ୟଙ୍କ ମଧ୍ୟରୁ ଆସ୍ଥା ଭୋଟ ବେଳେ ୨୩୨ ଜଣ ଉପସ୍ଥିତ ଥିଲେ। ଯେଉଁ ୨୮ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ ସେମାନେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି- Unified Marxist Leninistର ସଦସ୍ୟ। ସେମାନଙ୍କୁ ହାଜର ପାଇଁ ହ୍ୱିପ ଜାରି କରାଯାଇଥିଲେ ହେଁ ସେମାନେ ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ। ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଆସ୍ଥା ଭୋଟରେ ହାରିବାକୁ ପଡ଼ିଛି।

ଓଲି ଦୀର୍ଘ ୩୮ ମାସ କ୍ଷମତାରେ ରହିବା ପରେ ଆସ୍ଥା ଭୋଟରେ ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଛନ୍ତି। ଆସ୍ଥାରେ ହାରିଥିବାରୁ ଓଲି ନିଜର ଇସ୍ତଫା ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଦେବେ। ଏହାପରେ ରାଷ୍ଟ୍ରପତି ନୂଆ ସଂସଦ ଗଠନ କରିବାକୁ ସପ୍ତାହେ ସମୟ ଦେବେ।

Advertisment

ଆସ୍ଥା ଭୋଟ ଆଗତ କରି ଓଲି କହିଥିଲେ, ଯେଉଁ ସରକାର ନିରବଚ୍ଛିନ୍ନ ଭାବେ ବିକାଶ ମୂଳକ କାର୍ଯ୍ୟ କରି ଚାଲିଛି, ତା’କୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଟାର୍ଗେଟ କରାଯାଉଛି। ଏହା ସଂକୀର୍ଣ୍ଣ ମାନସିକତା। ସେ ବିରୋଧୀଙ୍କୁ କାହା ନାଁରେ ମିଥ୍ୟା ଅଭିଯୋଗ ନ ଆଣିବାକୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେମାନେ କହିଥିଲେ ଯେ କରୋନାକୁ ନିୟନ୍ତ୍ରଣ କରିବାରେ ପ୍ରଧାନମନ୍ତ୍ରୀ ଓଲି ଫେଲ ମାରିଛନ୍ତି। ସରକାର କରୋନା ରୋଗୀଙ୍କ ଜୀବନ ସହ ଖେଳ ଖେଳିଛନ୍ତି। ଭାରତରୁ ଠିକଣା ସମୟରେ ଟିକା ଆସିବାର ଥିଲେ ହେଁ ଦୁର୍ନୀତି ଓ ଲାଭଖୋର ନୀତି ପାଇଁ ଏହାକୁ ସରକାର ଅଟକାଇଥିଲେ ବୋଲି ମଧ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି।

ପ୍ରଧାନମନ୍ତ୍ରୀ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ମାର୍ଚ୍ଚ ମାସଠାରୁ ହିଁ ବିଭ୍ରାଟ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲା। ୩ ବର୍ଷ ତଳେ ହିଁ ସେ ସରକାର ଗଠନ କରିଥିଲେ। ଗତବର୍ଷ ଡିସେମ୍ବର ମାସରେ ବିବାଦକୁ ଦେଖି ସେ ସଂସଦ ଭଙ୍ଗ କରିବାକୁ କହିଥିଲେ ଓ ପୁଣି ଦେଶରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ନୂଆ ନିର୍ବାଚନକୁ ବାତିଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe