Advertisment

ଏଫଏଟିଏଫ ନଜରରେ ବଦଳିଛି ପାକିସ୍ତାନ, ୪ ବର୍ଷ ପରେ ଗ୍ରେ ଲିଷ୍ଟରୁ ମୁକୁଳିଲା

ଇସଲାମାବାଦ: ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ମିଳିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ମୁକୁଳିଛି ପାକିସ୍ତାନ। ଦୀର୍ଘ ୪ ବର୍ଷ ହେଲା ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦିଗ୍ଧ ତାଲିକାରେ ରଖିଥିଲା। ୪ ବର୍ଷ ମଧ୍ୟରେ ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଅନେକ ପ୍ରୟାସ କରିଥିଲା। ହେଲେ ଏଫଏଟିଏଫ ପାକିସ୍ତାନର ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନଥିଲା। ହେଲେ ଏବେ […]

author-image
Hemant Lenka
ଏଫଏଟିଏଫ ନଜରରେ ବଦଳିଛି ପାକିସ୍ତାନ, ୪ ବର୍ଷ ପରେ ଗ୍ରେ ଲିଷ୍ଟରୁ ମୁକୁଳିଲା

pakistan

ଇସଲାମାବାଦ: ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ମିଳିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ମୁକୁଳିଛି ପାକିସ୍ତାନ। ଦୀର୍ଘ ୪ ବର୍ଷ ହେଲା ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦିଗ୍ଧ ତାଲିକାରେ ରଖିଥିଲା।

Advertisment

୪ ବର୍ଷ ମଧ୍ୟରେ ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଅନେକ ପ୍ରୟାସ କରିଥିଲା। ହେଲେ ଏଫଏଟିଏଫ ପାକିସ୍ତାନର ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନଥିଲା। ହେଲେ ଏବେ ପାକିସ୍ତାନ ତା’ର କାର୍ଯ୍ୟକଳାପରେ ଏଫଏଟିଏଫକୁ ସନ୍ତୁଷ୍ଟ କରିପାରିଛି। ତେଣୁ ଇସଲାମାବାଦ ସନ୍ଦିଗ୍ଧ ତାଲିକାରୁ ମୁକୁଳିଛି।

ଟେରର ଫାଇନାନ୍ସିଂ ଓ ମନ ଲଣ୍ଡରିଂ ଉପରେ ନଜର ରଖୁଥିବା ଏଫଏଟିଏଫ କହିଛି ଯେ ପାକିସ୍ତାନ ଆଉ ସଂସ୍ଥାର ବର୍ଦ୍ଧିତ ସମୀକ୍ଷା ପ୍ରକ୍ରିୟାରେ ରହିବ ନାହିଁ। ପାକିସ୍ତାନ ଏଣିକି ଏପିଜି(ଏସିଆ/ପ୍ୟାସିଫିକ ଗ୍ରୁପ ଅନ ମନି ଲଣ୍ଡରିଂ) ସହ ମିଳିତ ଭାବେ କାମ କରିବ। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବନ୍ଦ ଓ ଆଣ୍ଟି ମନଲଣ୍ଡରିଂ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ  ପାକିସ୍ତାନ ଏପିଜି ସହ ମିଶି କାମ କରିବ ବୋଲି ଏଫଏଟିଏଫ କହିଛି।

Advertisment

ଏଫଏଟିଏଫ ଏମିତି ଏକ ସଂସ୍ଥା ଯିଏ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦେଶ ଗୁଡ଼ିକର ସମୀକ୍ଷା କରିଥାଏ ଓ ତଦନୁଯାୟୀ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା କରିଥାଏ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁ ନଥିବାରୁ ଏଫଏଟିଏଫ ଇସଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଥିଲା। କିନ୍ତୁ ଏବେ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିଛି। ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳି ଥିବାରୁ ଦେଶକୁ ବିଭିନ୍ନ ରାଷ୍ଟ୍ରରୁ ପୂର୍ବଭଳି ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି।

ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଏପରି ସ୍ଥିତିରେ ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି। ତେଣୁ ଏଫଏଟିଏଫର ଏପରି ଆଶ୍ୱସ୍ତି ପାକିସ୍ତାନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶରିଫ ଟ୍ୱିଟ କରିଛନ୍ତି।

ଦୀର୍ଘ ବର୍ଷ ଧରି ଆମର ପ୍ରତିବଦ୍ଧତା ଓ ପଦକ୍ଷେପ ଯୋଗୁ ଆଜି ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରୁ ମୁକୁଳିଛି। ଏଥିପାଇଁ ସାଧାରଣ ଲୋକ ଓ ମିଲିଟାରୀ ନେତୃବୃନ୍ଦଙ୍କୁ ଧନ୍ୟବାଦ। ଏଥିସହ ଏପରି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ଶୁଭେଚ୍ଛା ବୋଲି ଶରିଫ କହିଛନ୍ତି।


ଏଫଏଟିଏଫ ସଭାପତି ଟି ରାଜା କୁମାର କହିଛନ୍ତି, “ପାକିସ୍ତାନ ୨୦୧୮ରୁ ଗ୍ରେ ଲିଷ୍ଟରେ ରହିଥିଲା। ପାକିସ୍ତାନକୁ ଅନେକ ପ୍ରକାରର ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ଇତି ମଧ୍ୟରେ କୁହାଯାଇଥିଲା। ପାକିସ୍ତାନ ବିଗତ ବର୍ଷକ ଗୁଡ଼ିକରେ ଆକ୍ସନ ପ୍ଲାନ ଅନୁସାରେ ଅଧିକାଂଶ ପଦକ୍ଷେପ ପୂରା ନିଷ୍ଠାର ସହ କାର୍ଯ୍ୟକାରୀ କରିଛି। ଆମେ ପାକିସ୍ତାନର କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇଛି। ତେଣୁ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାଦ ଦିଆଯାଉଛି।”