Advertisment

ଅନ୍ଧାରରେ ବୁଡ଼ିଲା ଖାରକିଭ, ତୈଳ ଡିପୋରେ ଭୟଙ୍କର ହମଲା

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି। ରୁଷର ବୋମା ଓ ମିସାଇଲ ମାଡ଼ ଯୋଗୁ ଏବେ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି। ଏହାର ଅର୍ଥ ପୂରା ସହରର ଏବେ ଅନ୍ଧାରରେ ବୁଡ଼ିଛି। ଆଜି […]

author-image
Hemant Lenka
ଅଦ୍ୟତନ ହୋଇଛି
ଅନ୍ଧାରରେ ବୁଡ଼ିଲା ଖାରକିଭ, ତୈଳ ଡିପୋରେ ଭୟଙ୍କର ହମଲା

Oil-Depo

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି।

Advertisment

ରୁଷର ବୋମା ଓ ମିସାଇଲ ମାଡ଼ ଯୋଗୁ ଏବେ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି। ଏହାର ଅର୍ଥ ପୂରା ସହରର ଏବେ ଅନ୍ଧାରରେ ବୁଡ଼ିଛି। ଆଜି ହିଁ ରୁଷ ଖାରକିଭ୍‌ ଦଖଲ କରିବାକୁ ପଣ କରିଛି। ଏଥିପାଇଁ ଏଠାରେ ଅଲଆଉଟ ଆଟାକ ଆରମ୍ଭ କରିଛି।

ରୁଷ ପାରଟ୍ରୁପରଙ୍କ ଠାରୁ ଆରମ୍ଭ କରି ସ୍ଥଳସେନାର ଯବାନମାନେ ଖାରକିଭ ଉପରେ ଚାରିପଟୁ ହମଲା କରୁଛନ୍ତି। ସେମାନଙ୍କ ଆକ୍ରମଣରୁ ମିଲିଟାରୀ ପ୍ରତିଷ୍ଠାନ, ସ୍କୁଲ, ହସ୍ପିଟାଲ ଓ ସାଧାରଣ ଜନବସିତି ବର୍ତ୍ତି ପାରିନି। ମିସାଇଲ ଓ ବୋମା ମାଡ଼ରେ ଏଗୁଡ଼ିକ ଧ୍ୱଂସ ହେବାରେ ଲାଗିଛି।

Advertisment

ଗତକାଲି ରାତିରେ ଖାରକିଭରେ ରୁଷ କରିଥିବା ବୋମା ବର୍ଷଣରେ ୨ ଜଣ ଶିଶୁଙ୍କ ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ରାତି ପାହିବା ପରେ ରୁଷ ସେନା ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏବେ ଖାରକିଭ୍‌ରେ କେବଳ ଆତଙ୍କ ହିଁ ଦେଖିବାକୁ ମିଳିଛି। ଏଠାରେ ରହୁଥିବା କିଛି ଲୋକ ସହର ଛାଡ଼ିଥିବା ବେଳେ ଅନ୍ୟମାନେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି। ଏବେ ସେମାନେ କେମିତି ଉଦ୍ଧାର ହେବେ, ତାହା ହିଁ ବଡ଼ ପ୍ରଶ୍ନ।


ଅନ୍ୟପଟେ ଚେର୍ଣ୍ଣିହିଭରେ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ମିସାଇଲ ମାଡ଼ ଯୋଗୁ ଏଠାରେ ଥିବା ତୈଳ ଡିପୋରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ରାଜଧାନୀ କିଭରେ ମଧ୍ୟ ବଡ଼ ହମଲା ହୋଇଛି। ରାତି ସମୟରେ କିଭର ଗୋଟିଏ ନ୍ୟୁଜ ଚ୍ୟାନେଲ ରିପୋର୍ଟର ଖବର ପ୍ରସାରଣ କରୁଥିବା ବେଳେ ହଠାତ୍ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା।

ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନ୍ଧାର ରାତିରେ ଆକାଶ ପୂରା ଆଲୋକିତ ହୋଇଯାଇଥିଲା। ସେହିପରି ବିସ୍ଫୋରଣ ପରେ ରିପୋର୍ଟର ଜଣଙ୍କ ଆଉ ଖବର ପ୍ରସାରଣ କରି ନଥିଲେ।

Russia-Ukraine War