Advertisment

ମଝି ଆକାଶରେ ବିମାନ ଉଡାଇବାକୁ ମନା କରିଦେଲେ ପାଇଲଟ୍‌, କହିଲେ- ମୋ ସିଫ୍ଟ ସରିଗଲା

ଇସଲାମାବାଦ: ମଝି ଆକାଶରେ ସିଟ୍‌ ଛାଡି ଉଠି ପଳାଇଲେ ପାଇଲଟ। ବିମାନ ଉଡାଇବାକୁ ମନା କରିଦେଲେ। କହିଲେ ମୋ ସିଫ୍ଟ ସରିଗଲା।  ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ପାଇଲଟ ରବିବାର ମଝି ଆକାଶ ବିମାନ ଉଡାଇବାକୁ ମନା କରିଦେଇଛନ୍ତି। ସାଉଦି ଅରବର ରାଜଧାନୀ ରିୟାଦରୁ ଏକ ବିମାନକୁ ଇସ୍‌ଲାମାବାଦ ଆଣିବା ପାଇଁ ସଫା ସଫା ମନା କରିଛନ୍ତି। ଏହା ପରେ ବିମାନରେ ଥିବା […]

ଅଦ୍ୟତନ ହୋଇଛି
ମଝି ଆକାଶରେ ବିମାନ ଉଡାଇବାକୁ ମନା କରିଦେଲେ ପାଇଲଟ୍‌, କହିଲେ- ମୋ ସିଫ୍ଟ ସରିଗଲା

pilot refused to fly

Advertisment

ଇସଲାମାବାଦ: ମଝି ଆକାଶରେ ସିଟ୍‌ ଛାଡି ଉଠି ପଳାଇଲେ ପାଇଲଟ। ବିମାନ ଉଡାଇବାକୁ ମନା କରିଦେଲେ। କହିଲେ ମୋ ସିଫ୍ଟ ସରିଗଲା।  ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ପାଇଲଟ ରବିବାର ମଝି ଆକାଶ ବିମାନ ଉଡାଇବାକୁ ମନା କରିଦେଇଛନ୍ତି। ସାଉଦି ଅରବର ରାଜଧାନୀ ରିୟାଦରୁ ଏକ ବିମାନକୁ ଇସ୍‌ଲାମାବାଦ ଆଣିବା ପାଇଁ ସଫା ସଫା ମନା କରିଛନ୍ତି। ଏହା ପରେ ବିମାନରେ ଥିବା ଯାତ୍ରୀମାନେ ଛାନିଆ ହୋଇଯାଇଥିଲେ। ସେମାନେ ପାଇଲଟଙ୍କ ଉପରେ ରାଗି ଯାଇଥିଳେ। ବିମାନରୁ ଓହ୍ଲାଇବେ ନାହିଁ ବୋଲି ଯାତ୍ରୀମାନେ ବିରୋଧ କରିଥିଲେ।

PIA के पायलट ने विमान उड़ाने से इनकार कर दिया (Photo- Reuters)

ପାକିସ୍ତାନର ଖବରକାଗଜ ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, PIA ପ୍ରଶାସନ ରିପୋର୍ଟ କରିଛି ଯେ PK-9754 ସାଉଦି ଆରବର ରାଜଧାନୀ ରିୟାଦରୁ ଉଡ଼ାଣ ଭରିଥିଲା। ହେଲେ ମଝି ଆକାଶ ସିଫ୍ଟ ସରିଗଲା କହିଥିଲେ ପାଇଲଟ। ପରେ ଖରାପ ପାଗ ହେତୁ ବିମାନକୁ ଦମ୍ମମ୍‌ରେ ଲ୍ୟାଣ୍ଡ କରାଯାଇଥିଲା। ଏହା ପରେ ବିମାନର କ୍ୟାପଟେନ ବିମାନକୁ ଇସଲାମାବାଦକୁ ନେବାକୁ ମନା କରିଦେଇଥିଲେ ଏବଂ ତାଙ୍କର ଡ୍ୟୁଟି ସମୟ ସମାପ୍ତ ହୋଇଛି ବୋଲି କହିଥିଲେ। ପାଇଲଟଙ୍କ ଏଭଳି କଥା ଶୁଣି ରାଗିଯାଇ ଯାତ୍ରୀମାନେ ବିମାନରୁ ଓହ୍ଲାଇବାକୁ ମନା କରିଦେଇଥିଲେ। ପରିସ୍ଥିତି ଏତେ ବିଗିଡି ଯାଇଥିବା ଯେ, ନିୟନ୍ତ୍ରଣକୁ ଆଣିବା ପାଇଁ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ଡାକିବାକୁ ପଡିଥିଲା।

Advertisment

PIAର ପ୍ରବକ୍ତା କହିଛନ୍ତି, ବିମାନର ସୁରକ୍ଷା ପାଇଁ ଉଡାଣ ଭରିବା ପୂର୍ବରୁ ପାଇଲଟମାନଙ୍କ ପାଇଁ ଉଚିତ ଆରମ ଆବଶ୍ୟକ। ଏଥିପାଇଁ ସେହି ହିସାବରେ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଯାତ୍ରୀମାନେ ଭୟଭୀତ ହେବା ଆବଶ୍ୟକ ନୁହେଁ। ଯାତ୍ରୀମାନଙ୍କୁ ରବିବାର ରାତି ୧୧ଟାରେ ଇସ୍‌ଲାମାବାଦରେ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆଯାଇଛି।

ସୂଚନା ମୁତାବକ, ଏହାପୂର୍ବରୁ PIA ତରଫରୁ ସାଉଦି ଆରବ ପାଇଁ ସିଧାସଳଖ ବିମାନ ସେବା ବ୍ୟବସ୍ଥା ନଥିଲା। ଗତବର୍ଷ ନଭେମ୍ବରରେ PIA ସାଉଦି ଆରବ ପାଇଁ ବିମାନ ସେବା ଆରମ୍ଭ କରିଥିବା ନେଇ ଘୋଷଣା କରିଥିଲା। ପ୍ରବକ୍ତା ଅନୁସାରେ ଇସଲାମାବାଦ, କରାଚି, ଲାହୋର, ମୁଲ୍‌ତାନ ଏବଂ ପେଶାୱର ସମେତ ପାକିସ୍ତାନର ବିଭିନ୍ନ ସହରରୁ ପିଆଇଏର ବିମାନ ଉଡାଣ କରିବ ବୋଲି କୁହାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe