Advertisment

ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ଏବେ ପିଜା ଡେଲିଭରୀ ବୟ

ବର୍ଲିନ: ସେ ଥିଲେ ଦେଶରେ ଆଇଟି ମନ୍ତ୍ରୀ। ନିଜ ଦେଶରେ ଆଇଟି ବିପ୍ଳବ ଆଣିଥିଲେ। ବିଳାସପୂର୍ଣ୍ଣ ଓ ଚାକଚକ୍ୟ ଜୀବନଶୈଳୀ ବିତାଉଥିଲେ। ହେଲେ ଆଜି ସେ ଫକିର। ସମୟ ଓ ପରିସ୍ଥିତି ତାଙ୍କୁ ଫକିର କରିଦେଇଛି। ମୁଠାଏ ଦାନା ପାଇଁ ପାଲଟି ଯାଇଛନ୍ତି ଡେଲିଭରୀ ବୟ। ସାଇକେଲ୍‌ ଚଳାଇ ଘରକୁ ଘର ବୁଲି ପିଜା ଡେଲିଭରୀ କରୁଛନ୍ତି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ଏବେ ପିଜା ଡେଲିଭରୀ ବୟ

Syed-Ahmad-Shah-Saadat

ବର୍ଲିନ: ସେ ଥିଲେ ଦେଶରେ ଆଇଟି ମନ୍ତ୍ରୀ। ନିଜ ଦେଶରେ ଆଇଟି ବିପ୍ଳବ ଆଣିଥିଲେ। ବିଳାସପୂର୍ଣ୍ଣ ଓ ଚାକଚକ୍ୟ ଜୀବନଶୈଳୀ ବିତାଉଥିଲେ। ହେଲେ ଆଜି ସେ ଫକିର। ସମୟ ଓ ପରିସ୍ଥିତି ତାଙ୍କୁ ଫକିର କରିଦେଇଛି। ମୁଠାଏ ଦାନା ପାଇଁ ପାଲଟି ଯାଇଛନ୍ତି ଡେଲିଭରୀ ବୟ। ସାଇକେଲ୍‌ ଚଳାଇ ଘରକୁ ଘର ବୁଲି ପିଜା ଡେଲିଭରୀ କରୁଛନ୍ତି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ। ସେ ଜର୍ମାନୀରେ ପିଜା ଡେଲିଭରୀ କରୁଥିବା ଜଣେ ସାମ୍ୱାଦିକ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଛି।

Advertisment

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ ପୂର୍ବତନ ମନ୍ତ୍ରୀଙ୍କ ଏହି ଅବସ୍ଥା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଫଗାନିସ୍ତାନର ପୂର୍ବ ସରକାରରେ ଆଇଟି ମନ୍ତ୍ରୀ ଥିବା ସୟଦ ଅହମ୍ମଦ ଶାହା ସାଦତ ଜର୍ମାନୀର ଲିପିଜିଗ ସହରରେ ପିଜା ଡେଲିଭର କରନ୍ତି। ସେ ସାଇକେଲରେ ପିଜା ନେଇ ଏହି କାମ କରନ୍ତି। ଆଫଗାନିସ୍ତାନର ଅଶରଫ ଘନି ନେତୃତ୍ୱାଧୀନ ସରକାରରେ ସାଦତ ଆଇଟି ମନ୍ତ୍ରୀ ଥିଲେ। ତେବେ ସରକାରରେ ବିବାଦ ଥିବାରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ଆଫଗାନିସ୍ତାନରେ ଦୀର୍ଘ ସମୟ ରହିଲେ, କିନ୍ତୁ ପରେ ଜର୍ମାନୀକୁ ପଳାଇ ଆସିଥିଲେ।

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତଙ୍କ ଚିତ୍ର ଅଲଜେଜିରା ଟ୍ୱିଟର ହ୍ୟାଣ୍ଡେଲରୁ ଆସିଛି ଯେଉଁଥିରେ ସେ ସାଇକେଲରେ ପିଜା ବିତରଣ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ସେ ୨୦୨୦ରେ ଏଠାକୁ ଆସିଥିଲେ। ପ୍ରାରମ୍ଭରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ କିଛି ସମୟ ପରେ ଟଙ୍କାର ଅଭାବ ଦେଖାଗଲା, ଯାହା ପରେ ସେ ପିଜା ବିତରଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ପିଜା ବିତରଣ କରୁଥିବାରୁ ଲଜ୍ଜିତ ନୁହନ୍ତି।

Advertisment

ସୂଚନାଯୋଗ୍ୟ, ଆଫଗାନିସ୍ତାନର ଏବେ ତାଲିବାନ କବଜାରେ ରହିଛି। ତାଲିବାନ ରାଜଧାନୀ କାବୁଲ ଏବଂ ରାଷ୍ଟ୍ରପତି ଭବନକୁ ୧୫ ଅଗଷ୍ଟରେ ତାଲିବାନ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ୟୁଏଇରେ ଆଶ୍ରୟ ନେଇଛନ୍ତି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ବହୁ ସଂଖ୍ୟକ ଲୋକ ଏଠାରୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ଆଫଗାନିସ୍ତାନ ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ୨୦୨୦ ରେ ଆଫଗାନିସ୍ତାନ ଛାଡିଥିଲେ।