Advertisment

ନୂଆ ପଲିସି ଆଣିଲା ଟ୍ୱିଟର୍‌

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ ନଷ୍ପତ୍ତି ନେଉଛନ୍ତି। ଏବେ ଟ୍ୱିଟର୍‌ ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ। ଟ୍ୱିଟର୍‌ର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ସେ ପ୍ରୟାସ କରୁଛନ୍ତି। ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି ଯେ, ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। […]

ଅଦ୍ୟତନ ହୋଇଛି
ନୂଆ ପଲିସି ଆଣିଲା ଟ୍ୱିଟର୍‌

new-twitter-policy

Advertisment

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ ନଷ୍ପତ୍ତି ନେଉଛନ୍ତି। ଏବେ ଟ୍ୱିଟର୍‌ ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ। ଟ୍ୱିଟର୍‌ର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ସେ ପ୍ରୟାସ କରୁଛନ୍ତି।

Advertisment

ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି ଯେ, ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ। ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ।

https://twitter.com/elonmusk/status/1593673339826212864?s=20&t=jnaMEE1qDLn952t54Synvw

Advertisment

ଏପରି ଟ୍ୱିଟର ଟ୍ରାଫିକକୁ ମଧ୍ୟ କମ୍ କରାଯିବ। ଜଣେ ଖୋଜିବା ପରେ ହିଁ ଏହି ଟ୍ୱିଟଗୁଡ଼ିକୁ ସେ ପାଇବ ନ ହେଲେ ଆପେ ଆପେ ଆପଣଙ୍କ ପାଖକୁ ଏପରି ଟ୍ୱିଟ ଆସିବ ନାହିଁ। ଏଲନ ମସ୍କ କହିଛନ୍ତି, ଟ୍ୱିଟରରେ ବାକ୍ ସ୍ୱାଧୀନତା ରହିବ, କିନ୍ତୁ ଅଯଥାରେ ନକରାତ୍ମକ ସ୍ପିଚ୍ ପ୍ରଚାର ହୋଇପାରିବ ନାହିଁ।

ଟ୍ୱିଟର ମାଲିକାନା ହାସଲ କରିବା ପରେ ଟ୍ୱିଟରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରୁଛନ୍ତି ଏଲନ୍ ମସ୍କ। ବ୍ୟାନ୍ ହୋଇଥିବା ଆକାଉଣ୍ଟକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ସେହିପରି ଟ୍ୱିଟର ଅଧିଗ୍ରହଣ କରିବା ପରେ ବଡ଼ ଧରଣର ଛଟେଇ ମଧ୍ୟ ଆରମ୍ଭ ହୋଇଛି। ଟ୍ୱିଟରରୁ ଶହ ଶହ କର୍ମଚାରୀ ଇସ୍ତଫା ଦେଇଛନ୍ତି।

ମସ୍କ ଟ୍ୱିଟରରେ ଚେତାବନୀ ଦେଇଥିଲେ ଯେ, ଅଧିକ ସମୟ କାମ କରିବା ପାଇଁ ପ୍ରସ୍ତୁତ ରୁହ, ନହେଲେ କମ୍ପାନୀ ଛାଡ। ମସ୍କଙ୍କ ଏପରି ଟ୍ୱିଟ୍ ପରେ ଅନେକ କର୍ମଚାରୀ ଚାକିରି ଛାଡି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe