Advertisment

ଦିନକ ପରେ ଶ୍ରୀଲଙ୍କାରୁ ସରିଯିବ ପେଟ୍ରୋଲ, ଦୈନିକ ୧୫ ଘଣ୍ଟା କଟିବ ବିଜୁଳି

କଲମ୍ବୋ: ଆର୍ଥିକ ସଙ୍କଟ ଓ ରାଜନୀତିକ ଅସ୍ଥିରତା ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଆହୁରି ଜଟିଳ ହୋଇଛି। ଶ୍ରୀଲଙ୍କା ପାଖରେ ଆଉ ମାତ୍ର ଗୋଟିଏ ଦିନର ପେଟ୍ରୋଲ ଗଚ୍ଛିତ ହୋଇ ରହିଛି। ସେହିପରି ଏଣିକି ଦୈନିକ ୧୫ ଘଣ୍ଟା ଯାଏ ପାୱାର କଟ୍‌ ମଧ୍ୟ ହେବ। ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ରନିଲ ବିକ୍ରମସିଂହ ଆଜି ପୂରା ଦେଶ ଆଗରେ ଏପରି ତଥ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଆଜି ବିକ୍ରମସିଂହ […]

ଅଦ୍ୟତନ ହୋଇଛି
ଦିନକ ପରେ ଶ୍ରୀଲଙ୍କାରୁ ସରିଯିବ ପେଟ୍ରୋଲ, ଦୈନିକ ୧୫ ଘଣ୍ଟା କଟିବ ବିଜୁଳି

srilanka

Advertisment

କଲମ୍ବୋ: ଆର୍ଥିକ ସଙ୍କଟ ଓ ରାଜନୀତିକ ଅସ୍ଥିରତା ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଆହୁରି ଜଟିଳ ହୋଇଛି। ଶ୍ରୀଲଙ୍କା ପାଖରେ ଆଉ ମାତ୍ର ଗୋଟିଏ ଦିନର ପେଟ୍ରୋଲ ଗଚ୍ଛିତ ହୋଇ ରହିଛି। ସେହିପରି ଏଣିକି ଦୈନିକ ୧୫ ଘଣ୍ଟା ଯାଏ ପାୱାର କଟ୍‌ ମଧ୍ୟ ହେବ। ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ରନିଲ ବିକ୍ରମସିଂହ ଆଜି ପୂରା ଦେଶ ଆଗରେ ଏପରି ତଥ୍ୟ ରଖିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ହେବା ପରେ ଆଜି ବିକ୍ରମସିଂହ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତ, “ମୁଁ କାହାକୁ କିଛି ଲୁଚାଇବାର ନାହିଁ। ପ୍ରକୃତ ସତ ଲୋକେ ଜାଣିବାର ଅଛି। ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ମୁଁ ରକ୍ଷା କରିବାକୁ ଆସିଛି। କୌଣସି ପରିବାର, ଗୋଷ୍ଠୀ କିମ୍ବା ବ୍ୟକ୍ତି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି। ଆମ ଜୀବନ କାଳ ମଧ୍ୟରେ ଆଗାମୀ କିଛି ମାସ ସବୁଠାରୁ କଷ୍ଟକର ସମୟ। ଆମକୁ ଏହାର ମୁକାବିଲା କରିବା ପାଇଁ କିଛି ବଳିଦାନ ଦେବାକୁ ପଡ଼ିବ। ଆମକୁ ସାହାସର ସହ ଏହି ସ୍ଥିତିର ମୁକାବିଲା କରିବାକୁ ହେବ।”

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ବିପଦଜନକ ସ୍ଥିତିରେ ରହିଛି। ୨୦୨୨ର ନିଅଣ୍ଟିଆ ବଜେଟ ଜିଡିପିର ୧୩%। ପୂର୍ବତନ ସରକାର ୨.୩ ଟ୍ରିଲିୟନ ରାଜସ୍ୱ ଆକଳନ କରିଥିଲେ। ତେବେ ବାସ୍ତବରେ ଏହା ୧.୬ ଟ୍ରିଲିୟନ ରହିବ। ଆବଶ୍ୟକ ଜିନିଷର ଆମଦାନୀ ପାଇଁ ଶ୍ରୀଲଙ୍କାକୁ ତୁରନ୍ତ ୭୫ ମିଲିୟନ ଡଲାରର ବିଦେଶୀ ପାଣ୍ଠି ଦରକାର।

Advertisment

ଦେଶରେ ଏବେ ତେଲ ଓ ଔଷଧର ଅଭାବ ଦେଖାଯାଇଛି। ଦେଶର ଏକ ୪ର୍ଥାଂଶ ବିଜୁଳି ତେଲରୁ ଉତ୍ପାଦନ ହୁଏ। ତେଲ ଅଭାବାରୁ ଦୈନିକ ବିଜୁଳି କାଟ ସମୟସୀମା ୧୫ ଘଣ୍ଟା ଯାଏ ପହଞ୍ଚି ପାରେ। ଭାରତରୁ ଆସିବାକୁ ଥିବା ପେଟ୍ରୋଲ ଓ ଡିଜେଲ କିଛି ଦିନ ପାଇଁ ଆଶ୍ୱସ୍ତି ଆଣିପାରେ। ହେଲେ ଆମକୁ ସଙ୍କଟମୟ ସ୍ଥିତିର ବାସ୍ତବତାକୁ ବୁଝିବାକୁ ପଡ଼ିବ ବୋଲି ବିକ୍ରମସିଂହ କହିଛନ୍ତି।

ପ୍ରଧାନମନ୍ତ୍ରୀ ବିକ୍ରମସିଂହ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିମାନ କମ୍ପାନୀ କ୍ଷତିରେ ଚାଲିଛି। ୨୦୨୦-୨୧ରେ ବିମାନ କମ୍ପାନୀର କ୍ଷତି ୪୫ ବିଲିୟନ ଏସ୍‌ଏଲଆର ଥିଲା। ସେହିପରି ଏଯାଏ କମ୍ପାନୀ ମୋଟ ୩୭୨ ବିଲିୟନ ଏସଏଲଆର କ୍ଷତି ଘଟାଇଲାଣି। ତେଣୁ ଏହାକୁ ପ୍ରଧାନମନ୍ତ୍ରୀ କୌଣସି ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ଚାହୁଁଥିବା କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଶ୍ରୀଲଙ୍କାରେ କାର୍ଯ୍ୟ କରୁଥିବା ୧.୪ ମିଲିୟନ ସରକାରୀ କର୍ମଚାରୀଙ୍କୁ ଚଳିତ ମାସରେ ଦରମା ଦେବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ। କର୍ମଚାରୀଙ୍କ ଦରମା ଓ ଜରୁରୀ ସାମଗ୍ରୀ କିଣିବା ପାଇଁ ସରକାର ଟଙ୍କା ଛାପିବାରେ ଲାଗିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ବିକ୍ରମସିଂହ କହିଛନ୍ତି। ଏଥିସହ ସ୍ଥିତିର ମୁକାବିଲା ପାଇଁ ସେ ସବୁ ରାଜନୀତିକ ଦଳକୁ ନେଇ ଜାତୀୟ ପରିଷଦ ଗଠନ କରିବେ ବୋଲି ଆଜି ଘୋଷଣା କରିଛନ୍ତି।

Crisis In Sri Lanka Sri Lanka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe