Advertisment

ପିଏଚଡି ଓ ମାଷ୍ଟର ଡିଗ୍ରୀକୁ ମୂଲ୍ୟହୀନ କହିଲେ ତାଲିବାନର ଶିକ୍ଷାମନ୍ତ୍ରୀ

କାବୁଲ: ଆଫଗାନିସ୍ତାନରେ ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନର ନୂଆ ଶିକ୍ଷାମନ୍ତ୍ରୀ ଶେଖ ମୌଲବୀ ନୋରୁଲ୍ଲା ମୁନୀର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଆଜିକା ସମୟରେ ପିଏଚ୍‌ଡି ଓ ମାଷ୍ଟର ଡିଗ୍ରୀ ସଂପୂର୍ଣ୍ଣ ଭାବେ ମୂଲ୍ୟହୀନ। ଶିକ୍ଷାମନ୍ତ୍ରୀଙ୍କ ଏପରି ବୟାନ ଆଫଗାନର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତକୁ ଆହୁରି ଅନ୍ଧାର ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଫଗାନରେ ଗଠନ ହୋଇଥିବା ତାଲିବାନ ସରକାରର ମୁଖ୍ୟ ଭାବେ ମୁଲ୍ଲା ହସନ ଅଖୁନ୍ଦା ନିଯୁକ୍ତି […]

author-image
Hemant Lenka
ପିଏଚଡି ଓ ମାଷ୍ଟର ଡିଗ୍ରୀକୁ ମୂଲ୍ୟହୀନ କହିଲେ ତାଲିବାନର ଶିକ୍ଷାମନ୍ତ୍ରୀ

Taliban

କାବୁଲ: ଆଫଗାନିସ୍ତାନରେ ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନର ନୂଆ ଶିକ୍ଷାମନ୍ତ୍ରୀ ଶେଖ ମୌଲବୀ ନୋରୁଲ୍ଲା ମୁନୀର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଆଜିକା ସମୟରେ ପିଏଚ୍‌ଡି ଓ ମାଷ୍ଟର ଡିଗ୍ରୀ ସଂପୂର୍ଣ୍ଣ ଭାବେ ମୂଲ୍ୟହୀନ।

Advertisment

ଶିକ୍ଷାମନ୍ତ୍ରୀଙ୍କ ଏପରି ବୟାନ ଆଫଗାନର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତକୁ ଆହୁରି ଅନ୍ଧାର ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଫଗାନରେ ଗଠନ ହୋଇଥିବା ତାଲିବାନ ସରକାରର ମୁଖ୍ୟ ଭାବେ ମୁଲ୍ଲା ହସନ ଅଖୁନ୍ଦା ନିଯୁକ୍ତି ପାଇଛନ୍ତି। ସେ ଜାତିସଂଘ ଦ୍ୱାରା ଆତଙ୍କୀ ତାଲିକାନରେ ରହିଛି। ତଥାପି ତାଙ୍କୁ ତାଲିବାନ ସରକାରର ମୁଖ୍ୟ କରାଯାଇଛି।

ସେହିପରି ତାଲିବାନର ସୁପ୍ରିମ ଲିଡର ହବିତୁଲ୍ଲା ଅଖୁନ୍ଦଜାଦା ଆଫଗାନକୁ ପବିତ୍ର ଶରିଆ ଆଇନ ବଳରେ ଶାସନ କରାଯିବ ବୋଲି କହିଛନ୍ତି। ତାଲିବାନ ଲୋକଙ୍କ ବିରୋଧରେ କୌଣସି ଅତ୍ୟାଚାର କରିବ ନାହିଁ ବୋଲି କହୁଥିଲେ ହେଁ ବାସ୍ତବ ଚିତ୍ର ଭିନ୍ନ କିଛି ବୟାନ କରୁଛି। ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ତାଲିବାନ ସରକାର କ୍ଷମତା ଦଖଲ କରିବା କ୍ଷଣି ଘୋଷଣା କରିଛି। ତଥାପି ମହିଳାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି।

Advertisment

ଏସବୁ ଭିତରେ ତାଲିବାନ ସରକାରର ଶିକ୍ଷାମନ୍ତ୍ରୀ ଶେଖ ମୌଲବୀ ନୋରୁଲ୍ଲା ମୁନୀର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ବୟାନ ଦେଇଛନ୍ତି। ସେ ଉଚ୍ଚ ଶିକ୍ଷା ଦ୍ୱାରା କ’ଣ ଲାଭ ମିଳିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେ ଗୋଟିଏ ଭିଡିଓରେ କହିଛନ୍ତି ଯେ “ଆଜିକା ଦିନରେ କୌଣସି ପିଏଚ୍‌ଡି ଓ ମାଷ୍ଟର ଡିଗ୍ରୀର ମୂଲ୍ୟ କିଛି ନାହିଁ।

ଆଫଗାନର କ୍ଷମତାରେ ଥିବା ମୁଲ୍ଲା ଓ ତାଲିବାନୀମାନଙ୍କ ପାଖରେ କୌଣସି ପିଏଚ୍‌ଡି, ଏମଏ କିମ୍ବା ହାଇ ସ୍କୁଲ ଡିଗ୍ରୀ ନଥିବା ଆପଣମାନେ ସମସ୍ତେ ଦେଖୁଛନ୍ତି। ଡିଗ୍ରୀ ନଥିବା ସତ୍ତ୍ୱେ ଆମେ ସବୁଠାରୁ ବଡ଼ ସ୍ଥାନରେ ବସିବାକୁ ସକ୍ଷମ ହୋଇଛୁ। ଏଥିରୁ ସମସ୍ତେ ସବୁ କିଛି ବୁଝି ପାରୁଥିବେ।”


ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଶିକ୍ଷା ମନ୍ତ୍ରୀ ଏମିତି କହୁଛନ୍ତି, ସେଠାରେ ପାଠପଢ଼ାର ଗତି କୁଆଡ଼େ ଯିବ, ତାହା ସମସ୍ତଙ୍କୁ ଜଣା ବୋଲି ଟ୍ୱିଟର ବ୍ୟବହାରକାରୀମାନେ କହିଛନ୍ତି।