Advertisment

ଇମ୍ରାନ୍‌ଙ୍କ ରାଲିରେ ଦୁର୍ଘଟଣା: ମହିଳା ସାମ୍ବାଦିକାଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଶାଳ ରାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ସେ ରାଲିରେ ଯାଉଥିବା  ତାଙ୍କ କଣ୍ଟେନରରେ ଦୁର୍ଘଟଣା ଘଟି ଜଣେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି। ଫଳରେ ତାଙ୍କ ରାଲିକୁ ଅଟକିବାକୁ ପଡ଼ିଛି। ରବିବାର ଦିନ ଇମ୍ରାନ୍‌ ‌ଖାନ୍‌ ସେଠିକାର ସରକାରଙ୍କ ବିରୋଧରେ ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି।  ପ୍ରାଣ ହରାଇଥିବା ସାମ୍ବାଦିକ ଚାନେଲ ୫ର ରିପୋର୍ଟର  ସାଦାଫ ନଇମ ବୋଲି ଜଣାପଡିଛି।  ସାଦୋକେ ନିକଟରେ ସାମ୍ବାଦିକା […]

author-image
Tapas Behera
ପାକ୍‌ ଆର୍ମିର ଗୁମର ଖୋଲିଲେ ଇମ୍ରାନ ଖାନ, ମନଇଚ୍ଛା ବର୍ଷିଲେ

Imran-Khan

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଶାଳ ରାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ସେ ରାଲିରେ ଯାଉଥିବା  ତାଙ୍କ କଣ୍ଟେନରରେ ଦୁର୍ଘଟଣା ଘଟି ଜଣେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି। ଫଳରେ ତାଙ୍କ ରାଲିକୁ ଅଟକିବାକୁ ପଡ଼ିଛି। ରବିବାର ଦିନ ଇମ୍ରାନ୍‌ ‌ଖାନ୍‌ ସେଠିକାର ସରକାରଙ୍କ ବିରୋଧରେ ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି।  ପ୍ରାଣ ହରାଇଥିବା ସାମ୍ବାଦିକ ଚାନେଲ ୫ର ରିପୋର୍ଟର  ସାଦାଫ ନଇମ ବୋଲି ଜଣାପଡିଛି।  ସାଦୋକେ ନିକଟରେ ସାମ୍ବାଦିକା ଜଣକ ଉପରେ ଇମ୍ରାନ୍‌ଙ୍କ କଣ୍ଟେନର ପଛ ଚକା ମାଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଏହା ପରେ ଇମ୍ରାନ୍‌ ତାଙ୍କ ରାଲିକୁ ସ୍ଥଗିତ ରଖିଛନ୍ତି।  ପାକିସ୍ତାନ୍‌ରେ ପୁନର୍ବାର ନିର୍ବାଚନ ଦାବି କରି ଇମ୍ରାନ୍‌ ତାଙ୍କ ରାଲିକୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଥିଲେ। ତାଙ୍କ ପଦଯାତ୍ରା ପୂର୍ବ ଲାହୋରରୁ ଆରମ୍ଭ ହୋଇ ଶୁକ୍ରବାର ଇସଲାମାବାଦରେ ପହଞ୍ଚିବାର ଥିଲା।

ତେବେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ  ଇମ୍ରାନ୍‌ ଖାନ୍ ଦୁଃଖ ପ୍ରକାଶ କରିଛନ୍ତି। ସାମ୍ବାଦିକାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ, ସାମ୍ବାଦିକଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖିତ।  ନିକଟ ଅତୀତରେ ଇମ୍ରାନ୍‌ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ସେ ସରକାରଙ୍କ ବିରୋଧରେ ବିଶାଳ ଅଭିଯାନ ଆରମ୍ଭ କରିଛନ୍ତି।

Advertisment