Advertisment

ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା

ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୦ ବର୍ଷୀୟ ଶେଫାଳୀ ୨ ଛୁଆଙ୍କ ମା’ ହୋଇଥିବା ବେଳେ ଭାରତର ଜମ୍ମୁ କଶ୍ମୀରର ମୂଳ ବାସିନ୍ଦା। ବହୁ ବର୍ଷ ଧରି ସେ ଆମେରିକାରେ ରହି ଆସୁଛନ୍ତି। ସେଠାରେ ନ୍ୟୁୟର୍କ, ଚିକାଗୋ ଓ […]

ଅଦ୍ୟତନ ହୋଇଛି
ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା

shefali-razdan

Advertisment

ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

୫୦ ବର୍ଷୀୟ ଶେଫାଳୀ ୨ ଛୁଆଙ୍କ ମା’ ହୋଇଥିବା ବେଳେ ଭାରତର ଜମ୍ମୁ କଶ୍ମୀରର ମୂଳ ବାସିନ୍ଦା। ବହୁ ବର୍ଷ ଧରି ସେ ଆମେରିକାରେ ରହି ଆସୁଛନ୍ତି। ସେଠାରେ ନ୍ୟୁୟର୍କ, ଚିକାଗୋ ଓ ବୋଷ୍ଟନ ସହରରେ ପାଠପଢ଼ା ଶେଷ କରିଥିବା ଶେଫାଳୀ କାଲିଫର୍ଣ୍ଣିଆର ଅନ୍ୟତମ ଶକ୍ତିଶାଳୀ ମହିଳା ଭାବେ ପରିଚିତ।

ନ୍ୟୁୟର୍କ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ରାଜଦାନୀ ମିଆମୀ ୟୁନିଭରସିଟିରୁ ମାସ୍‌ କମ୍ୟୁନିକେସନ୍‌ ପାଠ ପଢ଼ିଛନ୍ତି। ଏଥିସହ ସେ ଅନେକ ନାଗରିକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

Advertisment

[caption id="attachment_719872" align="aligncenter" width="650"]publive-image ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହ ଶେଫାଳୀ ।[/caption]

ହ୍ୱାଇଟ ହାଉସ୍‌ ତରଫରୁ ଗତକାଲି ରାଜଦାନୀଙ୍କ ସମେତ ଆହୁରି ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଫାଳୀ ବହୁ ପୂର୍ବରୁ ମହିଳାଙ୍କ ଅଧିକାର ସମେତ ମାନବାଧିକାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି।  ଜଣେ ଅନୁଭବୀ ରାଜନୈତିକ କର୍ମକର୍ତ୍ତା ଭାବେ ପରିଚିତ ଶେଫାଳୀ  ଆମେରିକାର ହୋଲୋକାଷ୍ଟ ମେମୋରିଆଲ ମ୍ୟୁଜିୟମ କାଉନସିଲରେ କାର୍ଯ୍ୟରତ ଥିବା ବେଳେ ବର୍ତ୍ତମାନ ପାଶ୍ଚାତ୍ୟ ଜୋନାଲ କାଉନସିଲର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି |

ଏହାବାଦ ସେ ସାନ ଫ୍ରାନ୍ସିସ୍କୋ କମିଟିର ହ୍ୟୁମାନ୍ ରାଇଟ୍ସର ସଦସ୍ୟ ଥିବା ସହ  ୱାକ ଫରେଷ୍ଟ ୟୁନିଭରସିଟି ଲିଡରସିପ୍ ଏବଂ କ୍ୟାରେକ୍ଟର କାଉନସିଲର ମଧ୍ୟ କାର୍ଯ୍ୟକର୍ତ୍ତା ଅଛନ୍ତି। ଶେଫାଳୀ ଜୋ ବାଇଡେନଙ୍କ ମହିଳା ଶାଖା ପାଇଁ ଜାତୀୟ କୋ-ଚେୟାର ଭାବେ କାମ କରିଥିବା ବେଳେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟିରେ ଡେପୁଟି ନ୍ୟାସନାଲ ଫାଇନାନ୍ସ ମେମ୍ବର ଭାବରେ କାର୍ଯ୍ୟ କରିଥିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

[caption id="attachment_719873" align="aligncenter" width="650"]shefali-razdan ଓମାବା ଓ ହିଲାରୀ କ୍ଲିଣ୍ଟନଙ୍କ ସହ ଶେଫାଳୀ।[/caption]

ବାଇଡେନ କ୍ଷମତାକୁ ଆସିବା ପୂର୍ବରୁ ଶେଫାଳୀ ୨୦୦୮ ମସିହାରେ ବାରାକ ଓବାମାଙ୍କ ଦ୍ୱାରା ହୋଇଥିବା ରାଷ୍ଟ୍ରପତି ଅଭିଯାନରେ ସକ୍ରିୟ ଥିଲେ। ଏହାବାଦ ସେ ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ଅଭିଯାନରେ ମଧ୍ୟ ଜଡିତ ଥିଲେ। ଯେଉଁଠାରେ ସେ ହିଲାରୀଙ୍କ ଅଭିଯାନର ଉତ୍ତର କାଲିଫର୍ନିଆ ପରିଚାଳନା କମିଟି ଏବଂ ହିଲାରୀ କମିଟିର ମହିଳା ସଦସ୍ୟ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe