Advertisment

ଇଚ୍ଛା ବିରୋଧରେ ବାହା ହୋଇଥିଲା ଝିଅ, ପରିବାରର ୭ ଜଣଙ୍କୁ ଜୀବନ୍ତ ଜାଳିଦେଲା ବାପା

ଇସଲାମାବାଦ: ଅତ୍ୟନ୍ତ ସମ୍ବେଦନଶୀଳ ଓ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଇଚ୍ଛା ବିରୋଧରେ ଝିଅ ଅନ୍ୟତ୍ର ବିବାହ କରିଥିବାରୁ ତାଙ୍କ ବାପା ଅତ୍ୟନ୍ତ ବର୍ବରକାଣ୍ଡ ଘଟାଇଛନ୍ତି। ଝିଅ ଉପରେ ପ୍ରତିଶୋଧ ନେବାକୁ ଯାଇ ବ୍ୟକ୍ତି ଜଣଙ୍କ ନିଜ ପରିବାରର ସମସ୍ତ ୭ ଜଣ ସଦସ୍ୟଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବ୍ୟକ୍ତିଙ୍କର ୨ ଝିଅ ଓ ୪ ନାତୁଣୀ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମୁଜାଫରଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି। ଅଭିଯୁକ୍ତ ମନଜୋର […]

author-image
Hemant Lenka
ଇଚ୍ଛା ବିରୋଧରେ ବାହା ହୋଇଥିଲା ଝିଅ, ପରିବାରର ୭ ଜଣଙ୍କୁ ଜୀବନ୍ତ ଜାଳିଦେଲା ବାପା

Pakistan

ଇସଲାମାବାଦ: ଅତ୍ୟନ୍ତ ସମ୍ବେଦନଶୀଳ ଓ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଇଚ୍ଛା ବିରୋଧରେ ଝିଅ ଅନ୍ୟତ୍ର ବିବାହ କରିଥିବାରୁ ତାଙ୍କ ବାପା ଅତ୍ୟନ୍ତ ବର୍ବରକାଣ୍ଡ ଘଟାଇଛନ୍ତି। ଝିଅ ଉପରେ ପ୍ରତିଶୋଧ ନେବାକୁ ଯାଇ ବ୍ୟକ୍ତି ଜଣଙ୍କ ନିଜ ପରିବାରର ସମସ୍ତ ୭ ଜଣ ସଦସ୍ୟଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବ୍ୟକ୍ତିଙ୍କର ୨ ଝିଅ ଓ ୪ ନାତୁଣୀ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମୁଜାଫରଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ଅଭିଯୁକ୍ତ ମନଜୋର ହୁସେନ ମୁଜାଫରଗଡ଼ରେ ଥିବା ଗୋଟିଏ ଘରେ ନିଆଁ ଲଗାଇ ଦେଇଥିଲେ। ଏଠାରେ ତାଙ୍କ ଝିଅ ଫଉଜିଆ ବିବି ଓ ଖୁର୍ସିଦ ମାଇ ସେମାନଙ୍କ ପରିବାର ଲୋକଙ୍କ ସହ ରହୁଥିଲେ। ହୁସେନ ଘରେ ନିଆଁ ଲଗାଇ ଦେଇଥିବାରୁ ଏଥିରେ ଜୀଅନ୍ତା ପୋଡ଼ି ହୋଇ ବିବି, ତାଙ୍କର ନବଜାତ ଶିଶୁ, ମାଇ ଓ ତାଙ୍କ ସ୍ୱାମୀ ଏବଂ ତାଙ୍କର ୪ ଜଣ ପିଲା ପ୍ରାଣ ହରାଇଛନ୍ତି।

ଏହି ଭୟଙ୍କର ଘଟଣାରୁ ବିବିଙ୍କ ସ୍ୱାମୀ ମେହବୁବ ଅହମଦ ଏକମାତ୍ର ବ୍ୟକ୍ତି ଭାବେ ରକ୍ଷା ପାଇ ଯାଇଛନ୍ତି। ଅହମଦ ହିଁ ପୁଲିସ୍‌ ନିକଟରେ ହୁସେନ ଓ ତାଙ୍କ ପୁଅ ସବିର ହୁସେନଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

Advertisment

ସେ ପୁଲିସ୍‌କୁ କହିଛନ୍ତି, “ଘଟଣା ଦିନ ମୁଁ ବ୍ୟବସାୟିକ କାମରେ ମୁଲତାନରେ ଥିଲି। ମୁଁ ସେଠାରୁ ଫେରିବା ପରେ ମୋ ଘର ପାଉଁଶ ହୋଇ ଯାଇଥିବା ଦେଖିବାକୁ ପାଇଥିଲି। ଘର ନିଆଁରେ ପୋଡ଼ି ଯାଉଥିବା ବେଳେ ହୁସେନ ଓ ସବିର ସେଠାରୁ ଖସି ଯାଉଥିବା ଦେଖିଥିଲି।”

ପୁଲିସ୍‌ ତାଙ୍କ ବୟାନକୁ ଭିତ୍ତି କରି ହୁସେନ ଓ ସବିରଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି। ପୁଲିସ ଅଫିସର ଅବଦୁଲ ମଜୀଦ କହିଛନ୍ତି, ପ୍ରେମ ବିବାହକୁ ନେଇ ଦୁଇ ପରିବାରର ମଧ୍ୟରେ ତିକ୍ତତା ଲାଗି ରହିଥିଲେ। ଏହି କାରଣରୁ ଏପରି ଘଟଣା ଘଟିଛି। ଅହମଦ ଓ ବିବି ୨୦୨୦ରେ ପ୍ରେମ ବିବାହ କରିଥିଲେ। ଏହି ଘଟଣା ହୁସେନକୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ନିଜ ପରିବାର ୭ ଜଣ ସଦସ୍ୟଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିଛନ୍ତି।