Advertisment

ପ୍ରତି ପରିବାରରୁ ଜଣେ ସେନାରେ ଯୋଗଦେବାକୁ ବାଧ୍ୟ

ବେଜିଂ: ଭାରତକୁ ଲାଗି ରହିଥିବା ସୀମାରେ ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ନୂଆ ଯୋଜନା କରିଛି ଚାଇନା। ଭାରତକୁ ଚେକ୍‌ ଦେବାକୁ ତିବ୍ଦତୀୟ ଯୁବକଙ୍କୁ ବ୍ୟବହାର କରିବ ବେଜିଂ। ଏଥିପାଇଁ ତିବ୍ବତୀୟ ପରିବାରର ଜଣେ ଲେଖାଏ ସଦସ୍ୟ ଚାଇନା ସେନା ବା ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ରେ ଯୋଗ ଦେବାକୁ ବାଧ୍ୟ ବୋଲି ବେଜିଂ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପିଏଲଏରେ ଯୋଗଦେବା ପୂର୍ବରୁ ସେମାନେ କେତେ ବିଶ୍ୱସ୍ତ, ତା’ର ଗୋଟିଏ ପରୀକ୍ଷା କରାଯିବ।ଏହାପରେ ସେମାନଙ୍କୁ ପିଏଲଏରେ ନିଯୁକ୍ତି […]

ପ୍ରତି ପରିବାରରୁ ଜଣେ ସେନାରେ ଯୋଗଦେବାକୁ ବାଧ୍ୟ

PLA

Advertisment

ବେଜିଂ: ଭାରତକୁ ଲାଗି ରହିଥିବା ସୀମାରେ ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ନୂଆ ଯୋଜନା କରିଛି ଚାଇନା। ଭାରତକୁ ଚେକ୍‌ ଦେବାକୁ ତିବ୍ଦତୀୟ ଯୁବକଙ୍କୁ ବ୍ୟବହାର କରିବ ବେଜିଂ। ଏଥିପାଇଁ ତିବ୍ବତୀୟ ପରିବାରର ଜଣେ ଲେଖାଏ ସଦସ୍ୟ ଚାଇନା ସେନା ବା ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ରେ ଯୋଗ ଦେବାକୁ ବାଧ୍ୟ ବୋଲି ବେଜିଂ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପିଏଲଏରେ ଯୋଗଦେବା ପୂର୍ବରୁ ସେମାନେ କେତେ ବିଶ୍ୱସ୍ତ, ତା’ର ଗୋଟିଏ ପରୀକ୍ଷା କରାଯିବ।ଏହାପରେ ସେମାନଙ୍କୁ ପିଏଲଏରେ ନିଯୁକ୍ତି ମିଳିବ।

Advertisment

ଭାରତର ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଶୀତ ଦିନେ ପାଗ ଅତ୍ୟନ୍ତ ଖରାପ ରହୁଛି। ଭାରତୀୟ ଯବାନମାନେ ଏଥିରେ ଖାପ ଖୁଆଇ ସୀମାର ସୁରକ୍ଷାରେ ଅହରହ କାମ କରୁଥିବା ବେଳେ ପିଏଲଏର ଯବାନଙ୍କ ପକ୍ଷେ ଏହା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି କାରଣରୁ ସୀମା ଲାଗିଥିବା ତିବ୍ଦତୀୟ ଯୁବକଙ୍କୁ ଏଲଏସିରେ ମୁତୟନ କରିବାକୁ ଚାଇନା ଲକ୍ଷ୍ୟ ରଖିଛି। ଏହି କାରଣରୁ ପ୍ରତି ତିବ୍ବତୀୟ ପରିବାରରୁ ଜଣେ ଲେଖାଏ ସଦସ୍ୟଙ୍କୁ ପିଏଲଏରେ ଯୋଗ ଦେବା ପାଇଁ ପଠାଇବାକୁ କୁହାଯାଇଛି।

ତିବ୍ବତୀୟ ଯୁବକଙ୍କୁ ପିଏଲଏରେ ସାମିଲ କରି ଚାଇନା ସେମାନଙ୍କୁ ଭାରତୀୟ ସୀମାରେ ହିଁ ନିୟୋଜିତ କରିବ। ସେମାନଙ୍କୁ ଭାରତୀୟ ସୀମାରେ କେମିତି କାମ କରିବାକୁ ହେବ, ସେଥିପାଇଁ ସମସ୍ତଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଉଛି। ଭାରତୀୟ ଗୁଇନ୍ଦା ବିଭାଗ ପାଖରେ ମଧ୍ୟ ଏହି ସୂଚନା ରହିଛି।

Advertisment

ଜଣେ ସରକାରୀ ଅଧିକାରୀ କହିଛନ୍ତି, “ଆମେ ଗୁଇନ୍ଦା ବିଭାଗ ଠାରୁ ସୂଚନା ପାଇଛୁ ଯେ ଚାଇନା ତିବ୍ବତୀୟ ଯୁବକଙ୍କୁ ପିଏଲଏରେ ସାମିଲ କରି ଭାରତୀୟ ସୀମାରେ ସ୍ୱତନ୍ତ୍ର ଅପରେସନ ପାଇଁ ତାଲିମ ଦେଉଛି। ସେମାନେ ନିୟମିତ ଅପରେସନ ପାଇଁ ତାଲିମ ନେଉଛନ୍ତି। ତାଲିମ ଶେଷ ହେବା ପରେ ସମସ୍ତଙ୍କୁ ଭାରତୀୟ ସୀମାରେ ନିୟୋଜିତ ହେବେ। ନିଯୁକ୍ତି ପୂର୍ବରୁ ସେମାନେ କେତେ ବିଶ୍ୱସ୍ତ ଏହାର ପରୀକ୍ଷା କରାଯାଉଛି। ଏହା ମଧ୍ୟରେ ଚାଇନିଜ ଭାଷାକୁ ଭଲ ଭାବେ ଶିଖିବା ଓ ଚାଇନିଜ କମ୍ୟୁନିଷ୍ଟ ପାର୍ଟି(ସିସିପି)ର ହକୁମାତିକୁ ଗ୍ରହଣ କରିବା ଆଦି ରହିଛି।”

ଗତବର୍ଷ ଜୁନ୍‌ ମାସରେ ଭାରତ ଓ ଚାଇନା ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାଇନା ମଧ୍ୟ ଏକାଧିକ ସୈନ୍ୟଙ୍କୁ ହରାଇଥିଲା। ଅବଶ୍ୟ ଚାଇନା ମୃତାହାତଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ଦେଇନାହିଁ। କିନ୍ତୁ ଭାରତ ଠାରୁ ଚାଇନାର ଅଧିକ ଯବାନ ପ୍ରାଣ ହରାଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ଚାଇନା ଏବେ ଭାରତୀୟ ସୀମାକୁ ଲାଗିଥିବା ତିବ୍ବତୀୟ ଯବାନଙ୍କୁ ପିଏଲଏରେ ସାମିଲ କରିବାକୁ ଚାହୁଁଛି। ଭବିଷ୍ୟତରେ ଯଦି ପୁଣିଥରେ ଗଲୱାନ ଭଳି ସ୍ଥିତି ଉପୁଜେ, ତା’ହେଲେ ତିବ୍ବତୀୟ ଯବାନମାନେ ଭାରତର ମୁକାବିଲା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe