Advertisment

ୟୁକ୍ରେନ ଆଣବିକ କେନ୍ଦ୍ରର କର୍ମଚାରୀଙ୍କୁ ନିର୍ଯାତନା ଦେଉଛନ୍ତି ରୁଷ ସୈନ୍ୟ!

କିଭ୍‌: ୟୁକ୍ରେନ ଉପରେ ହମଲା କରି ରୁଷ ସେନା ଏକାଧିକ ଆଣବିକ କେନ୍ଦ୍ରକୁ ନିଜ ଦଖଲକୁ ନେଇଛନ୍ତି। ଏବେ ଆଣବିକ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସେମାନେ ନିର୍ଯାତନା ଦେବା ଆରମ୍ଭ କରିଛନ୍ତି। ବିଶେଷ କରି ଜାପୋରଜିଆରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ରରେ ରୁଷ ସେନାର ଅତ୍ୟାଚାର ବଢ଼ି ଯାଇଥିବା ଅଭିଯୋଗ ହୋଇଛି। ୟୁକ୍ରେନର ଶକ୍ତିମନ୍ତ୍ରୀ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଜାପୋରଜିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର […]

author-image
Hemant Lenka
ୟୁକ୍ରେନ ଆଣବିକ କେନ୍ଦ୍ରର କର୍ମଚାରୀଙ୍କୁ ନିର୍ଯାତନା ଦେଉଛନ୍ତି ରୁଷ ସୈନ୍ୟ!

nuclear

କିଭ୍‌: ୟୁକ୍ରେନ ଉପରେ ହମଲା କରି ରୁଷ ସେନା ଏକାଧିକ ଆଣବିକ କେନ୍ଦ୍ରକୁ ନିଜ ଦଖଲକୁ ନେଇଛନ୍ତି। ଏବେ ଆଣବିକ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସେମାନେ ନିର୍ଯାତନା ଦେବା ଆରମ୍ଭ କରିଛନ୍ତି। ବିଶେଷ କରି ଜାପୋରଜିଆରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ରରେ ରୁଷ ସେନାର ଅତ୍ୟାଚାର ବଢ଼ି ଯାଇଥିବା ଅଭିଯୋଗ ହୋଇଛି।

Advertisment

ୟୁକ୍ରେନର ଶକ୍ତିମନ୍ତ୍ରୀ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଜାପୋରଜିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ଅପରେଟିଂ ଷ୍ଟାଫଙ୍କ ଉପରେ ରୁଷ ସେନା ଅତ୍ୟାଚାର କରୁଥିବା ସେ ଏଥିରେ କହିଛନ୍ତି।

ତାଙ୍କ କହିବା ଅନୁସାରେ ଆଣବିକ ଶକ୍ତି କେନ୍ଦ୍ରର କର୍ମଚାରୀମାନଙ୍କୁ ଦୀର୍ଘ ୪ ଦିନ ହେଲା ପଣବନ୍ଦୀ କରି ରଖାଯାଇଛି। ପାୱାର ପ୍ଲାଣ୍ଟ ଭିତରେ ୫୦୦ ଜଣ ରୁଷ ସୈନ୍ୟ ଓ ୫୦ ୟୁନିଟ ଅତ୍ୟଧିକ କ୍ଷମତାସମ୍ପନ୍ନ ଯୁଦ୍ଧାସ୍ତ୍ର ରଖାଯାଇଛି। ଏଠାକାର କର୍ମଚାରୀଙ୍କୁ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଛି। ରୁଷ ଏବେ ନିଜର ଅପରାଧକୁ ଲୁଚାଇବା ପାଇଁ ଅପପ୍ରଚାର ଆରମ୍ଭ କରିଛି। ନିଜ ଦେଶର ଲୋକ ଓ ପୂରା ବିଶ୍ୱକୁ ରୁଷ ସମର୍ଥିତ ଆଉଟଲେଟ ଭ୍ରମିତ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ମନ୍ତ୍ରୀ ଜଣଙ୍କ ପୁଣିଥରେ ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକୁ ତୁରନ୍ତ ଆଣବିକ କେନ୍ଦ୍ରଗୁଡ଼ିକ ରୁଷ ସେନା କବଳରୁ ରକ୍ଷା କରିବାକୁ ନିବେଦନ କରିଛନ୍ତି। ସେହିପରି ୟୁକ୍ରେନର ଆକାଶ ପଥକୁ ବନ୍ଦ କରିବା ପାଇଁ ସେ ପଶ୍ଚିମ ଦେଶଗୁଡ଼ିକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ରୁଷର ଅସ୍ତ୍ର ବ୍ୟବହାର ଯୋଗୁ ଯଦି ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୁଏ, ତା’ହେଲେ ପୂରା ୟୁରୋପରେ ବିପର୍ଯ୍ୟୟ ଦେଖାଯିବ। ଏଥିପାଇଁ କେବଳ ରୁଷ ହିଁ ଦାୟୀ ରହିବ। ଆମେ ସମସ୍ତେ ରୁଷର ଆଣବିକ ଆତଙ୍କବାଦକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ। ଅତ୍ୟଧିକ ବିଳମ୍ବ ହେବା ପୂର୍ବରୁ ଏହା ବିରୋଧରେ ପଦକ୍ଷେପ ନିଆଯାଉ।”

Russia-Ukraine War