Advertisment

ଭାରତକୁ ପ୍ରେମ ନିବେଦନ କରି ପାକିସ୍ତାନକୁ ଦ୍ୱିତୀୟ ଘର କହିଲା ତାଲିବାନ୍‌

କାବୁଲ: ଆତଙ୍କର ପେଣ୍ଠସ୍ଥଳୀ ପାକିସ୍ତାନକୁ ନିଜର ଦ୍ୱିତୀୟ ଘର କହିଛି ତାଲିବାନ। ଅଗଷ୍ଟ ୧୫ରୁ ଆଫଗାନିସ୍ତାନକୁ କବଜା କରି ରଖିଥିବା ତାଲିବାନର ମୁଖପାତ୍ରଙ୍କ ଏଭଳି ବିବୃତ୍ତି ତାଲିବାନ ଏବଂ ପାକିସ୍ତାନର କେତେ ନିବିଡ ସମ୍ପର୍କ, ତାହା ପ୍ରମାଣିତ ହୋଇଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଆଫଗାନିସ୍ତାନ ପାକିସ୍ତାନ ସୀମା ଲାଗିକି ରହିଛି। ଅନ୍ୟପଟେ ଧର୍ମ ଅନୁସାରେ ଦୁଇ ଦେଶ ଏକ। ତେଣୁ ଆମେ ପାରମ୍ପାରିକ ଭାବରେ ପରସ୍ପରର ନିକଟତର। ଉଭୟ ଦେଶର ଲୋକମାନେ ପରସ୍ପର ସହିତ […]

ଅଦ୍ୟତନ ହୋଇଛି
ଭାରତକୁ ପ୍ରେମ ନିବେଦନ କରି ପାକିସ୍ତାନକୁ ଦ୍ୱିତୀୟ ଘର କହିଲା ତାଲିବାନ୍‌

Taliban-spokesperson

Advertisment

କାବୁଲ: ଆତଙ୍କର ପେଣ୍ଠସ୍ଥଳୀ ପାକିସ୍ତାନକୁ ନିଜର ଦ୍ୱିତୀୟ ଘର କହିଛି ତାଲିବାନ। ଅଗଷ୍ଟ ୧୫ରୁ ଆଫଗାନିସ୍ତାନକୁ କବଜା କରି ରଖିଥିବା ତାଲିବାନର ମୁଖପାତ୍ରଙ୍କ ଏଭଳି ବିବୃତ୍ତି ତାଲିବାନ ଏବଂ ପାକିସ୍ତାନର କେତେ ନିବିଡ ସମ୍ପର୍କ, ତାହା ପ୍ରମାଣିତ ହୋଇଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଆଫଗାନିସ୍ତାନ ପାକିସ୍ତାନ ସୀମା ଲାଗିକି ରହିଛି। ଅନ୍ୟପଟେ ଧର୍ମ ଅନୁସାରେ ଦୁଇ ଦେଶ ଏକ। ତେଣୁ ଆମେ ପାରମ୍ପାରିକ ଭାବରେ ପରସ୍ପରର ନିକଟତର। ଉଭୟ ଦେଶର ଲୋକମାନେ ପରସ୍ପର ସହିତ ମିଶିବାକୁ ଭଲ ପାଆନ୍ତି। ତେଣୁ ଆମେ ପାକିସ୍ତାନ ସହ ଭଲ ସମ୍ପର୍କ ଆଶା କରୁଛୁ।

Advertisment

ଏହା ବ୍ୟତୀତ ତାଲିବାନ ମୁଖପାତ୍ର ଆଶାବ୍ୟକ୍ତ କରିଛନ୍ତି  ଯେ ଭାରତ ସହ ତାଙ୍କର ଭଲ ସମ୍ପର୍କ ବଜାୟ ରହିବ। ଏହାବାଦ ତାଲିବାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମତ ରଖିଛି। ଭାରତ ଏବଂ ପାକିସ୍ତାନ ଏକାଠି ବସି ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବା ଉଚିତ ବୋଲି ତାଲିବାନ କହିଛି। ମୁଖପାତ୍ର କହିଛନ୍ତି ଯେ ତାଲିବାନ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ସହ ଭଲ ସମ୍ପର୍କ ଚାହୁଁଛି। ତେବେ ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପଛରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ତାଲିବାନ ମୁଖପାତ୍ର ପାକିସ୍ତାନର ARY Newsକୁ ପ୍ରତିକ୍ରିୟାରେ ରହିଛନ୍ତି। ମୁଜାହିଦ୍ କହିଛନ୍ତି ଯେ ଆଫଗାନିସ୍ତାନ କାମରେ ପାକିସ୍ତାନ କେବେ ବି ହସ୍ତକ୍ଷେପ କରିନାହିଁ।

ତେବେ ଆଫଗାନିସ୍ତାନରେ ସରକାର ଗଠନ ସମ୍ପର୍କରେ ଏହି ତାଲିବାନୀ ଜଣଙ୍କ କହିଛନ୍ତି ଯେ ଆମେ ଦେଶରେ ମଜବୁତ ଶାସନ ଚାହୁଁ। ଯାହା ଇସଲାମ ଉପରେ ଆଧାରିତ ଏବଂ ସମସ୍ତ ଆଫଗାନିସ୍ତାନ ଏହାର ଅଂଶ ହେବା ଉଚିତ୍। ଅନ୍ୟପଟେ ଆମେରିକାର ଗୁଇନ୍ଦା ବିଭାଗ ଜେଲରେ ଥିବା ମଲ୍ଲିକା ଅବଦୁଲ କାୟୁମ ଜାକିରଙ୍କୁ ତାଲିବାନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି। ତେବେ ଏହା ତାଲିବାନ ଦ୍ୱାରା ଦିଆଯାଇଥିବା ବିବୃତ୍ତି ନୁହେଁ ବୋଲି କୁହାଯାଉଛି। ଏହା ମୁଖପାତ୍ରଙ୍କ ବ୍ୟକ୍ତିଗତ ମତ। ଅଗଷ୍ଟ 31ରେ ଆମେରିକା ସମ୍ପୂର୍ଣ୍ଣ ଭାବରେ ସେନା ପ୍ରତ୍ୟାହାର କରିବା ପରେ ସରକାର ବାବଦରେ ତାଲିବାନ ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe