Advertisment

ଆମେରିକାରେ ପୁଣି ଚାଲିଲା ଗୁଳି, ୯ ଜଣଙ୍କ ଜୀବନ ଗଲା

ୱାଶିଂଟନ: ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି। ଏହିକ୍ରମରେ ଦେଶର ଆଉ ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି। ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଫିଲାଡେଲଫିଆର ଦୁଇ ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ନିକଟରେ ଥିବା […]

ଅଦ୍ୟତନ ହୋଇଛି
ଆମେରିକାରେ ପୁଣି ଚାଲିଲା ଗୁଳି, ୯ ଜଣଙ୍କ ଜୀବନ ଗଲା

shooting

Advertisment

ୱାଶିଂଟନ: ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି। ଏହିକ୍ରମରେ ଦେଶର ଆଉ ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି। ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଫିଲାଡେଲଫିଆର ଦୁଇ ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ନିକଟରେ ଥିବା ବାର ଓ ରେଷ୍ଟୁରାଣ୍ଟ ଭିତରେ ଗୁଳିମାଡ଼ କରିଥିଲେ। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

ଦ୍ୱିତୀୟ ଗୁଳିକାଣ୍ଡ ଘଟଣା ଚାଟ୍ଟାନୋଗାରେ ଥିବା ଗୋଟିଏ ବାର ପାଖରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ହଠାତ୍‌ ଗୁଳିମାଡ଼ କରିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୪ ଜଣ ଆହତ ହୋଇଛନ୍ତି। ତୃତୀୟ ଘଟଣାଟି ମିଚଗାନର ସାଗିନୱରେ ଘଟିଛି। ଏଠାରେ ଗୁଳିମାଡ଼ ହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି ଓ ୨ ଜଣ ଆହତ ହୋଇଛନ୍ତି।

Advertisment

ଲଗାତର ୩ଟି ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ କୌଣସି ବି ଗୁଳିକାଣ୍ଡ ଘଟଣାରେ ପୁଲିସ୍ କାହାକୁ ବି ଗିରଫ କରିନି। ଏହାପୂର୍ବରୁ ଟେକ୍ସାସର ଗୋଟିଏ ସ୍କୁଲ, ଟୁଲସାରେ ଥିବା ଗୋଟିଏ ହସ୍ପିଟାଲ ଓ ନ୍ୟୁୟର୍କରେ ଥିବା ମାର୍କେଟରେ ଆତତାୟୀମାନେ ଗୁଳି ଚଳାଇଥିଲେ। ଏଥିରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।

Terror Attack USA Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe