Advertisment

ସମ୍ପତ୍ତି ଜବତ ଠାରୁ ବିମାନ ଉପରେ ରୋକ: ରୁଷ ପାଇଁ ଲାଗୁ ହେବ କଡ଼ା ଆଇନ

ଅକଲ୍ୟାଣ୍ଡ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ଅନେକ ପଶ୍ଚିମ ଦେଶ ରୁଷ ଉପରେ ଏଥିପାଇଁ ଆର୍ଥିକ, ବ୍ୟବସାୟିକ ଓ ସାମରିକ କଟକଣା ଲାଗୁ କରୁଛନ୍ତି। ତଥାପି ରୁଷ ତା’ର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରୁନାହିଁ। ବରଂ ଆକ୍ରମଣକୁ ଆହୁରି ଜୋରଦାର କରି ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି। ଏସବୁ ଭିତରେ ନ୍ୟୁଜିଲ୍ୟାଣ୍ଡ ସରକାର ଗୋଟିଏ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଯେଉଁ ଆଇନରେ ଆକ୍ରମଣକାରୀ ରୁଷ ଉପରେ କଠୋର […]

ସମ୍ପତ୍ତି ଜବତ ଠାରୁ ବିମାନ ଉପରେ ରୋକ: ରୁଷ ପାଇଁ ଲାଗୁ ହେବ କଡ଼ା ଆଇନ

Russia

Advertisment

ଅକଲ୍ୟାଣ୍ଡ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ଅନେକ ପଶ୍ଚିମ ଦେଶ ରୁଷ ଉପରେ ଏଥିପାଇଁ ଆର୍ଥିକ, ବ୍ୟବସାୟିକ ଓ ସାମରିକ କଟକଣା ଲାଗୁ କରୁଛନ୍ତି। ତଥାପି ରୁଷ ତା’ର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରୁନାହିଁ। ବରଂ ଆକ୍ରମଣକୁ ଆହୁରି ଜୋରଦାର କରି ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି।

Advertisment

ଏସବୁ ଭିତରେ ନ୍ୟୁଜିଲ୍ୟାଣ୍ଡ ସରକାର ଗୋଟିଏ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଯେଉଁ ଆଇନରେ ଆକ୍ରମଣକାରୀ ରୁଷ ଉପରେ କଠୋର କଟକଣା ଲାଗୁ କରିବାର ପ୍ରାବଧାନ ରହିବ। ନୂଆ ଆଇନରେ ସମ୍ପତ୍ତି ଜବତ ଠାରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବା ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ସ୍ୱତନ୍ତ୍ର କ୍ଷମତା ପାଇବେ। ଆଜି ଏ ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ସୂଚନା ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ ରୁଷ ବିରୋଧରେ ପ୍ରସ୍ତାବ ଆଣୁଥିଲେ ମଧ୍ୟ ଏଥିରେ ସଫଳତା ମିଳୁନାହିଁ। କାରଣ ରୁଷ ପାଖରେ ଭିଟୋ ପାୱାର ଥିବାରୁ ସେ ଏହାକୁ ବ୍ୟବହାର କରି ସବୁ ପ୍ରସ୍ତାବକୁ ଅକାମୀ କରି ଦେଉଛି। ତେଣୁ ନ୍ୟୁଜିଲ୍ୟାଣ୍ଡ ସରକାର ରୁଷକୁ ଉଚିତ ଜବାବ ଦେବା ପାଇଁ ନଜସ୍ୱ ଆଇନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଜାସିଣ୍ଡା କହିଛନ୍ତି, ନୂଆ ଆଇନରେ ରୁଷର କମ୍ପାନୀ ଓ ରୁଷ ସହ ଜଡ଼ିତ ଲୋକଙ୍କ ସମ୍ପତ୍ତିକୁ ଜବତ କରିବାର ବ୍ୟବସ୍ଥା ରହିବ। ଯେଉଁଥିରେ ଅତି ଧନୀ ବର୍ଗର ଲୋକଙ୍କ ସମ୍ପତ୍ତି ମଧ୍ୟ ରହିଛି। ନ୍ୟୁଜିଲ୍ୟାଣ୍ତ ସରକାର ନୂଆ ଆଇନ ବଳରେ ସବୁ ସମ୍ପତ୍ତିକୁ ଜବତ କରିପାରିବେ।

ଏଥିସହ ବଡ଼ବଡ଼ ଜାହାଜର ପ୍ରବେଶ ଓ ବିମାନ ଉଡ଼ାଣ ଉପରେ ମଧ୍ୟ ରୋକ ଲଗାଇ ପାରିବେ। ଏଭଳି ଏକ ବିଧେୟକ କେବେ ହେଲେ ଆମ ସଂସଦରେ ଆସି ନଥିଲା। କିନ୍ତୁ ଏବେ ଏହାର ଆବଶ୍ୟକତା ରହିଛି। କାରଣ ରୁଷ ଜାତିସଂଘ ଲଗାଉଥିବା ପ୍ରତିବନ୍ଧକ ବିରୋଧରେ ରୁଷ ଭିଟୋ ପ୍ରୟୋଗ କରିବାର ଆଶଙ୍କା ରହିଛି।

ବିଧେୟକରେ ରୁଷର ଆକ୍ରମଣରେ ସହାୟତା କରୁଥିବା ବେଲାରୁଷ ଭଳି ଦେଶଗୁଡ଼ିକର ଲୋକଙ୍କ ଉପରେ ମଧ୍ୟ ରୋକ ଲଗାଇବାର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।

ନ୍ୟୁଜିଲ୍ୟାଣ୍ଡର ବିଦେଶ ମନ୍ତ୍ରୀ ନାନାୟା ମହୁତା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରୁଷ ସହ ଜଡ଼ିତ ପ୍ରାୟ ୧୦୦ ଜଣ ଲୋକଙ୍କ ଉପରେ ଆମ ଦେଶ ପକ୍ଷରୁ କଟକଣା ଲଗାଯାଇଛି। ତାଲିକାରେ ଯେଉଁମାନଙ୍କ ନାଁ ରହିଛି, ସେମାନେ କେବେ ବି ନ୍ୟୁଜିଲ୍ୟାଣ୍ଡ ଆସିପାରିବେ ନାହିଁ।

ଏହି ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଁ ୧ନଂ ସ୍ଥାନରେ ରହିଛି। ଏହାବାଦ ରୁଷର କିଛି ଧନୀ ଲୋକ ଓ ସେନା ଅଧିକାରୀଙ୍କ ପ୍ରବେଶ ଉପରେ ମଧ୍ୟ ରୋକ ଲଗାଯାଇଛି। ଆଗକୁ ନ୍ୟୁଜିଲ୍ୟାଣ୍ତରେ ପୁଞ୍ଜି ନିବେଶ କରିଥିବା କିମ୍ବା କରିବାକୁ ଚାହୁଁଥିବା ଲୋକଙ୍କ ଉପରେ କଟକଣା ଲାଗିବ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe