Advertisment

ଆଫଗାନିସ୍ତାନକୁ ବର୍ବାଦ କରିଛି ପାକିସ୍ତାନ! ଅଡିଓ ଭାଇରାଲ୍

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜା ପଛରେ ପାକିସ୍ତାନର ହାତ ରହିଛି। କାରଣ ପାକିସ୍ତାନ ପ୍ରତିଟି ମୁହୂର୍ତ୍ତରେ ତାଲିବାନ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେଣିକି ତାହା ଯୁଦ୍ଧ କ୍ଷେତ୍ରରେ ହେଉ କି ସରକାର ଗଠନରେ ହେଉ। ତେଣୁ ଏସବୁ ଗୋଟିଏ କଥା ସ୍ପଷ୍ଟ କରିଛି ଯେ ତାଲିବାନ ଆଜି ଯେଉଁ କ୍ଷମତା ପାଇଛି, ତା’ ପଛରେ ପାକିସ୍ତାନର ହାତ ରହିଛି। ଏହାରି ଭିତରେ ସୋଶାଲ ମିଡିଆରେ ଜଣେ ତାଲିବାନୀ ନେତାଙ୍କର ଏକ ଅଡିଓ ଖୁବ୍ ଭାଇରାଲ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଫଗାନିସ୍ତାନକୁ ବର୍ବାଦ କରିଛି ପାକିସ୍ତାନ! ଅଡିଓ ଭାଇରାଲ୍

pakistan

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜା ପଛରେ ପାକିସ୍ତାନର ହାତ ରହିଛି। କାରଣ ପାକିସ୍ତାନ ପ୍ରତିଟି ମୁହୂର୍ତ୍ତରେ ତାଲିବାନ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେଣିକି ତାହା ଯୁଦ୍ଧ କ୍ଷେତ୍ରରେ ହେଉ କି ସରକାର ଗଠନରେ ହେଉ। ତେଣୁ ଏସବୁ ଗୋଟିଏ କଥା ସ୍ପଷ୍ଟ କରିଛି ଯେ ତାଲିବାନ ଆଜି ଯେଉଁ କ୍ଷମତା ପାଇଛି, ତା’ ପଛରେ ପାକିସ୍ତାନର ହାତ ରହିଛି। ଏହାରି ଭିତରେ ସୋଶାଲ ମିଡିଆରେ ଜଣେ ତାଲିବାନୀ ନେତାଙ୍କର ଏକ ଅଡିଓ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ସମ୍ପର୍କର ନିବିଡ଼ତା ସାଙ୍ଗକୁ ଏଥିରେ ତିକ୍ତତା ଆସିଥିବା ଜଣାପଡ଼ିଛି।

Advertisment

ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଅଡିଓରେ ତାଲିବାନୀ ନେତା କହୁଛନ୍ତି, ପଞ୍ଜାବ ସବୁ କିଛି ବର୍ବାଦ କରିଦେଲା। ଅର୍ଗ (କାବୁଲ)ରେ ତାଲିବାନରେ ବହୁତ ବଡ଼ ମତଭେଦ ସୃଷ୍ଟି ହୋଇଛି ଏବଂ ତାଲିବାନ ଭିତରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଛି। ଅତିଥି (ଆଇଏସ୍ ମୁଖ୍ୟ) ଆଫଗାନିସ୍ତାନର ଭବିଷ୍ୟତ ଖରାପ କରିଦେଇଛନ୍ତି ଏବଂ ଦ୍ୱିତୀୟ ଯୁଦ୍ଧର ଆଶଙ୍କା ଦେଖା ଦେଇଛି।

ଅଡିଓକୁ ଆଫଗାନିସ୍ତାନର ସାମ୍ବାଦିକ ନତିକ ମାଲିକଜାବା ତାଙ୍କର ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏଥିରେ ପଞ୍ଜାବର ଅର୍ଥ ପାକିସ୍ତାନ। ତାଲିବାନୀ ନେତା ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ତାଲିବାନର ସମ୍ମାନ ଖରାପ କରିଥିବା ଅଭିଯୋଗ ଲଗାଯାଇଛି।

Advertisment

https://twitter.com/natiqmalikzada/status/1436393959526338560?s=20

ତାଲିବାନ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମତଭେଦ ପଛର କାରଣ ଆଫଗାନିସ୍ତାନରେ ହୋଇଥିବା କ୍ୟାବିନେଟ୍ ଗଠନ ବୋଲି ଜଣାପଡ଼ିଛି। ଫୈଜ୍ ହମୀଦ କ୍ୟାବିନେଟ୍‌ ଗଠନ ପାଇଁ ହକ୍କାନୀ ଓ କ୍ୱେଟା ଶୁରାର ଆତଙ୍କୀଙ୍କ ନାମ ପ୍ରସ୍ତାବିତ ଦେଇଥିଲେ। ଏହି ଅଡିଓରେ ତାଲିବାନ କମାଣ୍ଡର କହିଛନ୍ତି ଯେ ପଞ୍ଜାବର ଜେନେରାଲ ଫୈଜ ହାମୀଦ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି। ଏହି ଅଡିଓରେ ଶୁଣାଯାଇଥିବା ସ୍ୱର ତାଲିବାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ଫଜଲଙ୍କ ବୋଲି କୁହାଯାଉଛି, ଯିଏ ପଞ୍ଜାବୀ ଅତିଥିଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଆଇଏସଆଇ ମୁଖ୍ୟଙ୍କୁ ଇସାରା କରିଛଛି।

ପୂର୍ବରୁ ଖବର ଆସିଥିଲା ଯେ ପାକିସ୍ତାନ ଆଫଗାନିସ୍ତାନକୁ ମାନବିକ ସହାୟତା ପାଇଁ ତିନୋଟି ବିମାନ ପଠାଇଥିଲା, କିନ୍ତୁ ସେମାନେ ଆଫଗାନିସ୍ତାନ ସରକାରଙ୍କ ଗୁପ୍ତ ଦଲିଲ ନେଇ ଫେରି ଆସିଥିଲେ। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଆଇଏସଆଇ ଏହି ଡକ୍ୟୁମେଣ୍ଟ ଗୁଡିକ ଉପରେ ନଜର ରଖିଛି। ତେବେ ତାଲିବାନ ଏହି ଅଭିଯୋଗକୁ ଅସ୍ୱୀକାର କରିଛି।

ବାସ୍ତବରେ ଆଇଏସଆଇ ମୁଖ୍ୟ ଫୈଜ ଅହମ୍ମଦ କାବୁଲରେ ପହଞ୍ଚିଥିଲେ। ଯାହା ପରେ ତାଲିବାନ ସରକାର ଗଠନରେ ସେ ହସ୍ତକ୍ଷେପ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପାକିସ୍ତାନ ସମର୍ଥିତ ହକ୍କାନି ନେଟୱର୍କର ସିରାଜୁଦ୍ଦିନ ହକ୍କାନି ତାଲିବାନ ସରକାରଙ୍କ ଗୃହମନ୍ତ୍ରୀ ହେବାପରେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା। ଏଥି ସହିତ ପଞ୍ଜଶିର ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନର ଚାଲ୍ ମଧ୍ୟ କୁହାଯାଉଛି।