Advertisment

ଟିକା ନ ନେଲେ ମୋବାଇଲ ମନା, ରେଷ୍ଟୁରାଣ୍ଟ ଓ ବସ୍‌ରେ ବି ମିଳିବନି ସେବା

ଇସଲାମାବାଦ: ଲୋକଙ୍କୁ ଟିକାର ଡୋଜ୍‌ ନେବାକୁ ବାଧ୍ୟ କରିବା ଆରମ୍ଭ କରିଛନ୍ତି ପାକିସ୍ତାନ ସରକାର। ଯେଉଁମାନେ ଟିକାର ଡୋଜ ନେଇ ନଥିବେ ସେମାନଙ୍କୁ ମୋବାଇଲ ସେବା ମିଳିବ ନାହିଁ। ସେହିପରି ଅଫିସରେ ପ୍ରବେଶ ନିଷିଦ୍ଧ କରାଯିବ। ଏହାବାଦ୍‌ ରେଷ୍ଟୁରାଣ୍ଟ, ଶପିଂ ମଲ ଓ ପରବିହନ ସେବା ମଧ୍ୟ ଟିକା ନେଇ ନଥିବା ଲୋକଙ୍କୁ ମିଳିବ ନାହିଁ। ପାକିସ୍ତାନ ସରକାରଙ୍କ ଏପରି ଘୋଷଣା ପରେ ପ୍ରତିଦିନ ଟିକାକରଣ କେନ୍ଦ୍ରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। […]

ଟିକା ନ ନେଲେ ମୋବାଇଲ ମନା, ରେଷ୍ଟୁରାଣ୍ଟ ଓ ବସ୍‌ରେ ବି ମିଳିବନି ସେବା

Vaccine

Advertisment

ଇସଲାମାବାଦ: ଲୋକଙ୍କୁ ଟିକାର ଡୋଜ୍‌ ନେବାକୁ ବାଧ୍ୟ କରିବା ଆରମ୍ଭ କରିଛନ୍ତି ପାକିସ୍ତାନ ସରକାର। ଯେଉଁମାନେ ଟିକାର ଡୋଜ ନେଇ ନଥିବେ ସେମାନଙ୍କୁ ମୋବାଇଲ ସେବା ମିଳିବ ନାହିଁ। ସେହିପରି ଅଫିସରେ ପ୍ରବେଶ ନିଷିଦ୍ଧ କରାଯିବ। ଏହାବାଦ୍‌ ରେଷ୍ଟୁରାଣ୍ଟ, ଶପିଂ ମଲ ଓ ପରବିହନ ସେବା ମଧ୍ୟ ଟିକା ନେଇ ନଥିବା ଲୋକଙ୍କୁ ମିଳିବ ନାହିଁ।

Advertisment

ପାକିସ୍ତାନ ସରକାରଙ୍କ ଏପରି ଘୋଷଣା ପରେ ପ୍ରତିଦିନ ଟିକାକରଣ କେନ୍ଦ୍ରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ଟିକାକରଣ କେନ୍ଦ୍ର ଠାରୁ ୧ କିମି ଯାଏ ଲମ୍ବା ଧାଡ଼ି ଜମିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ସୁରକ୍ଷାକର୍ମୀଙ୍କ ପକ୍ଷେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ବିଶ୍ୱର ବିଭିନ୍ନ ସ୍ଥାନରେ ଡେଲ୍ଟା ଭାରିଏଣ୍ଟ ଯୋଗୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ସ୍ୱାସ୍ଥ୍ୟଭୂମି ସମସ୍ୟାରେ ପଡ଼ିଥିବା ପାକିସ୍ତାନ ଟିକାକୁ ପ୍ରମୁଖ ଅସ୍ତ୍ର କରିଛି। ପାକିସ୍ତାନରେ ଲୋକମାନେ କରୋନାର ଭୟବହତାକୁ ଖାତିର କରୁନାହାନ୍ତି। ଏଥିସହ ସେମାନେ ଟିକା ନେବାକୁ ମଧ୍ୟ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଏହି କାରଣରୁ ପାକିସ୍ତାନ ସରକାର ଜୋରଜବରଦସ୍ତି ଲୋକଙ୍କୁ ଟିକାର ଡୋଜ୍‌ ଦେବାକୁ ଅଭିନିବ ନିୟମ ପ୍ରଣୟନ କରିଛନ୍ତି।

Advertisment

କରାଚିରେ ଟିକା ନେବାକୁ ଛିଡ଼ା ହୋଇଥିବା ବ୍ୟାଙ୍କର ଅବଦୁଲ ରୌଫ କହିଛନ୍ତି, “ମୁଁ କେବେ ହେଲେ କରୋନାକୁ ଡରେନାହିଁ। କିନ୍ତୁ ଟିକା ନ ନେଲେ ଆମ ଦରମା ବନ୍ଦ କରି ଦିଆଯିବ। ସିମ ବି ବ୍ଲକ ହେବ ବୋଲି ଆମକୁ ଚେତାବନୀ ଦିଆଯାଇଛି। ତେଣୁ ମୁଁ ଆଜି ଟିକା ନେବାକୁ ଧାଡ଼ିରେ ଛିଡ଼ା ହୋଇଛି।”

କେବଳ ଅବଦୁଲ ନୁହନ୍ତି ଅନେକ ଲୋକ ନୂଆ କଟକଣା ଭୟରେ ଟିକା ନେବାକୁ ଆଗେଇ ଆସିଛନ୍ତି। ୨୨୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଏଯାଏ କେବଳ ୬.୭ ମିଲିୟନ ଲୋକ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe