Advertisment

କରୋନା ଟିକାର ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ ଉତ୍ତର କୋରିଆ ହ୍ୟାକର

ସିଓଲ: ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ଆଜି ବଡ଼ ତଥ୍ୟ ସାରା ବିଶ୍ୱକୁ ଦେଇଛି। କରୋନାର ରକ୍ଷାକବଚ କୁହାଯାଇଥିବା ଟିକା ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଓ ଚିକିତ୍ସା ସମ୍ପର୍କରେ ଜାଣିବା ପାଇଁ ଉତ୍ତର କୋରିଆର ହ୍ୟାକରମାନେ ଉଦ୍ୟମ କରିଥିଲେ। ବିଶେଷ କରି କରୋନା ଟିକା ପ୍ରସ୍ତୁତ କରିଥିବା ଆମେରିକୀୟ କମ୍ପାନୀ ଫାଇଜର ଆଇଏନସିକୁ ଏମାନେ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ କରୋନାର ଜଣେ ସାଂସଦଙ୍କୁ ଗୁଇନ୍ଦା ସଂସ୍ଥା ଏଭଳି […]

କରୋନା ଟିକାର ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ ଉତ୍ତର କୋରିଆ ହ୍ୟାକର

pfizer

Advertisment

ସିଓଲ: ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ଆଜି ବଡ଼ ତଥ୍ୟ ସାରା ବିଶ୍ୱକୁ ଦେଇଛି। କରୋନାର ରକ୍ଷାକବଚ କୁହାଯାଇଥିବା ଟିକା ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଓ ଚିକିତ୍ସା ସମ୍ପର୍କରେ ଜାଣିବା ପାଇଁ ଉତ୍ତର କୋରିଆର ହ୍ୟାକରମାନେ ଉଦ୍ୟମ କରିଥିଲେ। ବିଶେଷ କରି କରୋନା ଟିକା ପ୍ରସ୍ତୁତ କରିଥିବା ଆମେରିକୀୟ କମ୍ପାନୀ ଫାଇଜର ଆଇଏନସିକୁ ଏମାନେ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦକ୍ଷିଣ କରୋନାର ଜଣେ ସାଂସଦଙ୍କୁ ଗୁଇନ୍ଦା ସଂସ୍ଥା ଏଭଳି ତଥ୍ୟ ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କରୋନା ମହାମାରୀ ବେଳେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ଡିଜିଟାଲ ଗୁଇନ୍ଦାମାନେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ସଂସ୍ଥା, ଟିକା ବାହାର କରିବାକୁ ପ୍ରୟାସ କରୁଥିବା ବୈଜ୍ଞାନିକ ଓ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡ଼ିକ ଟାର୍ଗେଟ କରିବା ଆରମ୍ଭ କରିଥିଲେ।

କରୋନା ସମ୍ପର୍କରେ ଗବେଷଣା କେତେ ବାଟ ଯାଇଛି ଓ ଗବେଷଣାରୁ କେଉଁ ସବୁ ତଥ୍ୟ ମିଳିଛି, ସେକଥା ଜାଣିବା ପାଇଁ ଏହି ହ୍ୟାକରମାନେ ଉଦ୍ୟମ କରୁଥିଲେ। ସାଇବର ଆଟାକ ବେଳେ ହ୍ୟାକରମାନେ କୋଭିଡ ଟିକା ଓ ଚିକିତ୍ସା ପଦ୍ଧତି ଚୋରି କରିବାକୁ ଉଦ୍ୟମ କରିଥିଲେ। ବିଶେଷ କରି ଫାଇଜର ଆଇଏନସିକୁ ସେମାନେ ହ୍ୟାକ ମଧ୍ୟ କରିଥିଲେ ବୋଲି ଗୁଇନ୍ଦା ସଂସ୍ଥା ଦକ୍ଷିଣ କୋରିଆର ଜଣେ ସାଂସଦଙ୍କୁ କହିଛି।

Advertisment

ତେବେ ଦକ୍ଷିଣ କରୋନା ପକ୍ଷରୁ ଏହା କେତେବେଳେ ହୋଇଥିଲା ଏବଂ ସଫଳତାର ସହ ହ୍ୟାକରମାନେ ତଥ୍ୟ ନେଇପାରିଛନ୍ତି କି ନାହିଁ, ସେ ବିଷୟରେ କିଛି ବି କୁହାଯାଇ ନାହିଁ। କେବଳ ହ୍ୟାକ ସମ୍ପର୍କରେ ସୂଚନା ଦିଆଯାଇଛି। ସେହିପରି ଏସିଆ ଓ ଦକ୍ଷିଣ କୋରିଆରେ ଥିବା ଫାଇଜର ଅଫିସ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।

ଅନ୍ୟପକ୍ଷରେ କିଛି ଦିନ ତଳେ ରିପୋର୍ଟ ମିଳିଥିଲା ଯେ ସନ୍ଦିଗ୍ଧ ଉତ୍ତର କୋରିଆ ହ୍ୟାକରମାନେ ଜନସନ ଆଣ୍ଡ ଜନସନ, ନୋଭାକ୍ସ ଆଇଏନସି ଓ ଆଷ୍ଟ୍ରାଜେନେକା ଭଳି କରୋନା ଟିକା ତିଆରି କରୁଥିବା ୯ଟି ହେଲଥକେୟାର ଫାର୍ମର ସିଷ୍ଟମରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe