Advertisment

ଘର ଭିତରୁ ଝଟକା ଖାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଗାଦି ଟଳମଳ

ନୂଆଦିଲ୍ଲୀ: ପାକିସ୍ତାନର ରାଜନୈତିକ ସଙ୍କଟ ତୀବ୍ର ହୋଇଛି। ଘର ଭିତରୁ ଝଟକା ଖାଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଇମ୍ରାନଙ୍କ ବିରୋଧରେ ବିରୋଧୀ ଦଳ ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ  ଶାସକ ଦଳର ନେତା ସମର୍ଥନ କରିଛନ୍ତି। ‌ଖୋଦ ଇମ୍ରାନ୍ ଖାନଙ୍କ ଦଳର ନେତାମାନେ ତାଙ୍କ ବିରୋଧରେ ଭୋଟ୍‌ ଦେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି। ଫଳରେ ଇମ୍ରାନଙ୍କ ପାଇଁ  ନିଜ ଗାଦି ସୁରକ୍ଷା କରିବା ବଡ଼ ଚାଲେଞ୍ଜ ହୋଇପଡ଼ିଛି ।ଇମ୍ରାନଙ୍କ ଦଳ ପାକିସ୍ତାନ-ଇ-ତେହେରିକ(ପିଟିଆଇ) ପକ୍ଷରୁ ୨୪ ଜଣ […]

ଅଦ୍ୟତନ ହୋଇଛି
ଘର ଭିତରୁ ଝଟକା ଖାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଗାଦି ଟଳମଳ  

Imran

Advertisment

ନୂଆଦିଲ୍ଲୀ: ପାକିସ୍ତାନର ରାଜନୈତିକ ସଙ୍କଟ ତୀବ୍ର ହୋଇଛି। ଘର ଭିତରୁ ଝଟକା ଖାଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଇମ୍ରାନଙ୍କ ବିରୋଧରେ ବିରୋଧୀ ଦଳ ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ  ଶାସକ ଦଳର ନେତା ସମର୍ଥନ କରିଛନ୍ତି। ‌ଖୋଦ ଇମ୍ରାନ୍ ଖାନଙ୍କ ଦଳର ନେତାମାନେ ତାଙ୍କ ବିରୋଧରେ ଭୋଟ୍‌ ଦେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି।

Advertisment

ଫଳରେ ଇମ୍ରାନଙ୍କ ପାଇଁ  ନିଜ ଗାଦି ସୁରକ୍ଷା କରିବା ବଡ଼ ଚାଲେଞ୍ଜ ହୋଇପଡ଼ିଛି ।ଇମ୍ରାନଙ୍କ ଦଳ ପାକିସ୍ତାନ-ଇ-ତେହେରିକ(ପିଟିଆଇ) ପକ୍ଷରୁ ୨୪ ଜଣ ନିର୍ବାଚିତ ସଦସ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଘୋଷଣା କରିଛନ୍ତି। ଗତ ମାର୍ଚ୍ଚ ୮ ତାରିଖରେ ଇମ୍ରାନଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ପାକିସ୍ତାନର ସଂସଦ ନ୍ୟାଶନାଲ ଆସେମ୍ବଲିରେ ତଳ ଗୃହରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ତେବେ ଇମ୍ରାନଙ୍କୁ ବିରୋଧ କରୁଥିବା  ସରକାରୀ ଦଳର ନେତାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଇସଲାମାବାଦର  ସିନ୍ଧ ହାଉସରେ ଆତ୍ମଗୋପନ କରିଛନ୍ତି। ଅପହରଣ ଭୟରେ ସେମାନେ ନିଜ ସରକାରୀ ବାସଭବନକୁ ଯାଉନାହାନ୍ତି।

ସେମାନଙ୍କ ମଧ୍ୟରୁ ରାଜା ରିଆଜ ନାମକ ଜଣେ ଆଇନ୍ ପ୍ରଣେତା କହିଛନ୍ତି ଯେ, ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଥିବାରୁ ସେମାନଙ୍କୁ ଅପହରଣ କରାଯିବା ଆଶଙ୍କା ରହିଛି। ଯଦି ପ୍ରଧାନମନ୍ତ୍ରୀ ସୁରକ୍ଷାର ଗ୍ୟାରେଣ୍ଟି ଦିଅନ୍ତି ତେବେ ସେମାନେ ସଂସଦର ଲଜକୁ ଯିବେ। ଯେଉଁଠି ସେମାନେ ସରକାରୀ ବାସଭବନରେ ରୁହନ୍ତି।  ଇମ୍ରାନଙ୍କୁ ବିରୋଧ କରୁଥିବା ନେତା  ଓ ମନ୍ତ୍ରୀ ଏବେ ଭୟରେ ଲୁଚି ରହୁଛନ୍ତି।

Advertisment

ହେଲେ ସେମାନଙ୍କ ସହ ବିରୋଧୀ ଦଳ ପକ୍ଷରୁ ଯୋଗାଯୋଗ କରାଯାଇ ନାହିଁ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ, ପାକିସ୍ତାନରେ ଦେଖାଦେଇଥିବା ବେଲଗାମ ଦରଦାମ ଯୋଗୁ ଇମ୍ରାନଙ୍କୁ ଦାୟୀ କରି ବିରୋଧୀ ଦଳମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ନିୟମ ଅନୁସାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଅତି କମରେ ୬୮ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ । ପାକିସ୍ତାନ ଜାତୀୟ ଆସେମ୍ବଲିକୁ  ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ୱାକ୍ଷର ରହିଛି।

ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଯଦି ବିରୋଧୀ ଦଳମାନେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରିବେ ତେବେ  ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe