Pakistan
ସିଓଲ: ପୁଣିଥରେ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛି ପାକିସ୍ତାନ। ଦକ୍ଷିଣ କୋରିଆରେ ଥିବା ପାକିସ୍ତାନ ଦୂତାବାସର ଦୁଇଜଣ କୂଟନୀତିଜ୍ଞ ଶପିଂ ମଲ୍ରୁ ଚୋରି କରି ଧରାପଡ଼ିଛନ୍ତି। ଜଣେ ଚକୋଲେଟ ଚୋରି କରୁଥିବା ବେଳେ ଆଉ ଜଣେ ଟୋପି ଚୋରି କରିଥିବା ଜଣାପଡ଼ିଛି।
ଦକ୍ଷିଣ କୋରିଆର ରଜଧାନୀ ସିଓଲରେ ଥିବା ଗୋଟିଏ ଶପିଂ ମଲ୍ରେ ଏମାନେ ଚୋରି କରିଥିଲେ। କୋରିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୟୋଙ୍ଗସାନର ଇଟାଇୱନରେ ଥିବା ଗୋଟିଏ ଷ୍ଟୋରରୁ ଦୁଇ ପାକିସ୍ତାନ କୂଟନୀତିଜ୍ଞ ଭିନ୍ନଭିନ୍ନ ତାରିଖରେ ୧୦ ଡଲାର ଓ ୧.୭୦ ଡଲାରର ସାମଗ୍ରୀ ଚୋରି କରି ଧରାପଡ଼ିଛନ୍ତି।
ପାକିସ୍ତାନର ଜଣେ ଅଧିକାରୀ ଷ୍ଟୋରରୁ ୧.୭୦ ଡଲାରର ଚକୋଲେଟ୍ ଟ୍ରିଟ ଜାନୁଆରୀ ୧୦ରେ ଚୋରି କରିଥିଲେ। ସେହିପରି ଆଉ ଜଣେ ଅଧିକାରୀ ଫେବୃଆରୀ ୨୩ରେ ୧୦ ଡଲାରର ଗୋଟିଏ ଟୋପି ଚୋରି କରିଥିଲେ। ଷ୍ଟୋରରୁ ଟୋପି ଚୋରି ହେବା ପରେ ଜଣେ କର୍ମଚାରୀ ପୁଲିସ୍ରେ ଅଭିଯୋଗ କରିଥିଲେ।
ପୁଲିସ୍ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ସିସିଟିଭିରୁ ଦୁଇ ଚୋରଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେମାନଙ୍କ ବିଷୟରେ ଯାଞ୍ଚ କରିବା ବେଳେ ଉଭୟ ପାକିସ୍ତାନ ଦୂତାବାସର ଅଧିକାରୀ ବୋଲି ଜାଣିବାକୁ ପାଇଥିଲା।
ପୁଲିସ୍ ସେମାନଙ୍କ ବିରୋଧରେ ପ୍ରମାଣ ପାଇଥିଲେ ହେଁ କୂଟନୀତିକ ଚୁକ୍ତି ଯୋଗୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ନ କରି କେସ୍କୁ ବନ୍ଦ କରିଛି। ହେଲେ ଚୋରି ଘଟଣାରେ ପାକିସ୍ତାନ ଦୂତାବାସ ଅଧିକାରୀ ସାମିଲ ଥିବା ଜଣାପଡ଼ିବା ଇସଲାମାବାଦକୁ ପୂରା ବିଶ୍ୱରେ ନିନ୍ଦିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Pakistan-4.jpg)