Advertisment

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍‌, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ। ଉଡାଣ ଭରିବାର ୫ ମିନିଟ୍‌ ଭିତରେ ତାଙ୍କ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଶନିବାର ଦିନ ଇମ୍ରାନ୍ ଏକ ବିମାନରେ ଯାଉଥିବାବେଳେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଇମ୍ରାନ ଏକ ରାଲି ପାଇଁ ଚକଲାଲାରୁ ଗୁଜରାନୱାଲା ଯାଉଥିଲେ। ଏକ ପ୍ରାଇଭେଟ୍‌ ବିମାନରେ ଏଥିପାଇଁ ସେ ଯାତ୍ରା କରିଥିଲେ। […]

author-image
Madhupriya Mistry
ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍‌, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ବିମାନ

imran-khan

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ। ଉଡାଣ ଭରିବାର ୫ ମିନିଟ୍‌ ଭିତରେ ତାଙ୍କ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଶନିବାର ଦିନ ଇମ୍ରାନ୍ ଏକ ବିମାନରେ ଯାଉଥିବାବେଳେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ଇମ୍ରାନ ଏକ ରାଲି ପାଇଁ ଚକଲାଲାରୁ ଗୁଜରାନୱାଲା ଯାଉଥିଲେ। ଏକ ପ୍ରାଇଭେଟ୍‌ ବିମାନରେ ଏଥିପାଇଁ ସେ ଯାତ୍ରା କରିଥିଲେ। ତେବେ ଉଡାଣର ୫ ମିନିଟ୍‌ ଭିତରେ ହିଁ ବିମାନଟି ଜରୁରୀ ଅବତରଣ କରିଥିଲା। ପାଇଲଟ୍‌ ବିମାନଟିକୁ ସୁରକ୍ଷିତ ଭାବେ ଇସଲାମାବାଦ ବିମାନ ବନ୍ଦରରେ ଅବତରଣ କରାଇଥିଲେ। ଏହାପରେ ଇମ୍ରାନ ତାଙ୍କ ରାଲି ପାଇଁ ସଡକପଥରେ ଗୁଜରାନୱାଲା ଯାତ୍ରା କରିଥିଲେ। ଏହା ରାଲିକୁ ସମ୍ବୋଧିତ କରି ଇମ୍ରାନ ପାକିସ୍ତାନର ସରକାର ଉପରେ ଜୋରଦାର ବର୍ଷିଥିଲେ।

ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ଇମ୍ରାନ ଖାନ୍‌ ଦେଶରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପାଇଁ ନିଜ ଦାବି ଦୋହରା ଇଥିଳେ। ଏଥିସହ ଯଦି ସରକାର ଏଭଳି ନକରନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାକୁ ଓହ୍ଲାଇବେ ଓ ବଳପୂର୍ବକ ନିର୍ବାଚନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment