Advertisment

ନଜରରେ ରାଫେଲ, ପାକ୍‌ ଆଣିଲା ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନ

ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ପାକ ବାୟୁସେନା ବେସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗଦେଇଥିଲେ। ଏହି ସମୟରେ ସେ […]

ନଜରରେ ରାଫେଲ, ପାକ୍‌ ଆଣିଲା ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନ

J-c10

Advertisment

ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Advertisment

ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ପାକ ବାୟୁସେନା ବେସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାଲିଥିବା ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଏହାର ମୁକାବିଲା କରିବା ପାଇଁ ଆଜି ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ବହୁତ ବଡ଼ ଯୁଦ୍ଧାସ୍ତ୍ରକୁ ସାମିଲ କରାଯାଇଛି। ଦୀର୍ଘ ୪୦ ବର୍ଷ ପରେ ପାକିସ୍ତାନ ବଧ ଉପଲବ୍ଧି ହାସଲ କରିଛି।”

ପାକିସ୍ତାନ ବାୟୁସେନାକୁ ଆମେରିକା ଏଫ-୧୬ ଯୁଦ୍ଧ ବିମାନ ଦେଇଥିଲା। ଏହାପରେ ଏବେ ଚାଇନା ପକ୍ଷରୁ ପାକିସ୍ତାନକୁ ଜେ-୧୦ସି ଯୁଦ୍ଧ ବିମାନ ମିଳିଛି। ଯୁଦ୍ଧ ବିମାନ ଦେଇଥିବାରୁ ଇମ୍ରାନ ଖାନ ଚାଇନାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପୂର୍ବରୁ ଅତ୍ୟାଧୁକ ଯୁଦ୍ଧ ବିମାନ ପାଇଁ ବର୍ଷ ବର୍ଷ ଲାଗୁଥିଲେ ମଧ୍ୟ ଏବେ ୮ ମାସରେ ସବୁ କିଛି ଉପଲବ୍ଧ ହୋଇଥିବା ସେ କହିଛନ୍ତି।

Advertisment

ସେ ଭାରତର ନାଁ ନେଇ ନିଜର ପାରିବା ପଣିଆକୁ ପ୍ରଶଂସା କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, “ପାକିସ୍ତାନ ବିପକ୍ଷରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଦେଶଗୁଡ଼ିକ ଦୁଇ ଥର ଚିନ୍ତା କରନ୍ତୁ। ଆମ ଦେଶର ସେନା ସବୁ ପ୍ରକାରର ବିପଦର ମୁକାବିଲା କରିବାକୁ ତାଲିମ ପ୍ରାପ୍ତ ଓ ସକ୍ଷମ।”

ନିକଟରେ ଭାରତ ରାଫେଲ ଯୁଦ୍ଧ ବିମାନ ଆଣିଥିଲା। ସେବେଠାରୁ ପାକିସ୍ତାନ ଜେ-୧୦ସି ଯୁଦ୍ଧ ବିମାନ ଚାଇନା ଠାରୁ ଆଣିବା ପାଇଁ ପ୍ରୟାସ କରୁଥିଲା। ଶେଷରେ ପାକିସ୍ତାନକୁ ଏହା ମିଳିଛି। ବିଶେଷଜ୍ଞଙ୍କ ମତରେ ଭାରତର ରାଫେଲ ଯୁଦ୍ଧ ବିମାନକୁ ଦୃଷ୍ଟିରେ ରଖି ପାକିସ୍ତାନ ଏପରି ଯୁଦ୍ଧ ବିମାନ ଆଣିଛି।

କାରଣ ପୂର୍ବରୁ ପାକିସ୍ତାନ ପାଖରେ ଥିବା ଏଫ-୧୬ ଯୁଦ୍ଧ ବିମାନ ରାଫେଲ ଆଗରେ ଫିକା ପଡ଼ିବ ବୋଲି ଇସଲାମାବାଦ ଭଲ ଭାବେ ଜାଣିଥିଲା। ତେଣୁ ନିଜର ଶକ୍ତି ବୃଦ୍ଧି କରିବାକୁ ପାକିସ୍ତାନ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିଥିବା ସେମାନେ କହିଛନ୍ତି।

ଜେ-୧୦ସି ହେଉଛି ୪.୫ ଜେନେରେସନର ହାଲୁକା ଯୁଦ୍ଧ ବିମାନ। ଏହା ଚାଇନା-ପାକିସ୍ତାନ ମିଳିତ ଭାବେ ବିକଶିତ କରିଥିବା ଜେ-୧୭ ଯୁଦ୍ଧ ବିମାନ ଠାରୁ ଅଧିକ ଶକ୍ତିଶାଳୀ। ମାର୍ଚ୍ଚ ୨୩ ପାକିସ୍ତାନ ଡିଫେନ୍ସ ପ୍ୟାରେଡରେ ଜେ-୧୦ସି ଯୁଦ୍ଧ ବିମାନ ତା’ର ପରାକ୍ରମ ଦେଖାଇବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe